ଭକ୍ତଙ୍କ ପାଇଁ ଖୋଲିଲା ପଶ୍ଚିମଦ୍ବାର

Advertisment
ଭକ୍ତଙ୍କ ପାଇଁ ଖୋଲିଲା ପଶ୍ଚିମଦ୍ବାର

ପୁରୀ: ବହୁଦିନର ଦାବି ପରେ ଆଜିଠାରୁ ଶ୍ରୀମନ୍ଦିର ସିଂହଦ୍ବାର ସହ ପଶ୍ଚିମଦ୍ବାରରୁ ଭକ୍ତଙ୍କ ଦର୍ଶନ ପାଇଁ ପ୍ରବେଶ ଆରମ୍ଭ ହୋଇଛି। ଏଣୁ ଭକ୍ତମାନେ ସିଂହଦ୍ବାର ସହ ପଶ୍ଚିମଦ୍ବାର ଦେଇ ପ୍ରବେଶ ପରେ ଦର୍ଶନ ସାରି ପୂର୍ବ ନିଷ୍ପତ୍ତିକ୍ରମେ ଦକ୍ଷିଣ ଦ୍ବାର ଓ ଉତ୍ତରଦ୍ବାର ଦେଇ ପ୍ରସ୍ଥାନ କରିଛନ୍ତି।

ଏହି ଉପଲକ୍ଷେ ଆଜି ପଶ୍ଚିମଦ୍ବାରରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଦକ୍ଷିଣଦ୍ବାରରୁ ନୂଆ ସେଡ୍‌ ସାଙ୍ଗକୁ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା। ସେପଟେ ସୁବିଧା ଦୃଷ୍ଟିରୁ ଆଜି ଦକ୍ଷିଣଦ୍ବାରରେ ଭକ୍ତଙ୍କ ପାଇଁ ଜୋତା ‌ଷ୍ଟାଣ୍ଡ୍‌ର ବ୍ୟବସ୍ଥା କରାଯାଇଥିଲା। ସିଂହଦ୍ବାର ଜୋତାଷ୍ଟାଣ୍ଡ୍‌ ଭଳି ଭକ୍ତମାନେ ଜୋତାଷ୍ଟାଣ୍ଡ୍‌ରେ ଜୋତା ରଖି ଦର୍ଶନ ପାଇଁ ଯାଇଥିଲେ। ଏଥିପାଇଁ ଟୋକନ୍‌ ବ୍ୟବସ୍ଥା କରାଯାଇଥିଲା। ଏଭଳି ଦର୍ଶନ ବ୍ୟବସ୍ଥା ପରେ ଭକ୍ତମାନେ ଖୁସିବ୍ୟକ୍ତ କରିଛନ୍ତି। ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସ୍‌ପି ଡ. କେ. ବିଶାଳ ସିଂହ ଆଜି ପଶ୍ଚିମଦ୍ବାର ଓ ଅନ୍ୟାନ୍ୟ ସ୍ଥାନ ପରିଦର୍ଶନ କରି ଦର୍ଶନ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe