ସରିଲା ଅପରେସନ୍‌, ଫେରିଲେ ଯବାନ; ୩୧ ନକ୍ସଲ ମୃତ, ୧୮ ଯବାନ ଆହତ: ସିଆରପିଏଫ୍ ଡିଜି

Advertisment

ଛତିଶଗଡ଼-ତେଲେଙ୍ଗାନା ସୀମାବର୍ତ୍ତୀ କାରେଗଟା ଜଙ୍ଗଲରେ ୨୦ ଦିନ ଧରି ଚାଲିଥିବା କମ୍ବିଂ ଅପରେସନ୍‌ ଶେଷ ହୋଇଛି। ଏଥିରେ ୩୧ ଜଣ ନକ୍ସଲ ନିହତ ହୋଇଛନ୍ତି। ନକ୍ସଲଙ୍କ ପ୍ରତି ଆକ୍ରମଣରେ ୧୮ ଯବାନ ଆହତ ହୋଇଛନ୍ତି।

ଛତିଶଗଡ଼-ତେଲେଙ୍ଗାନା ସୀମାବର୍ତ୍ତୀ କାରେଗଟା ଜଙ୍ଗଲରେ ୨୦ ଦିନ ଧରି ଚାଲିଥିବା କମ୍ବିଂ ଅପରେସନ୍‌ ଶେଷ ହୋଇଛି। ଏଥିରେ ୩୧ ଜଣ ନକ୍ସଲ ନିହତ ହୋଇଛନ୍ତି। ନକ୍ସଲଙ୍କ ପ୍ରତି ଆକ୍ରମଣରେ ୧୮ ଯବାନ ଆହତ ହୋଇଛନ୍ତି।

dssdccx

ମାଲକାନଗିରି: ଛତିଶଗଡ଼-ତେଲେଙ୍ଗାନା ସୀମାବର୍ତ୍ତୀ କାରେଗଟା ଜଙ୍ଗଲରେ ୨୦ ଦିନ ଧରି ଚାଲିଥିବା କମ୍ବିଂ ଅପରେସନ୍‌ ଶେଷ ହୋଇଛି। ଏଥିରେ ୩୧ ଜଣ ନକ୍ସଲ ନିହତ ହୋଇଛନ୍ତି। ନକ୍ସଲଙ୍କ ପ୍ରତି ଆକ୍ରମଣରେ ୧୮ ଯବାନ ଆହତ ହୋଇଛନ୍ତି। ସର୍ଚ ଅପରେସନ୍‌ ସମୟରେ ଜଙ୍ଗଲରୁ ୨୫୦ରୁ ଊର୍ଦ୍ଧ୍ବ ଲ୍ୟାଣ୍ଡମାଇନ୍ ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। କାରେଗଟା ଜଙ୍ଗଲରେ ନକ୍ସଲ ସଂଗଠନର ଟପ୍ କ୍ୟାଡର୍ ନେତା ଲୁଚିଥିବା ପୁଲିସ୍‌କୁ ସୂଚନା ମିଳିଥିଲା। ପୁଲିସ୍‌ ଓ ଯବାନ ମିଳିତ ଭାବେ ଏପ୍ରିଲ ୨୧ରୁ ଜଙ୍ଗଲରେ ଆରମ୍ଭ କରିଥିଲେ କମ୍ବିଂ ଅପରେସନ। ସିଆର୍‌ପିଏଫ୍‌ କୋବ୍ରା ବାହିନୀ, ଏସ୍‌ଟିଏଫ୍‌, ଗ୍ରେହାଉଣ୍ଡସ୍‌ କମାଣ୍ଡୋ ଓ ପୁଲିସ ଫୋର୍ସକୁ ମିଶାଇ ୧୦ ହଜାର ଯବାନ ୨୦ ଦିନ ଧରି ଜଙ୍ଗଲକୁ ଘେରି ରହିଥିଲେ। ୬୦ କିମି ପରିବ୍ୟାପ୍ତ ଜଙ୍ଗଲରେ ଚାଲିଥିବା ଅପରେସନ୍‌ରେ ୩୧ ନକ୍ସଲ ନିହତ ହୋଇଥିଲେ। ନିହତ ନକ୍ସଲଙ୍କ ମଧ୍ୟରେ ୧୬ ଜଣ ମହିଳା ଓ ୧୫ ଜଣ ପୁରୁଷ ରହିଛନ୍ତି। ୨୮ ନକ୍ସଲଙ୍କ ପରିଚୟ ମିଳିଥିବା ବେଳେ ୩ ଜଣଙ୍କର ପରିଚୟ ମିଳିପାରି ନାହିଁ।

କମ୍ବିଂ ଓ ସର୍ଚ ଅପରେସନ୍‌ ସମୟରେ ୧୮ ଜଣ ଯବାନ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଆହତ ହୋଇଥିବା ସୂଚନା ଦେଇଛନ୍ତି ସିଆର୍‌ପିଏଫ୍‌ ଡିଜି ଜ୍ଞାନେନ୍ଦ୍ର ପ୍ରତାପ ସିଂ। ନକ୍ସଲ ଉପଦ୍ରବ କମାଇବାକୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ନୂତନ ପୁଲିସ୍‌ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ଏହି ଅଞ୍ଚଳରେ ଥିବା ଗାଁଗୁଡ଼ିକର ଲୋକମାନଙ୍କୁ ସରକାରଙ୍କ ପକ୍ଷରୁ ରାସନ୍ ସମେତ ବିଦ୍ୟୁତ୍, ଶିକ୍ଷା, ସ୍ବାସ୍ଥ୍ୟସେବା ପ୍ରଦାନ କରାଯିବ ବୋଲି ସିଆର୍‌ପିଏଫ୍ ଡିଜି କହିଛନ୍ତି। କାରେଗଟା ଅପରେସନରେ ପୁଲିସ୍‌କୁ ବଡ଼ ସଫଳତା ମିଳିଥିବାରୁ ଯବାନଙ୍କୁ ସେ ପ୍ରଶଂସା କରିଛନ୍ତି। ବିଏସ୍‌ଏଫ୍‌ ହେଲିକେପ୍ଟର ଓ ଡ୍ରୋନ୍‌ ସହାୟତା ଯୋଗୁଁ ଏହି ସଫଳତା ମିଳିଥିବା ଡିଜି ଶ୍ରୀ ସିଂ କହିଛନ୍ତି। ଅପରପକ୍ଷରେ ନକ୍ସଲମାନେ ଆତ୍ମସମର୍ପଣ ନ କରିବା ପର୍ଯ୍ୟନ୍ତ କମ୍ବିଂ ଅପରେସନ୍‌ ଜାରି ରହିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe