କନ୍ଧମାଳରେ ‘ଅପରେସନ୍‌ ସ୍ୟାଡୋ’, ବିପୁଳ ମାଓ ସାମଗ୍ରୀ ଜବତ

Advertisment
କନ୍ଧମାଳରେ ‘ଅପରେସନ୍‌ ସ୍ୟାଡୋ’, ବିପୁଳ ମାଓ ସାମଗ୍ରୀ ଜବତ

ବାଲିଗୁଡା : ବାଲିଗୁଡ଼ା ଥାନା କନ୍ଧମାଳ ଓ କଳାହାଣ୍ତି ଜିଲ୍ଲା ସୀମାନ୍ତ ଲେଙ୍ଗୁରି ଓ କୁଟିଗୁଡ଼ା ନିକଟ ସମାଗାଁ ଜଙ୍ଗଲରେ ଆଜି ସିଆରପିଏଫ୍ ପକ୍ଷରୁ ‘ଅପରେସନ୍‌ ସ୍ୟାଡୋ’ ଜରିଆରେ ସର୍ଚ୍ଚ ଅପରେସନ୍‌ କରାଯାଇ ଏକ ମାଓ କ୍ୟାମ୍ପ୍‌ ଠାବ କରାଯିବା ସହ ବହୁ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି।

ସିଆରପିଏଫ୍ ବାଟାଲିୟନ୍‌ କମାଣ୍ଡାଣ୍ଟ୍‌ ଆନନ୍ଦ ଝାଙ୍କ ସୂଚନା ଅନୁସାରେ, ମାଓ କ୍ୟାମ୍ପ୍‌ରୁ ତିନୋଟି ଦେଶୀ ବନ୍ଧୁକ, ଆମୋନିୟମ୍‌ ନାଇଟ୍ରେଟ୍‌ ୩ କେଜି. ଫ୍ଲେକ୍ସି ତାର ୧୦ ମିଟର, ଗୋଟିଏ ୧୦ ଲିଟିର ଟିଫିନ କ୍ୟାରେଜ୍‌, ୨ଟି ସେଲୋ ଟେପ୍‌, ୨ଟି ୯ ଭୋଲ୍ଟ ବ୍ୟାଟେରି, ଗୋଟିଏ ଛୁରୀ, ବହୁ ଔଷଧ ବଟିକା ଓ ସିରିଞ୍ଜ୍‌, ୪ଟି ଦଉଡ଼ି, ରେଡ଼ିଓ, ପାଣି ବୋତଲ, ଦୁଇ ପ୍ୟାକେଟ ସର୍ଫ, ସିଗାରେଟ୍‌, ପଲିଥିନ୍‌, ପିଟୁ ବ୍ୟାଗ୍‌ ଦୁଇଟି ଜବତ କରାଯାଇଛି। ତେବେ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଘଟଣାସ୍ଥଳ ଛାଡ଼ି ଚାଲି ଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe