ନକ୍ସଲ ଆକ୍ରମଣରେ ୨୨ ଯବାନ ସହିଦ ଘଟଣା : ଅପରେସନ ‘ପ୍ରହାର-୩’ ଆରମ୍ଭ

Advertisment

‘ବ୍ୟର୍ଥ ଯିବନି ସହିଦ୍‌ଙ୍କ ଆତ୍ମବଳି’

‘ବ୍ୟର୍ଥ ଯିବନି ସହିଦ୍‌ଙ୍କ ଆତ୍ମବଳି’

ନକ୍ସଲ ଆକ୍ରମଣରେ ୨୨ ଯବାନ ସହିଦ ଘଟଣା : ଅପରେସନ ‘ପ୍ରହାର-୩’ ଆରମ୍ଭ

ଘଟଣାସ୍ଥଳ ପରିଦର୍ଶନ କରୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ମାଷ୍ଟରମାଇଣ୍ଡ ହିଡ଼ମା ପ୍ରଥମ ଟାର୍ଗେଟ
୮ ନକ୍ସଲ କମାଣ୍ଡରଙ୍କୁ ନିପାତ ଲକ୍ଷ୍ୟ

ମାଲକାନଗିରି : ବିଜାପୁର-ସୁକ୍‌ମା ସୀମାରେ ନକ୍ସଲଙ୍କ ହମ୍‌ଲା ଯୋଗୁ ୨୨ ଜଣ ଯବାନ ସହିଦ ହେବା ଘଟଣା ସାରାଦେଶକୁ ଦୋହଲାଇ ଦେଇଛି। ଘଟଣା ଜଣାପଡ଼ିବାର ଗୋଟିଏ ଦିନ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆକ୍ରମଣ ସ୍ଥଳ ଗସ୍ତ କରି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି କହିଛନ୍ତି। ଏକ ଉଚ୍ଚସ୍ତରୀୟ ବୈଠକରେ ପୂରା ଘଟଣାର ସମୀକ୍ଷା କରି ନକ୍ସଲ ଅପରେସନକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ, ନକ୍ସଲଙ୍କୁ ଦମନ କରିବା ପାଇଁ ଆରମ୍ଭ ହୋଇଛି ଅପରେସନ ‘ପ୍ରହାର-୩’।

publive-image

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା-ବିଜାପୁର ସୀମାରେ ଶହ ଶହ ସଂଖ୍ୟାରେ ନକ୍ସଲ ବ୍ୟୂହ ରଚନା କରି ଡିଆରଜି ଓ ଏସ୍‌ଟିଏଫ୍ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ୨୨ ଯବାନ ସହିଦ ହୋଇଥିବାବେଳେ ୩୦ରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇଥିଲେ। ଶନିବାର ଦିନ ୫ ଜଣ ଯବାନ ପ୍ରାଣ ହରାଇଥିବାର ଖବର ମିଳିଥିବାବେଳେ ଗତକାଲି ଏହି ଅଞ୍ଚଳରୁ ଆଉ ୧୭ ଜଣ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ନକ୍ସଲ କମାଣ୍ଡର ହିଡ଼ମା ହିଁ ପୂରା ଘଟଣାର ମାଷ୍ଟର ମାଇଣ୍ଡ ଥିଲା ବୋଲି ଜଣାପଡ଼ିଛି। ହିଡ଼ମାର ସମ୍ପୃକ୍ତି ନେଇ ଅନେକ ପ୍ରମାଣ ଓ ସୁରାକ୍ ପୁଲିସକୁ ମିଳିସାରିଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହଙ୍କ ନିର୍ଦ୍ଦେଶ ପରେ ହିଡ଼ମାକୁ ଧରିବା ପାଇଁ ତଥା ନକ୍ସଲଙ୍କୁ ଉପଯୁକ୍ତ ଜବାବ ଦେବା ପାଇଁ ଆଜିଠାରୁ ‘ପ୍ରହାର-୩ ’ ଆରମ୍ଭ ହୋଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ସ୍ପଷ୍ଟ ଭାବେ ଘୋଷଣା କରିଛନ୍ତି ଯେ ନକ୍ସଲଙ୍କ ଏହି ବର୍ବରତାର ମୂଲ୍ୟ ଦେବାକୁ ପଡ଼ିବ। ଜଗଦଲପୁର ଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ବରିଷ୍ଠ ପୁଲିସ ଏବଂ ଅର୍ଦ୍ଧ ସାମରିକ ବଳ ଅଧିକାରୀଙ୍କ ସହ ଋଦ୍ଧଦ୍ବାର ବୈଠକ କରିଥିଲେ। ଆଗକୁ ଲଢ଼େଇକୁ ଜୋରଦାର କରିବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ କହିଥିଲେ ଯେ, ‘ମୁଁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି। ସେମାନଙ୍କ ଏହି ସର୍ବୋଚ୍ଚ ବଳିଦାନକୁ ବ୍ୟର୍ଥ ହେବାକୁ ଦେବିନାହିଁ। ଏହି ଲଢ଼େଇ ଆଉ ବନ୍ଦ ହେବ ନାହିଁ, ଆଗକୁ ବଢ଼ିବ।’

ମିଳିଥିବା ସୂଚନା ଅନୁସାରେ, ହ୍ୟୁମାନ ଇଣ୍ଟେଲିଜେନସ୍‌ ଏବଂ ଟେକ୍ନିକାଲ ଇଣ୍ଟେଲିଜେନସ୍‌ ସାହାରା ନିଆଯିବ। ଏଥିସହିତ, ବସ୍ତର ଠାରେ ଅବସ୍ଥାପିତ ସୁରକ୍ଷା କର୍ମୀ ଗୋଟିଏ ତାଲିକା ପ୍ରସ୍ତୁତ କରିଛନ୍ତି। ଏହି ତାଲିକାରେ ଟପ୍ କ୍ୟାଡର ନକ୍ସଲଙ୍କ ନାମ ରହିଛି। ତାଲିକାରେ ପ୍ରଥମ ନାମ ମିଲିଟାରି ପ୍ଲାଟୁନ-୬ ଟପ୍ କମାଣ୍ଡର ହିଡ଼ମାର ରହିଛି। ସୁକମା ଜଂଗଲରେ ହିଡ଼ମା ଛପି ରହି ସୁରକ୍ଷା କର୍ମୀଙ୍କ ଉପରେ ବାରମ୍ବାର ଆକ୍ରମଣ କରିବାରେ ସଫଳ ହେଉଛି। ତେଣୁ ପ୍ରଥମେ ହିଡ଼ମାକୁ ନିପାତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସୁରକ୍ଷା କର୍ମୀ। ସେହିପରି ତାଲିକାରେ ମିଲିଟାରି ପ୍ଲାଟୁନ-୧ କମାଣ୍ଡର କମଲେଶ ଓରଫ ଲଚ୍ଛୁ, କମାଣ୍ଡର ସାକେତ ନୁରେତି, କମାଣ୍ଡର ଲାଲୁ ଦଣ୍ଡାମି, ପ୍ଲାଟୁନ ନମ୍ବର-୨ କମାଣ୍ଡର ମଙ୍ଗେସ ଗୋଣ୍ଡ, କମାଣ୍ଡର ରାମଜୀ, ପ୍ଲାଟୁନ ନମ୍ବର-୧୭ କମାଣ୍ଡର ସୁଖଲାଲ ଏବଂ ଡିବିସିଏମ୍‌ ମିଲିଟାରି ପ୍ଲାଟୁନ ନମ୍ବର-୧୬ କମାଣ୍ଡର ମଲେଶ ନାମ ରହିଛି।

publive-image The Economic Times

ଛତିଶଗଡ଼ ଗୁଇନ୍ଦା ବିଭାଗ ଅଧିକାରୀଙ୍କ କହିବା ହେଲା ବସ୍ତର ଡିଭିଜନରେ ମୋଷ୍ଟଵାଣ୍ଟେଡ ନକ୍ସଲ ଥିଲା ରାମନ୍ନା। ରାମନ୍ନା ନାମରେ ସରକାର ଏକ କୋଟି ୪୦ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ତେବେ ମୃତ୍ୟୁ ପରେ ସେହି ସ୍ଥାନ ହିଡ଼ମା ଅକ୍ତିଆର କରିଛି। ହିଡ଼ମାକୁ ଖୋଜିବା ପାଇଁ ବସ୍ତର ପୁଲିସ ଦୀର୍ଘଦିନ ଧରି ଅପରେସନ ଚଳାଇଛି। କିନ୍ତୁ ସଫଳ ହୋଇପାରୁନାହିଁ। କେନ୍ଦ୍ରୀୟ କମିଟି ହିଡ଼ମାକୁ ଡିକେଏସ୍‌ଜେସିର ମୁଖ୍ୟ କରିଛନ୍ତି। ଛତିଶଗଡ଼ର ନକ୍ସଲ ପ୍ରବଣ ଅଂଚଳରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ହିଁ ହିଡ଼ମାକୁ ଦାୟିତ୍ବ ଦିଆଯାଇଛି। ହିଡ଼ମା ପାଇଁ ସରକାର ୫୦ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ସେହିପରି ଓଡ଼ିଶା ଏବଂ ତେଲେଙ୍ଗାନା ସରକାର ମଧ୍ୟ ଅଲଗା ପୁରସ୍କାର ରାଶି ଘୋଷଣା କରିଛନ୍ତି।

ଅନ୍ୟପକ୍ଷରେ ଶନିବାର ଦିନର ଆକ୍ରମଣ ସମୟରେ ଜଣେ ଯବାନ ନିଖୋଜ ହୋଇଯାଇଥିଲେ। ଆଜି ସେହି ନିଖୋଜ ଯବାନଙ୍କ ପରିଚୟ ମିଳିଛି। ନିଖୋଜ ଡିଆରଜି ଯବାନ ରାକେଶ୍ବର ସିଂ ମନହାସ ଦୁର୍ଦ୍ଦାନ୍ତ ମାଓ କମାଣ୍ଡର ହିଡ଼ମା ନିକଟରେ ବନ୍ଦୀ ହୋଇରହିଛନ୍ତି। ଏ ନେଇ ଗଣମାଧ୍ୟମକୁ ଫୋନ କରି ଜଣାଇଛନ୍ତି ନକ୍ସଲ। ଏହି ଖବର ପ୍ରଚାରିତ ହେବାପରେ ଚାଞ୍ଚଲ୍ୟ ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe