ଶାରଳା ମନ୍ଦିରରେ ଅଣହିନ୍ଦୁ ପ୍ରଶାସନିକ ଅଧିକାରୀଙ୍କ ପ୍ରବେଶକୁ ନେଇ ବିବାଦ

Advertisment
ମା’ ଶାରଳାଙ୍କ ମନ୍ଦିରରେ ନୂଆ ନିୟମ କାର୍ଯ୍ୟକାରିତାକୁ ନେଇ ଦ୍ବନ୍ଦ୍ବ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ଼ସ୍ଥିତ ମା’ ଶାରଳାଙ୍କ ମନ୍ଦିରରେ ବୁଧବାର ନୀତିକାନ୍ତିରେ ବିଭ୍ରାଟ ହେବା ସହିତ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ମନ୍ଦିର ବାହାରେ ଥିବା ଦାନହୁଣ୍ଡିରେ ଥିବା ଟଙ୍କା ଗଣିବା ସମୟରେ ଜଣେ ଅତିରିକ୍ତ ତହସିଲଦାର ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ। ସେ ଅଣହିନ୍ଦୁ ବୋଲି ଜଣାପଡ଼ିବା ପରେ ମନ୍ଦିର ପୂଜକମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ମନ୍ଦିର ବେଢ଼ାରେ ବୁଲୁଥିବା ଏହି ପ୍ରଶାସନିକ ଅଧିକାରୀଙ୍କୁ ମନ୍ଦିର ପରିସରରେ ଥିବା ଫାଣ୍ଡିରେ ବସିବାକୁ କୁହାଯାଇଥିଲା। ପରେ ସେ ସେଠାରୁ ତହସିଲ କାର୍ଯ୍ୟାଳୟକୁ ‌‌ଫେରି ଯାଇଥିଲେ।

ମା’ ଶାରଳାଙ୍କ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ କଡ଼ା କଟକଣା ରହିଛି। ବୁଧବାର ମନ୍ଦିର ବାହାରେ ଥିବା ହୁଣ୍ଡି‌ରେ ଟଙ୍କା ଗଣିବା ପାଇଁ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୂଜକ, ବ୍ୟାଙ୍କ୍ ଓ ତହସିଲ କର୍ମଚାରୀମାନେ ନିର୍ଦ୍ଧାରିତ ସମୟରେ ପହଞ୍ଚି ଥିଲେ। ଅତିରିକ୍ତ ତହସିଲଦାର ମନ୍ଦିର ବେଢ଼ାରେ ବୁଲିବା ଘଟଣାକୁ ନେଇ ପୂଜକମାନେ ବିରୋଧ କରିବା ସହିତ ଏ ସମ୍ପର୍କରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟ ରଞ୍ଜନ ପରିଜାଙ୍କୁ ଅବଗତ କରିଥିଲେ। ଅତିରିକ୍ତ ତହସିଲଦାର ଫେରିଯିବା ପରେ ପୂଜକମାନେ ମା’ଙ୍କ ନୀତିରେ ବିଭ୍ରାଟ ହୋଇଥିବା ଅଭିଯୋଗ କରିଥିଲେ। ଏଣୁ ସମସ୍ତଙ୍କ ପ୍ରସ୍ତାବ କ୍ରମେ ମା’ଙ୍କୁ ଆଉ ଥରେ ମାର୍ଜନା କରାଯିବା ସହ ପୁଣି ଥରେ ନୀତି ଆରମ୍ଭ ହୋଇଥିଲା। ରୋଷଶାଳାରେ ପ୍ରସ୍ତୁତ ମା’ଙ୍କ ସମସ୍ତ ପ୍ରସାଦକୁ ପୋଖରୀରେ ଫୋପଡ଼ା ଯାଇ ନୂତନ ଭାବେ ପ୍ରସାଦ ଓ ଭୋଗ ପ୍ରସ୍ତୁତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe