ନିୟମ ମାନିଲେ ରାଜ୍ୟରେ ୧୮ ହଜାର ମନ୍ଦିର ଖୋଲିବ: ଦେବୋତ୍ତର ବିଭାଗ

ଦିନକ ପରେ ନବରାତ୍ର; ଚଳଚଞ୍ଚଳ ଶକ୍ତିପୀଠ

Sambad

ଭୁବନେଶ୍ବର: ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଦେବୋତ୍ତର ବିଭାଗ ଅଧୀନରେ ଥିବା ୧୮ ହଜାର ମନ୍ଦିର ଖୋଲିବା ନେଇ ମୋଡାଲିଟି ନିର୍ଦ୍ଧାରଣ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି ଦେବୋତ୍ତର କମିସନର। ଏକକାଳୀନ ଭକ୍ତ ପ୍ରବେଶ ବାରଣ ରହିଛି। ସାମାଜିକ ଦୂରତା, ମନ୍ଦିର ଦ୍ୱାରରେ ସାନିଟାଇଜର୍ ରଖିବା ଓ ବାରମ୍ବାର ମନ୍ଦିର ବିଶୋଧନ କରିବାକୁ ପ୍ରସ୍ତାବ ଦିଆଯାଇଛି।

କେବଳ ଦର୍ଶନ କରାଯିବ, ହେଲେ ବଡ଼ ପୂଜା ହେବ ନାହିଁ। ଏ ସବୁ ନିୟମ ମାନିଲେ ମନ୍ଦିର ଖୋଲି ପାରିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଅପରପକ୍ଷରେ ନିୟମ ନ ମାନିଲେ ମନ୍ଦିର ଖୋଲିବ ନାହିଁ। ତେବେ ଏ ନେଇ ରାଜ୍ୟ ସରକାର ଚୁଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଦେବୋତ୍ତର ନିରୀକ୍ଷକ ନିରୋଜ ଛୋଟରାୟ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe