ରାଉରକେଲା/ବିଶ୍ରା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲକୁ ନକ୍ସଲମୁକ୍ତ କରିବା ପାଇଁ ଅପରେସନ୍କୁ ଜୋରଦାର କରାଯାଇଛି। ଆଜି ସକାଳ ପ୍ରାୟ ସାଢ଼େ ୬ଟାରେ ପଶ୍ଚିମ ସିଂହଭୂମ ଛୋଟନାଗରାରେ ନକ୍ସଲ ଓ ଯବାନଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି। ଏଥିରେ ନକ୍ସଲ ସଙ୍ଗଠନର ଶୀର୍ଷ ନେତା ଏରିଆ କମାଣ୍ଡର ଅନଲ୍ଦା ଓରଫ୍ ପତିରାମ ମାଝୀ ସହ ୧୫ ନକ୍ସଲ ନିହତ ହୋଇଛନ୍ତି। ୧୧ ଜଣଙ୍କର ପରିଚୟ ମିଳିଥିବାବେଳେ ଅନ୍ୟ ୪ ଜଣଙ୍କ ପରିଚୟ ମିଳିପାରିନି। ନିହତ ଅନଲ୍ଦା ମୁଣ୍ଡ ଉପରେ ଝାଡ଼ଖଣ୍ଡ ସରକାର ୧ କୋଟି ୨୦ ଲକ୍ଷ ଓ ଓଡ଼ିଶା ସରକାର ୧୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ।
Army vehicle falls into 200-foot ditch: ୨୦୦ ଫୁଟ ଖାଇକୁ ଖସିଲା ସେନା ଗାଡ଼ି: ୧୦ ଯବାନ ମୃତ
ଅନ୍ୟ ନିହତମାନେ ହେଲେ ବୋକାରୋ ଜିଲ୍ଲା ବଂଶିଟୋଲାର ଅନ୍ମୋଲ ଓରଫ୍ ସୁଶାନ୍ତ, ରାଞ୍ଚୁତମଡା ଥାନା ଅନ୍ତର୍ଗତ ତମରନାର ଅମିତ ମୁଣ୍ଡା, ଝାଡ଼ଖଣ୍ଡ ସୋନାହାତୁର ପିଣ୍ଟୁ ଲୋହାର, କିରିବୁର ଥାନା ଧାରଣାଦିରିର ଲାଲଜିତ୍ ଓରଫ୍ ଲାଲୁ, ଖୁଣ୍ଟି ମାଇଲପିଡ଼ିର ରାଜେଶ ମୁଣ୍ଡା, ଚାଇବାସା ଇଲିଗଢ଼ାର ବୁଲବୁଲ ଅଲଦା, ସରାଇକେଲା କୋରରାର ବବିତା, ଇଚାଗୁଡ଼ାର ପୂର୍ଣ୍ଣିମା, ସୁରଜମୁନି ଓ ଗୋଲେକେରା ବୋଇପାଇର ଜୋଙ୍ଗା। ଅନ୍ମୋଲ ନାଁରେ ଝାଡ଼ଖଣ୍ଡ ସରକାର ୨୫ ଲକ୍ଷ, ଓଡ଼ିଶା ସରକାର ୬୫ ଲକ୍ଷ, ଅମିତ ନାଁରେ ଝାଡ଼ଖଣ୍ଡ ସରକାର ୪୩ ଲକ୍ଷ ଓ ଓଡ଼ିଶା ସରକାର ୪ ଲକ୍ଷ ପୁରସ୍କାର ଘୋଷଣା କରିଥିଲେ। ସେହିପରି ପିଣ୍ଟୁ ଓ ଲାଲଜିତ୍ ନାଁରେ ଝାଡ଼ଖଣ୍ଡ ସରକାର ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ। ଅନଲ୍ଦା ଓ ଅନ୍ମୋଲ ନାଁରେ ୧୪୯ ଲେଖାଏଁ ହିଂସାକାଣ୍ଡ ମାମଲା ରହିଛି। ଅମିତ ନାଁରେ ୯୬, ପିଣ୍ଟୁ ନାଁରେ ୪୭ଟି ମାମଲା ରହିଛି। ଘଟଣାସ୍ଥଳରୁ ସୁରକ୍ଷାବାହିନୀ ବିପୁଳ ପରିମାଣର ମାରଣାସ୍ତ୍ର, ମାଓ ପୋଷାକ, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ଝାଡ଼ଖଣ୍ଡ ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ ମହାନିର୍ଦ୍ଦେଶକ ଓ ସିଆର୍ପିଏଫ୍ ମହାନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି।
Operation Saranda: ଅପରେସନ୍ ସରଣ୍ଡା: ମାଓ ନେତା ଅନଲ୍ଦା ସହ ୧୫ ନକ୍ସଲ ସଫା
ବିପୁଳ ମାରଣାସ୍ତ୍ର ଜବତ, ଦୁର୍ଦ୍ଦାନ୍ତ ମଚ୍ଛୁ ଫେରାର
ଓଡ଼ିଶା ସୀମାନ୍ତରେ କମ୍ବିଂ ଜୋରଦାର: ଡିଆଇଜି
ସରଣ୍ଡାର ଛୋଟନାଗରାରେ ଏରିଆ କମାଣ୍ଡର ଅନଲ୍ଦା ନେତୃତ୍ବରେ ନକ୍ସଲ ସଙ୍ଗଠନ ଏକ ବଡ଼ଧରଣର ହିଂସାକାଣ୍ଡ ପାଇଁ ଯୋଜନା କରୁଥିବା ଗୁପ୍ତ ସୂଚନା ମିଳିଥିଲା। ଗୁଇନ୍ଦା ସୂତ୍ର ଆଧାରରେ କୋବ୍ରାବାହିନୀ, ଜାଗୁଆର୍ ଓ ସିଆରପିଏଫ୍ ପକ୍ଷରୁ ଜଙ୍ଗଲକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ କରାଯାଇଥିଲା। ନକ୍ସଲମାନେ ସେଠାରୁ ଖସିଯିବାକୁ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ପାଲଟା ଜବାବରେ ଯବାନମାନେ ଗୁଳି ଚଳାଇଥିଲେ। ପ୍ରାୟ ୧୦ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିଲା। ଦୁର୍ଦ୍ଦାନ୍ତ ନକ୍ସଲ ନେତା ମଚ୍ଛୁ ଓ ତା’ର କିଛି ସହଯୋଗୀ ଘଟଣାସ୍ଥଳରୁ ଫେରାର ହେବାରେ ସଫଳ ହୋଇଥିଲେ। ଏ ସଂପର୍କରେ ପଶ୍ଚିମାଞ୍ଚଳ ଡିଆଇଜି (ରାଉରକେଲା) ବ୍ରିଜେଶ ରାୟ କହିଛନ୍ତି, ସୀମାନ୍ତରେ ନକ୍ସଲଙ୍କ ଗତିବିଧି ଉପରେ କଡ଼ାନଜର ରଖାଯିବା ସହ କମ୍ବିଂ ଅପରେସନ୍କୁ ଜୋରଦାର କରାଯାଇଛି।
Farmers: ବନ୍ୟା ସହାୟତା ରାଶି ନମିଳିଲେ ଆନ୍ଦୋଳନକୁ ଓହ୍ଲାଇବେ ଶହଶହ ଚାଷୀ
ସୂଚନାଯୋଗ୍ୟ, ପୂର୍ବରୁ ୧ କୋଟି ପୁରସ୍କାର ଘୋଷଣା କରାଯାଇଥିବା ମାଓ ନେତା ସୁଶାନ୍ତ ବୋଷକୁ ଗିରଫ କରାଯାଇଥିଲା। କେନ୍ଦ୍ରୀୟ କମିଟି ସଦସ୍ୟ ସୁଧାକର ଝାଡ଼ଖଣ୍ଡରୁ ଖସିଯାଇ ତେଲେଙ୍ଗାନା ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା। ତା’ ମୁଣ୍ଡ ଉପରେ ସରକାର ୨ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ଦୁର୍ଦ୍ଦାନ୍ତ ନକ୍ସଲ ନେତା ଅନୁଜ ଓରଫ୍ ସହଦେବ ସୋରେନ ହଜାରିବାଗରେ ସୁରକ୍ଷାବାହିନୀର ଏନ୍କାଉଣ୍ଟରରେ ନିହତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/23/sfhfhh-2026-01-23-03-42-47.jpg)