ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟର ବହିର୍ବିଭାଗ ଆଉ ୩ ଦିନ ପାଇଁ ବନ୍ଦ

Advertisment
ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟର ବହିର୍ବିଭାଗ ଆଉ ୩ ଦିନ ପାଇଁ ବନ୍ଦ

image source-odisha bytes

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟର ବହିର୍ବିଭାଗକୁ ଆଉ ୩ ଦିନ ପାଇଁ ବନ୍ଦ କରାଯାଇଛି। ଏନେଇ ରେଢ଼ାଖୋଲ ଉପଜିଲ୍ଲାପାଳ ଦୋଳାମଣି ପଟେଲ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ,ଗତ ୨ ଦିନରେ ରେଢ଼ାଖୋଲ ଏନଏସିରେ ୨୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏମାନେ ସମସ୍ତେ ସ୍ଥାନୀୟ ସଂକ୍ରମିତ ବୋଲି ଜଣାଯାଇଛି। ଏଥିଲାଗି ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ଏହାଛଡ଼ା କର୍ମଚାରୀ ଓ ରୋଗୀ କରୋନା ସଂକ୍ରମିତ ପରେ ବହିର୍ବିଭାଗ ଆଉ ୩ ଦିନ ପାଇଁ ବନ୍ଦ ନିର୍ଦେଶ ଦିଆଯାଇଛି। ଏହି ସମୟରେ କେବଳ ଜରୁରୀ ଚିକିତ୍ସା ଜାରି ରହିବ।

ତେବେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର, ନର୍ସ, ଫାର୍ମାସିଷ୍ଟଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହିବେ ବୋଲି ଜଣାଯାଇଛି। ଏହି ସମୟରେ ରୋଗୀମାନଙ୍କୁ ନିହାତି ଆବଶ୍ୟକ ନ ଥିଲେ ଡାକ୍ତରଖାନାକୁ ନ ଆସିବା ଲାଗି ପରାମର୍ଶ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟର ବହିର୍ବିଭାଗ ୨ ଦିନ ବନ୍ଦ ଥିଲା। ରେଢ଼ାଖୋଲରେ କରୋନା ସଂକ୍ରମଣ ବ୍ୟାପୁଥିବା ଯୋଗୁ ପ୍ରଶାସନ ଚିନ୍ତାରେ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe