ଏମ୍‌କେସିଜିରେ ଖୁବ୍‌ଶୀଘ୍ର ଓପନ୍ ହାର୍ଟ ସର୍ଜରି: ସପ୍ତାହକ ଭିତରେ ସେବା ଆରମ୍ଭ

Advertisment

ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଓପନ୍ ହାର୍ଟ ସର୍ଜରି କାର୍ଯ୍ୟକ୍ଷମ ହେବାକୁ ଯାଉଛି। ବହୁବର୍ଷ‌ ଧରି ଆନୁଷଙ୍ଗିକ ସମସ୍ୟା ସହ ଦକ୍ଷ ପର୍‌ଫ୍ୟୁଜନିଷ୍ଟ୍‌ (ହୃଦ୍‌ରୋଗୀଙ୍କ ପାଇଁ ନିୟୋଜିତ ସ୍ବତନ୍ତ୍ର ଅପରେଟର୍)ଙ୍କ ଅଭାବ ଏ ଦିଗରେ ବାଧକ ସାଜିଥିଲା।

ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଓପନ୍ ହାର୍ଟ ସର୍ଜରି କାର୍ଯ୍ୟକ୍ଷମ ହେବାକୁ ଯାଉଛି। ବହୁବର୍ଷ‌ ଧରି ଆନୁଷଙ୍ଗିକ ସମସ୍ୟା ସହ ଦକ୍ଷ ପର୍‌ଫ୍ୟୁଜନିଷ୍ଟ୍‌ (ହୃଦ୍‌ରୋଗୀଙ୍କ ପାଇଁ ନିୟୋଜିତ ସ୍ବତନ୍ତ୍ର ଅପରେଟର୍)ଙ୍କ ଅଭାବ ଏ ଦିଗରେ ବାଧକ ସାଜିଥିଲା।

asasasas

ବ୍ରହ୍ମପୁର: ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଓପନ୍ ହାର୍ଟ ସର୍ଜରି କାର୍ଯ୍ୟକ୍ଷମ ହେବାକୁ ଯାଉଛି। ବହୁବର୍ଷ‌ ଧରି ଆନୁଷଙ୍ଗିକ ସମସ୍ୟା ସହ ଦକ୍ଷ ପର୍‌ଫ୍ୟୁଜନିଷ୍ଟ୍‌ (ହୃଦ୍‌ରୋଗୀଙ୍କ ପାଇଁ ନିୟୋଜିତ ସ୍ବତନ୍ତ୍ର ଅପରେଟର୍)ଙ୍କ ଅଭାବ ଏ ଦିଗରେ ବାଧକ ସାଜିଥିଲା। ରୋଗୀଙ୍କୁ ଜଟିଳ ଅସ୍ତ୍ରୋପଚାର ପାଇଁ ଘରୋଇ ଡାକ୍ତରଖାନାକୁ ଯାଇ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଥିଲା। ଏ ସମ୍ପର୍କରେ ଡିଏମଇଟିଙ୍କୁ ଅବଗତ କରାଯିବା ପରେ କଟକ ଏସସିବି ବଡ଼ମେଡିକାଲରୁ ପର୍‌ଫ୍ୟୁଜନି‌‌ଷ୍ଟ୍‌ଙ୍କୁ ଏମକେସିଜି ଡାକ୍ତରଖାନା ଅଣାଯାଇଛି। ସପ୍ତାହକ ଭିତରେ ହୃଦ୍‌ରୋଗଜନିତ ପୀଡ଼ିତ ‌ରୋଗୀଙ୍କୁ ସେବା ଉପଲବ୍ଧ ହେବ ବୋଲି ଏମକେସିଜି ଅଧୀକ୍ଷକ ଡା.ସୁଚିତ୍ରା ଦାଶ ସୂଚନା ଦେଇଛନ୍ତି।

ଏମ୍‌କେସିଜିର ପିଏମ୍‌ଏସ୍‌ଏସ୍‌ୱାଇ କୋଠାର ପଞ୍ଚମ ମହଲାରେ ସିଟିଭିଏସ୍ ବିଭାଗ ରହିଛି। ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାରେ ନିର୍ମିତ ଏହି କୋଠାରେ ଅତ୍ୟାଧୁନିକ ଅସ୍ତ୍ରୋପଚାର କକ୍ଷ ସହ ଆନୁଷଙ୍ଗିକ ଚିକିତ୍ସା ଯନ୍ତ୍ରପାତି ଓ ସରଞ୍ଜାମ ରହିଛି।  ହୃତ୍‌ପିଣ୍ଡର ଅସ୍ତ୍ରୋପଚାର ସମୟରେ ରୋଗୀଙ୍କ ଶରୀରରେ ରକ୍ତ ସଞ୍ଚାଳନ ପାଇଁ ଉଦ୍ଦିଷ୍ଟ ହାର୍ଟଲଙ୍ଗ୍‌ ମେସିନକୁ ପରିଚାଳନା କରିବା ସକାଶେ ପର୍‌ଫ୍ୟୁଜନିଷ୍ଟ୍‌ଙ୍କ ଆବଶ୍ୟକ ରହୁଛି। କିନ୍ତୁ ଏହି ଗୁରୁତ୍ବପୂର୍ଣ୍ଣ ବିଭାଗରେ କେହି ନ ଥିବାରୁ ସମସ୍ତ ଭିତ୍ତିଭୂମି ସତ୍ତ୍ବେ ଏଠାରେ ଓପନ୍ ହାର୍ଟ ସର୍ଜରି ହୋଇ ପାରୁ ନଥିଲା। ବର୍ତ୍ତମାନ ସରକାରଙ୍କ ପକ୍ଷରୁ ହାର୍ଟଲଙ୍ଗ୍ ମେସିନ ଓ ରକ୍ତଚାପଜନିତ ମେସିନ ପ୍ରଦାନ କରାଯାଇଛି। ଏହାସହ ଆଇଆରଇଏଲ୍ ପକ୍ଷରୁ ଇକୋ, ଅସ୍ତ୍ରୋପଚାର ନିମନ୍ତେ ସରଞ୍ଜାମ, ଏବିଜି ମେସିନ୍ ଓ ଇସିଜି ମେସିନ୍ ପ୍ରଦାନ କରାଯାଇଛି। ବର୍ତ୍ତମାନ ପର‌୍‌ଫ୍ୟୁଜନିଷ୍ଟ୍ ଆସିବା ପରେ ହୃତ୍‌ପିଣ୍ଡରେ ଥିବା ଛିଦ୍ର, ଭଲ୍‌ବ ସର୍ଜରି ଓ କରୋନିଆରି ଅର୍ଟିକ୍ ବାଇପାସ୍ ଭଳି ଜଟିଳ ହୃଦରୋଗ ସମସ୍ୟା ଥିବା ରୋଗୀଙ୍କ ଅସ୍ତ୍ରୋପଚାର କରାଯିବ ବୋଲି ସିଟିଭିଏସ ବିଭାଗୀୟ ମୁଖ୍ୟ ଆସୋସିଏଟ୍‌ ପ୍ରଫେସର ଡା.ସାରଦା ପ୍ରସନ୍ନ ସାହୁ କହିଛନ୍ତି। ବିଭାଗ ପକ୍ଷରୁ ଚାରିଜଣିଆ ଡାକ୍ତରୀ ଦଳ ସହ ସେବିକାଙ୍କ ଟିମ୍ ବର୍ତ୍ତମାନ ପ୍ରସ୍ତୁତ ଥିବା ବେଳେ ଚାରିଜଣ ହୃଦ‌୍‌ରୋଗୀଙ୍କୁ ଅସ୍ତ୍ରୋପଚାର ନିମନ୍ତେ ଚିହ୍ନଟ କରାଯାଇଛି। କେବଳ ଅସ୍ତ୍ରୋପଚାରରେ ଆବଶ୍ୟକ ହେଉଥିବା କିଛି ଆନୁଷଙ୍ଗିକ ସାମଗ୍ରୀ ଆସିଗଲା ପରେ ସାତଦିନ ମଧ୍ୟରେ ଓପନ୍ ହାର୍ଟ ସର୍ଜରି କାର୍ଯ୍ୟକ୍ଷମ ହେବ ବୋଲି ବିଭାଗୀୟ ମୁଖ୍ୟ ସୂଚନା ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe