‘ଅପରେସନ ଜି‌ନ୍ଦେଗୀ’ରେ ନାବାଳକ ଅଞ୍ଜରୁ: ଓଲଟା ଯାଇ ରାହୁଲଙ୍କ ହାତଧରି ଟାଣି ଆଣିଥିଲେ

Advertisment
‘ଅପରେସନ ଜି‌ନ୍ଦେଗୀ’ରେ ନାବାଳକ ଅଞ୍ଜରୁ: ଓଲଟା ଯାଇ ରାହୁଲଙ୍କ ହାତଧରି ଟାଣି ଆଣିଥିଲେ

Argus News

ସମ୍ବଲପୁର : ‘ଅପରେସନ ଜିନ୍ଦେଗୀ’ରେ ସାମିଲ୍‌ ହୋଇଥିଲେ ଜଣେ ନାବାଳକ ଅଞ୍ଜରୁ। ସେ ଗର୍ତ୍ତ ଭିତରକୁ ଓଲଟା ଯାଇ ରାହୁଲଙ୍କ ହାତଧରି ଟାଣି ଆଣିଥିଲେ। ଏବଂ ଅପରେସନ୍‌ରେ ଶେଷ ସ୍ପର୍ଶ ଦେବା ସହିତ ରାହୁଲଙ୍କୁ ଉଦ୍ଧାର କାର୍ଯ୍ୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଛତିଶଗଡ଼ ସରକାରଙ୍କ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଜାଙ୍ଗିର-ଚମ୍ପାର ଜିଲ୍ଲାପାଳ ଜିତେନ୍ଦ୍ର କୁମାର ଶୁକ୍ଳା।

ଏହି ପରିପ୍ରେକ୍ଷୀରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଉପସ୍ଥିତ ରହି ରାହୁଲଙ୍କୁ ଉଦ୍ଧାର କରିବାରେ ମୁଖ୍ୟ ଭୂମିକା ନେଇଥିବା ଟିମ୍‌କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ପୂରା ଘଟଣାକୁ ବର୍ଣ୍ଣନା କରିଥିଲେ ଜାଙ୍ଗିର-ଚମ୍ପାର ଜିଲ୍ଲାପାଳ ଜିତେନ୍ଦ୍ର କୁମାର ଶୁକ୍ଳା। ଶ୍ରୀ ଶୁକ୍ଳା କହିଥିଲେ, ‘ ଆର୍ମି ଏବଂ ଏନ୍‌ଡିଆର୍‌ଏଫ୍‌ ଯବାନଙ୍କ କଠିନ ପରିଶ୍ରମ ଫଳରେ ରାହୁଲ ରହିଥିବା ସ୍ଥାନରେ ପହଞ୍ଚିବାର ଯୋଜନା ପ୍ରାୟତଃ ସଫଳ ହୋଇଥିଲା। ୯୫ ପ୍ରତିଶତ କାମ ଶେଷ ହୋଇସାରିଥିଲା। ରାହୁଲ ଏବଂ ଉଦ୍ଧାରକାରୀ ଦଳଙ୍କ ମଧ୍ୟରେ ଦୂରତା ଦେଢ଼ଫୁଟ ରହିଥିଲା। ହେଲେ, ଣି ଏକ ପଥର ଚଟାଣ ସାମ୍ନାକୁ ଆସି ଯାଇଥିଲା। ଏହାକୁ ହଟାଇବାକୁ ହେଲେ ସକାଳ ହୋଇଯାଇଥାନ୍ତା। ଏଥିରେ ରାହୁଲର ଜୀବନ ପ୍ରତି ବିପଦ ରହିଥିଲା। ଏସବୁକୁ ଦୃଷ୍ଟିରେ ରଖି ଏକ ଦେଶୀ ଯୋଗାଡ଼ କରାଯାଇଥିଲା। କିପରି ଏହି ପଥର ଚଟାଣକୁ ଅତିକ୍ରମ କରାଯିବ ତାହା ଚିନ୍ତାର ବିଷୟ ରହିଥିଲା। ସାଧାରଣ ଉପାୟରେ ପଥର କଟାଗଲେ ଏହା ରାହୁଲ ଉପରେ ପଡ଼ିବାର ସମ୍ଭାବନା ରହିଥିଲା।’

‘ଟନେଲ୍‌ଠାରୁ ମାତ କେଇ ଫୁଟ୍‌ ଦୂରରେ ଥିଲା ରାହୁଲ। ହେଲେ ତାକୁ ସେଠାରୁ ଟାଣି ଆଣିବା ଯବାନ କି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଲାଗି ସମ୍ଭବ ନଥିଲା। ରାହୁଲ ପାଖରେ ପହଞ୍ଚିବାକୁ ହେଲେ ତା’ପରି ଜଣେ ଛୋଟ ପିଲା ଦରକାର ଥିଲା। ହେଲେ; ଏପରି ସାହସିକ କାମ କିଏ କରିପାରିବ, ତାହା ସତେବେଳେ ଚିନ୍ତାର ବିଷୟ ହୋଇଥିଲା। ଏପଟେ ସମୟ ଗଡ଼ି ଯାଉଥିଲା। ବିଳମ୍ବ ହେଲେ ରାହୁଲର ଜୀବନ ପ୍ରତି ବିପଦ ଥିଲା। ଏପରି ସମୟରେ ଆଉ ଜଣେ ନାବାଳକ ଅଞ୍ଜରୁ ରାହୁଲ ନିକଟକୁ ଯିବାରେ ପ୍ରସ୍ତୁତ ହୋଇଥିଲା। ଅଞ୍ଜରୁକୁ ଯେତେବେଳେ ରାହଲକୁ ଉଦ୍ଧାର କରାଯିବାକୁ କୁହାଯାଇଥିଲା, ସେ ଏହି ଦୁଃସାହସିକ କାମ କରିବାକୁ ପ୍ରସ୍ତୁତ ହୋଇଯାଇଥିଲା। ଅଞ୍ଜରୁକୁ ସୁରକ୍ଷା ବେଲ୍‌ଟ ମାଧ୍ୟମରେ ଗୋଡ଼ ଦୁଇଟିକୁ ବାନ୍ଧି ଦିଆଯାଇ ଓଲଟା ଭିତରକୁ ଛଡ଼ାଯାଇଥିଲା। ରାହୁଲ ନିକଟରେ ପହଞ୍ଚିବା ପରେ ଅଞ୍ଜରୁ ରାହୁଲର ହାତରେ ସେଫ୍‌ଟି ବେଲ୍‌ଟ ଲଗାଇ ଉପରକୁ ଉଠାଇ ଆଣିଥିଲା,’ ସେ କହିଥିଲେ ।

ଆଜି ସଭାରେ ଊପସ୍ଥିତ ଥିବା ଅଞ୍ଜରୁଙ୍କ ମନ୍ତବ୍ୟ ବି ସମସ୍ତଙ୍କ ମନ ଭିତରେ ଭାବାବେଗ ସୃଷ୍ଟି କରିଥିଲେ। ସମ୍ବର୍ଦ୍ଧନା ସଭାରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଶ୍ରୀ ବଘେଲ ଅଞ୍ଜରୁଙ୍କୁ ପଚାରିଲେ, ‘ ତୁମ ଗୋଡ଼କୁ ବାନ୍ଧି ଯେତେବେଳେ ଓଲଟା ବୋର୍‌ୱେଲ୍‌ ଭିତରକୁ ଛଡ଼ାଗଲା ତୁମେ ଡରିଲନି ?’ ଏହାର ଉତ୍ତରରେ ଅଞ୍ଜରୁ କହିଥିଲେ, ‘ ଛୋଟ ଛୁଆର ଜୀବନ ବଞ୍ଚାଇବାରେ ମୁଁ ମୋ ଜୀବନ ଦେଇ ପାରିବି।’ ଅଞ୍ଜରୁଙ୍କ ଏହି ପଦିଏ କଥାରେ ଉତ୍ସବ ସ୍ଥଳରେ ତାଳିରେ ପ୍ରକମ୍ପିତ ହୋଇ ଉଠିଥିଲା। ସମସ୍ତେ ତାଙ୍କ ସାହସକୁ ପ୍ରଶଂସା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe