ଆଜିଠୁ ଓପେପା କର୍ମଚାରୀ ସମୂହ ଛୁଟିରେ ଯିବେ

Advertisment
ଆଜିଠୁ ଓପେପା କର୍ମଚାରୀ ସମୂହ ଛୁଟିରେ ଯିବେ

ଭୁବନେଶ୍ବର : ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓପେପା) କର୍ମଚାରୀଙ୍କ ନିୟମିତ କରିବା ଏବଂ ଅନ୍ୟ ଦାବିରେ ୧୨୦୦ରୁ ଅଧିକ କର୍ମଚାରୀ ଆସନ୍ତା ୪ତାରିଖରୁ ସମୂହ ଛୁଟିରେ ଯିବେ। ଆଜି ଏନେଇ ଓପେପା କର୍ମଚାରୀ ସେବା ସଂଘ ଏକ ସାମ୍ବାଦିକ ସମ୍ମିଳନୀରେ କହିଛି।

ସଂଘର ସଭାପତି ବିଶ୍ବରଂଜନ ଜେନା କହିଛନ୍ତି ଯେ, ଓପେପା ଅଧୀନରେ କାର୍ଯ୍ୟରତ ବିଭିନ୍ନ ବର୍ଗର ୧୨୦୦ କର୍ମଚାରୀ ସହକାରୀ ନିର୍ଦ୍ଦେଶକ, ବରିଷ୍ଠ ବୈଷୟିକ ପରାମର୍ଶଦାତା, ବିତ୍ତ ଅଧିକାରୀ, ବୈଷୟିକ ପରାମର୍ଶଦାତା, ଅର୍ଥ ପରାମର୍ଶଦାତା, ଶୈକ୍ଷିକ ସଂଯୋଜକ ଭଳି ୧୬ଟି ପଦବିରେ ଦୀର୍ଘ ୨୨ବର୍ଷ ହେଲା କାର୍ଯ୍ୟ କରୁଥି‌େଲ ହେଁ ସେମାନଙ୍କୁ ନିୟମିତ କରା‌ଯାଉନି। ଏନେଇ ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ବିଭାଗୀୟ ସଚିବଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ହେଁ କିଛି ପଦକ୍ଷେପ ନିଆଯାଉନି। ଏପରିକି ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ୨୦୧୩ରେ ଆମ ଦାବି ଉପରେ ଆଲୋଚନା ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିଲେ ହେଁ ଏହା ବସୁନି କି ଦାବି ପୂରଣ ହେଉନି। ହେଲେ ପୂର୍ବରୁ ବାର୍ଷିକ ଚୁକ୍ତି ନବୀକରଣ ପ୍ରଥା ବନ୍ଦ ହୋଇଥିଲେ ହେଁ ଏହାକୁ ପୁଣି ଲାଗୁ କରାଯାଇଛି। ତେଣୁ ଆମେ ଫେବ୍ରୁଆରି ୪ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବୁ ବୋଲି ଶ୍ରୀ ଜେନା କହିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ଉପସଭାପତି ସୁଶାନ୍ତ କୁମାର ବେହେରା, ପୁରୁଷୋତ୍ତମ ପ୍ରହରାଜ, ଅଭୟ କୁମାର ରାଉତ, ସାଧାରଣ ସମ୍ପାଦକ ବିଶ୍ବରଂଜନ ଜେନା, ଯୁଗ୍ମ ସମ୍ପାଦକ ସୂର୍ଯ୍ୟକାନ୍ତ ସୂତାର, ପ୍ରସନ୍ନ କୁମାର ସାହୁ, କୋଷାଧ୍ୟକ୍ଷ ସରୋଜ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe