ଓପେପା ନିର୍ଦ୍ଦେଶକଙ୍କ ୨ ଦିନିଆ ସମ୍ବଲପୁର ଗସ୍ତ

Advertisment
ଓପେପା ନିର୍ଦ୍ଦେଶକଙ୍କ ୨ ଦିନିଆ ସମ୍ବଲପୁର ଗସ୍ତ

ସମ୍ବଲପୁର : ଓପେପାର ନିର୍ଦ୍ଦେଶକ ଅନୁପମ ସାହା ୨ ଦିନିଆ ଗସ୍ତରେ ସମ୍ବଲପୁର ଆସି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ପ୍ରଥମ ଦିନରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ। ଜିଲ୍ଲା କିଭଳି ୨୦୨୫ ସୁଦ୍ଧା ନାସ୍‌ରେ ଶ୍ରେଷ୍ଠ ୧୦ ଭିତରେ ସାମିଲ ହେବ ସେ ନେଇ ଜିଲ୍ଲା ଶିକ୍ଷାଧିକାରୀ, ଡିଆଇଇଟି ଅଧ୍ୟକ୍ଷ, ବ୍ଲକ ଶିକ୍ଷାଧିକାରୀ, ବ୍ଲକ ସାଧନ କର୍ମୀଙ୍କ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ପରେ ୫-ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟଗୁଡ଼ିକୁ ମଧ୍ୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟା ନ କରିଥିଲେ। ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ୍, ମନମୋହନ ପଟ୍ଟନାୟକ ହାଇସ୍କୁଲ୍‌ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର୍‌, ଇଣ୍ଟରନେଟ୍‌ ଓ ଇ-ଲାଇବ୍ରେରୀର ବ୍ୟବହାର ଉପରେ ଗୁରୁତ୍ବ ଦେବାକୁ କହିଥିଲେ।

publive-image

ଶୁକ୍ରବାର ଗସ୍ତର ଦ୍ବିତୀୟ ଦିନରେ ଓଏଭି ମାନେଶ୍ବର ଗସ୍ତ କରି ବିଭିନ୍ନ ନିର୍ମାଣାଧୀନ କାର୍ଯ୍ୟ ଅନୁଧ୍ୟାନ କରିବା ସହ ଭାରପ୍ରାପ୍ତ ଅଧ୍ୟକ୍ଷ ରାଜେନ୍ଦ୍ର ଛୁରିଆଙ୍କ ସହ ସୁବିଧା ଅସୁବିଧା ଉପରେ ଆଲୋଚନା କରିଥିଲେ। କୁଚିଣ୍ଡା ବ୍ଲକର କୁଟରାଚୁଆଁ, ସାତକମା, ହାଡିପାଲି ଆଦି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ଏବଂ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ପରଖିଥିଲେ।

publive-image

ଏହା ପରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଠାରେ ନୂତନ ଭିଡିଓ କନଫରେନ୍ସ ହଲ୍‌ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନନ୍ୟା ଦାସ, ଆଇଏଏସ୍‌(ପି) ଅରୁଗୋଲା ସ୍ନେହା, ଜିଲ୍ଲା ଶିକ୍ଷାଧିକାରୀ ମୀନାରାଣି ମଙ୍ଗଳ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମୁରଲୀଧର ବେହେରା ଓ ଜୟଶ୍ରୀ ଦୋରା, ସୂର୍ଯ୍ୟକାନ୍ତ ବିଶ୍ବାଳ, ରବି ସାହୁ, ପୁରୁଷୋତ୍ତମ ପ୍ରହରାଜ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe