ଭକ୍ତଙ୍କ ପାଇଁ ଖୋଲିଲା ମା’ ରାମଚଣ୍ଡୀ ମନ୍ଦିର 

ଭକ୍ତଙ୍କ ପାଇଁ ଖୋଲିଲା ମା’ ରାମଚଣ୍ଡୀ ମନ୍ଦିର 

ବ୍ରଜରାଜନଗର: ଇବ୍‌ନଦୀରେ ପ୍ରବଳ ବନ୍ୟା ଆସିବା ଫଳରେ ବ୍ରଜରାଜନଗର ଇବ୍‌ ନଦୀ କୂଳ ପାହାଡ଼ ଗୁମ୍ଫାରେ ଥିବା ମା’ ରାମଚଣ୍ଡୀ ମନ୍ଦିର ସମ୍ପୂର୍ଣ୍ଣ ବୁଡ଼ି ଯାଇଥିଲା। ଫଳରେ ୧୫ ତାରିଖ ସକାଳୁ ୧୭ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ବନ୍ଦ ଥିଲା। ସକାଳୁ ପାଣି କମିଯିବା ପରେ ସେବାୟତମାନେ ପ୍ରଥମେ ଗୁମ୍ଫାରୁ ପାଣି ଓ ବାଲି ବାହାର କରି ସଫା କରିଥିଲେ। ପରେ ମା’ ରାମଚଣ୍ଡୀଙ୍କୁ ମହାସ୍ନାନ ଓ ନୀତି କରାଯାଇଥିଲା।

ପରବର୍ତ୍ତୀ ସମୟରେ ପାହାଡ଼ ଉପରୁ ମନ୍ଦିରକୁ ଯିବା ସିଡିରେ ଭକ୍ତଙ୍କ ଯାତାୟତ ପାଇଁ ଅନୁମତି ଦେଇଥିଲେ। ବନ୍ୟା ଯୋଗୁଁ ୨ଦିନ ଭକ୍ତମାନେ ପାହାଡ଼ ଉପରେ ପୂଜା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe