ଓସେପାର ଯୁଗ୍ମ ନିର୍ଦ୍ଦେଶକଙ୍କ ମାଲକାନଗିରି ଗସ୍ତ

Advertisment
ଓସେପାର ଯୁଗ୍ମ ନିର୍ଦ୍ଦେଶକଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି: ଓସେପା (ଓଡ଼ିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ ଅଥରିଟି)ର ଯୁଗ୍ମ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ସେଠୀ ମାଲକାନଗିରି ଗସ୍ତରେ ଆସି ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଶନିବାର ସେ ରାଜ୍ୟ ସରକାରଙ୍କ ଦ୍ବାରା ଘୋଷିତ ଶହେ ଉତ୍ତମ ବିଦ୍ୟାଳୟ ମଧ୍ୟରେ ଥିବା ମାଲାକନଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହି ବିଦ୍ୟାୟରେ ଥିବା ସମସ୍ୟା ଏବଂ ସୁବିଧାକୁ ତଦାରଖ କରିଥିଲେ। ବିଦ୍ୟାଳୟ ବୁଲି ଏଠାରେ ଚାଲିଥିବା ଶିକ୍ଷାଦାନକୁ ଭୂୟସୀ ପ୍ରଶଂସା କରଥିଲେ।

ବିଦ୍ୟାଳୟ ଖେଳପଡିଆର ଉନ୍ନତିକରଣ,ଏସି, ବିଦ୍ୟୁତ ସେବା, ବସିବା ପାଇଁ ଟେବୁଲ ଇତ୍ୟାଦିର ଏକ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ଅବଗତ କରାଇବେ ବୋଲି କହିଥିଲେ। ପ୍ରକାଶ ଥାଉକି ମାଲକାନଗିରି ଜିଲ୍ଲାର ଉତ୍ତମ ଶହେ ମଧ୍ୟରେ ତିନୋଟି ସ୍କୁଲ ରହିଛି। ସେଗୁଡ଼ିକ ହେଲା ମାଲକାନଗିରି ସରାକରୀ ଉଚ୍ଚ ବିଦ୍ୟାଳୟ, ବାଲିମେଳା ଏବଂ ଚିତ୍ରକୋଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ। ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସେଠୀ ଏହି ତିନୋଟି ସ୍କୁଲ ପରିଦର୍ଶନ କରି ଏହାର ସୁବିଧା ଅସୁବିଧା ପରଖିବେ ବୋଲି କୁହାଯାଇଛି। ଶ୍ରୀ ସେଠୀ ସହ ମାଲକାନଗିରି ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଂଜନ ପାଣ୍ଡେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe