ରାଜ୍ୟରେ ଜଣଙ୍କ ବ୍ୟତୀତ କାହାରି ପାର୍ଶ୍ବ ପ୍ରତିକ୍ରିୟା ହୋଇନାହିଁ: ସ୍ବାସ୍ଥ୍ୟ ମନ୍ତ୍ରୀ

Advertisment
ରାଜ୍ୟରେ ଜଣଙ୍କ ବ୍ୟତୀତ କାହାରି ପାର୍ଶ୍ବ ପ୍ରତିକ୍ରିୟା ହୋଇନାହିଁ: ସ୍ବାସ୍ଥ୍ୟ ମନ୍ତ୍ରୀ

ଝାରସୁଗୁଡ଼ା: ଆଜି ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ମୋଟ ୧୬୧ ଗୋଟି ଟିକାଦାନ କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ମୋଟ ୧୬ ହଜାର ୩୭୭ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖା ଯାଇଥିବା ବେଳେ ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ମୋଟ ୧୧ ହଜାର ୮୭୬ ଜଣଙ୍କୁ ଟିକାଦାନ କରାଯାଇ ପାରିଥିଲା। ଯାହାକି ମୋଟ ୭୩ ପ୍ରତିଶତ ଅଟେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ମୋଟ ୩ ଲକ୍ଷ ୩୮ ହଜାର ଟିକା ନେବା ପାଇଁ ପଞ୍ଜିକରଣ କରିଥିବା ବେଳେ ଆଗାମୀ ୭ ରୁ ୧୦ ଦିନରେ ମଧ୍ୟରେ ଏହି ସମସ୍ତଙ୍କୁ ଟିକା ଦାନ କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବ। ଆଜି ସାରା ରାଜ୍ୟରେ ସୁରୁଖୁରରେ ଟିକାଦାନ ପ୍ରକ୍ରିୟା ହୋଇଥିବା ବେଳେ କେବଳ ଢ଼େଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଜଣେ ବ୍ୟକ୍ତିଙ୍କ ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଇଥିଲା। ତାଙ୍କର ଚିକତ୍ସା ଆରମ୍ଭ କରାଯାଇଛି ଓ ସେ ଏବେ ସୁସ୍ଥ ଥିବା ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe