ରାହୁଲଙ୍କ ଉଦ୍ଧାର ପରେ ଛତିଶଗଡ଼ ସରକାରଙ୍କ ପଦକ୍ଷେପ: ପୋତାହେବ ମୁକୁଳା ବୋର୍‌ୱେଲ୍‌

ରାହୁଲଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ ବଘେଲ

ଛତିଶଗଡ଼ରେ ବୋର୍‌ୱେଲ୍‌ ଭିତରକୁ ଖସିପଡ଼ିଛି ୧୧ ବର୍ଷର ବାଳକ; ଉଦ୍ଧାର କାର୍ଯ୍ୟ ଜାରି

Image Courtesy of NDTV

ଝାରସୁଗୁଡ଼ା : ୮୦ ଫୁଟ୍‌ର ବୋର୍‌ୱେଲ୍‌ ତଳୁ ୧୦ବର୍ଷର ବାଳକ ରାହୁଲ ଉଦ୍ଧାର ହେବାପରେ ଛତିଶଗଡ଼ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଯେଉଁ ଅଞ୍ଚଳରେ ପାଣି ପାଣି ବାହାରୁ ନଥିବା ବୋର୍‌ୱେଲ୍‌ ରହିଛି, ସେସବୁକୁ ତୁରନ୍ତ ପୋତିଦେବାକୁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥସହିତ, ଏଦି‌ଗରେ ତୁରନ୍ତ ସହଯୋଗ ଓ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟର ଜନସାଧାରଣଙ୍କୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ବଘେଲ ଆଜି ବିଳାସୁପରସ୍ଥିତ ଆପୋଲୋ ହସ୍ପିଟାଲକୁ ଆସି ରାହୁଲଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ରାହୁଲଙ୍କୁ ଏବେ ସାମାନ୍ୟ ଜ୍ବର ହେଉଥିବାବେଳେ ଦୀର୍ଘସମୟ ଧରି ପାଣିରେ ରହିବା ଫଳରେ ସେ ଚର୍ମ ସଂକ୍ରମିତ ହୋଇଥିବା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସୂଚନାରୁ ଜଣାପଡ଼ିଛି।

ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ବଘେଲ ଆପୋଲୋ ହସ୍‌ପିଟାଲକୁ ଯାଇ ରାହୁଲଙ୍କୁ ଦେଖାକରିଥିଲେ। ଏହିସମୟରେ ରାହୁଲଙ୍କ ମା’ ଗୀତା ସାହୁ କୃତଜ୍ଞତା ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କ ପାଦତଳେ ପଡ଼ି ଯାଇଥିଲେ। ରାହୁଲଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ଏବଂ ପାଠପଢ଼ା ଖର୍ଚ୍ଚ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ବଘେଲ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ବିଲାସପୁରର ବିଜେପି ସାଂସଦ ଅରୁଣ ସାହୁ, ବିଲାସପୁର ଏସ୍‌ପି ପାରୁଲ ମାଥୁ ମଧ୍ୟ ହସ୍‌ପିଟାଲରେ ରାହୁଲଙ୍କୁ ଦେଖିବାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ଥିବା କହିଛନ୍ତି। ଅନ୍ୟପକ୍ଷରେ, ରାହୁଲଙ୍କୁ ସୁରକ୍ଷିତ ଉଦ୍ଧାର ପରେ ସାରାଦେଶ‌ରୁ ଉଦ୍ଧାରକାରୀ ଦଳଙ୍କ ପାଇଁ କୃତଜ୍ଞତାର ସୁଅ ଛୁଟିଛି।

ଅନ୍ୟପକ୍ଷରେ, ସାମାନ୍ୟ ଜ୍ବର ଏବଂ ଦୀର୍ଘସମୟ ପାଣିରେ ରହିବା ଫଳରେ ଚର୍ମ ସଂକ୍ରମଣ ହୋଇଥିଲେ ମଧ୍ୟ ରାହୁଲଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ବିଳାସପୁର ସିଏମ୍‌ଓ ଡା. ପ୍ରମୋଦ ମହାଜନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe