ନିର୍ବାଚନରେ ଲଢ଼ିଛି କଂଗ୍ରେସ, ଫଳାଫଳ କ’ଣ ହେବ ଭିନ୍ନ କଥା: ନିରଞ୍ଜନ

Advertisment

ଦକ୍ଷିଣ ଓ ଉପକୂଳରେ ଭଲ ପ୍ରଦର୍ଶନ କରିବ, ସୋନିଆଙ୍କ ବୈଠକକୁ ନବୀନ ନ ଯାଇ ପାରନ୍ତି

ଦକ୍ଷିଣ ଓ ଉପକୂଳରେ ଭଲ ପ୍ରଦର୍ଶନ କରିବ, ସୋନିଆଙ୍କ ବୈଠକକୁ ନବୀନ ନ ଯାଇ ପାରନ୍ତି

ମହିଳା ବିଲ ପାରିତ କରିବାକୁ ସଂସଦରେ ବିଜେଡି ଉଦ୍ୟମ କରୁ: ନିରଞ୍ଜନ

The Asian Age

ଭୁବନେଶ୍ବର : ଆଉ କିଛି ମୁହୂର୍ତ ପରେ ଆସିଯିବ ବହୁପ୍ରତୀକ୍ଷିତ ୧୯’ ନିର୍ବାଚନ ଫଳାଫଳ। ସେହି ନିର୍ବାଚନ‌େର କେଉଁ ଦଳର ପ୍ରଦର୍ଶନ କିପରି ହେବ ସେ ନେଇ ବିଭିନ୍ନ ରାଜନୈତିକ ଦଳର ନେତାମାନେ ପ୍ରତିକ୍ରିୟା ଦେଉଛନ୍ତି। ବିଶେଷ କରି ଏକ୍୍‌ଜିଟ୍‌ ପୋଲ୍‌ର ଫଳାଫଳ ପରେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଆଉ ଏହାରି ଭିତରେ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କର ପ୍ରତିକ୍ରିୟା ନିର୍ବାଚନୀ ଫଳାଫଳର ଉତ୍କଣ୍ଠାକୁ ତେଜିୟାନ କରିଛି।

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଉଭୟ ଘସିିପୁରା ଓ ଭଣ୍ଡାରିପୋଖରୀ ଦୁଇଟି ଆସନରୁ ସେ ବିଜୟୀ ହେବେ। ଏହା ପୂର୍ବରୁ ସେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରୁ ଜିତିବେ ବୋଲି କହିଥିଲେ। ରାଜ୍ୟରେ ସରକାର ଗଢିବା ପାଇଁ କଂଗ୍ରେସ ଆଶାବାଦୀ ନୁହେଁ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତିି। ତେବେ ଗତ ନିର୍ବାଚନରେ କଂଗ୍ରେସ ଯେତିକି ଆସନରେ ଜିତିଥିଲା, ଏଥର ତା’ଠାରୁ ଅଧିକ ସିଟ୍ ପାଇବ ବୋଲି ସେ କହିଛନ୍ତି। ନିର୍ବାଚନରେ କଂଗ୍ରେସ ଲଢ଼ିଛି, ଫଳାଫଳ କ’ଣ ହେବ ଭିନ୍ନ କଥା। ତେବେ ଦକ୍ଷିଣ ଓ ଉପକୂଳ ଓଡିଶାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ନିରଞ୍ଜନ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।

ବର୍ତମାନ କଂଗ୍ରେସ ଦଳ ରାଜ୍ୟର ମୁଖ୍ୟ ବିରୋଧୀ ଦଳ। କିନ୍ତୁ ନିର୍ବାଚନ‌ ପରେ ସେହି ସ୍ଥିତି ବଜାୟ ରଖିପାରିବ କି ନାହିଁ ସେ ନେଇ ସନ୍ଦେହ ପ୍ରକଟ କରିଛନ୍ତି ନିରଞ୍ଜନ। ଯଦି ନିର୍ବାଚନ ରଣନୀତିରେ ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ସରକାର ଗଠନ ହୁଏ, କଂଗ୍ରେସ ପ୍ରମୁଖ ବିରୋଧୀ ଦଳ ଭାବେ ଉଭା ହେବ। ଜାତୀୟ ରାଜନୈତିକ ଦୃଶ୍ୟପଟ୍ଟରେ ମୋଦୀଙ୍କ ଉପରେ ଅଙ୍କୁଶ ଦେବା ପାଇଁ କଂଗ୍ରେସ ରଣନୀତି ଅବଲମ୍ବନ କରୁଛି। ସେଥିରେ ବିଜେଡିର ରଣନୀତି କ’ଣ ହେବ, ତା’ଉପରେ ରହିଛି ସବୁ ବିରୋଧୀ ରାଜନୈତିକ ଦଳଙ୍କ ନଜର। ବିରୋଧୀ ଦଳଙ୍କ ମିଳିତ ରଣନୀତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ମହାମେଣ୍ଟର ବୈଠକରେ ଯୋଗଦେବା ପାଇଁ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିମନ୍ତ୍ରଣ ଜଣାଇଛନ୍ତି। ଏହି ପ୍ରସଙ୍ଗ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। ପ୍ରସ୍ତାବିତ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ କି ନାହିଁ, ତାହା ମଧ୍ୟ ବଡ ପ୍ରଶ୍ନ। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ନିରଞ୍ଜନ କହିଛନ୍ତି, ନବୀନ ବୈଠକରେ ସାମିଲ ନ ‌େହାଇପାରନ୍ତି। ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ସମଦୂରତା ନୀତି ପରିତ୍ୟାଗ କରିସାରିଥିବା ଘୋଷଣା କରିଛନ୍ତି। ଏହାର ଅର୍ଥ ହେଉଛି କେନ୍ଦ୍ରରେ ଯିଏ ସରକାର ଗଢ଼ିବ, ତା’ ଉପରେ ବିଜେଡି ନଜର ରଖିଛି ବୋଲି କହିଛନ୍ତି ପିସିସି ସଭାପତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe