କଟକରେ ମାଲାବାରର ନୂତନ ଷ୍ଟୋର ଖୋଲିଲା

Advertisment
କଟକରେ ମାଲାବାରର ନୂତନ ଷ୍ଟୋର ଖୋଲିଲା

କଟକ: ଦେଶର ବୃହତ୍ତମ ସୁନା ଓ ହୀରା ଗହଣା ବିକ୍ରେତାଙ୍କ ମଧ୍ୟରେ ଅନ୍ୟତମ ମାଲାବାର ଗୋଲ୍‌ଡ ଏବଂ ଡାଇମଣ୍ଡସ୍‌ର ନୂତନ ସୋ’ରୁମ୍ କଟକର କ୍ୟାଣ୍ଟନମେଣ୍ଟ ରୋଡ୍‌ଠାରେ ଉଦ୍‌ଘାଟିତ ହୋଇଛି। ସଂସ୍ଥାର ପରିଚାଳନା ଅଧିକାରୀ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମିଶ୍ର ଏହାକୁ ଉଦ୍‌ଘାଟନ କରିଥିଲେ। ମାଲାବାର ଗ୍ରୁପ୍‌ର ଅଧ୍ୟକ୍ଷ ଏମ୍‌ପି ଅହମ୍ମଦ ଏହି ଅବସରରେ କହିଛନ୍ତି ଯେ ନୂଆ ଷ୍ଟୋରରେ ଗ୍ରାହକମାନେ ଉନ୍ନତମାନର ଗହଣା ସୁଲଭ ମୂଲ୍ୟର ମେକିଙ୍ଗ ଚାର୍ଜରେ କିଣିବା ସୁଯୋଗ ପାଇବେ।

ଏହି ଷ୍ଟୋର୍‌ରେ ସୁନା, ହୀରା, ମୂଲ୍ୟବାନ ରତ୍ନ ପଥର ଏବଂ ବ୍ରାଇଡାଲ୍ କଲେକ୍ସନର ପର୍ଯ୍ୟାପ୍ତ ସମ୍ଭାର ଉପଲବ୍ଧ କରାଯାଇଛି। ମାଲାବାର ଗୋଲ୍ଡ ଏବଂ ଡାଇମଣ୍ଡ୍‌ସର ଉପବ୍ରାଣ୍ଡ୍ ଯଥା ଡିଭାଇନ୍ ଇଣ୍ଡିଆନ ହେରିଟେଜ୍ ଜୁଏଲାରୀ, ଏଥନିକ୍ସ ହ୍ୟାଣ୍ଡିକ୍ରାଫଟ୍ ଡିଜାଇନ୍, ବିରାଜ୍ ରୟାଲ ପୋଲକି ଜୁଏଲାରୀ, ଏରା ଅନକଟ୍ ଜୁଏଲାରୀ, ପ୍ରେସିଆ ଜେମ୍ ଷ୍ଟାନ୍ ଜୁଏଲାରୀ, ଜୈଲ ଲାଇଫ ଷ୍ଟାଇଲ ଜୁଏଲାରୀ ଏବଂ ଆହୁରି ଅନେକ ଡିଜାଇନର ଗହଣା ବିକ୍ରି କରାଯାଉଛି। ମାଲାବାର ଗ୍ରୁପ ଲାଭାଂଶର ୫ ପ୍ରତିଶତ ଅଞ୍ଚଳରେ ଦାତବ୍ୟ ଓ‌ ଜନହିତକର କାର୍ଯ୍ୟ ପାଇଁ ଆବଣ୍ଟନ କରିବ ବୋଲି ଅହମ୍ମଦ କହିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ମୁଖ୍ୟ ସିରାଜ ପିକେ, ତହସିଲ ଅହମ୍ମଦ, ନିଖିଲ୍ ଚନ୍ଦ୍ରନ୍, ରାକେଶ କୁମାର, ସରିତା ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe