ଏଇଏସ୍ ପାଇଁ ଓପିଜିସି ବିନାଶ ମୁହାଁ: ଓପିଜିସି ଅଫିସର ସଂଘ

Advertisment
ଓପିଜିସିରୁ ଏଇଏସ୍‌ ହଟାଅ ଅଭିଯାନ ଜୋର ଧରିଲା : ତିନି ୟୁନିଅନ୍‌ର ମିଳିତ ବୈଠକରେ ଏକ ସ୍ବର

RecruitmentIndia.in

ଇବ୍‌ଥର୍ମାଲ : ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍‌ (ଓପିଜିସି)କୁ ବହୁ ରାଷ୍ଟ୍ରୀୟ କମ୍ପାନି ଏଇଏସ୍‌ କବଳରୁ ଯଥାଶୀଘ୍ର ନମୁକୁଳାଇଲେ ଏହା ବିନାଶ ମୁହଁକୁ ଠେଲି ହୋଇଯିବ ବୋଲି ପ୍ରକାଶ କରିଛି ଓପିଜିସି ଅଫିସର ସଂଘ। ଏଇଏସ୍ ଦ୍ବାରା ନିଯୁକ୍ତି ପାଇଥିବା ରିସୋର୍ସ ସେୟାରିଂ ପାର୍ସନ୍‌ଙ୍କ କାର୍ଯ୍ୟକଳାପ ପଦାରେ ପଡ଼ିଯାଇଛି। ଓପିଜିସି ଅଧିକାରୀ କର୍ମଚାରୀଙ୍କଠାରୁ ଅଧିକ ଦରମା ନେଇ ଆନ୍ତରିକତାହୀନ କାର୍ଯ୍ୟ କରିବା ଫଳରେ ଓପିଜିସି ଆଜି ରୁଗ୍‌ଣ ହୋଇଛି। ଯାହାର ଉଦାହରଣ ୫ ତାରିଖ (ଶନିବାର) ଦୁର୍ଘଟଣା ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏ ସଂପର୍କରେ ବୁଧବାର ସଂଘ ପକ୍ଷରୁ ପତ୍ର ସଂଖ୍ୟା ୨୭ ତାରିଖ ୯-୯-୨୦୨୦ ରେ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ପ୍ରିନ୍‌ସିପାଲ ସଚିବ ତଥା ଓପିଜିସି ଅଧ୍ୟକ୍ଷଙ୍କୁ ପୁଣିଥରେ ସୂଚେଇ ଦିଆଯାଇଛି।

publive-image

ସଂଘ କହିଛି ଯେ ଅନେକ ଦିନର ଦାବି ପରେ ସରକାର ଓପିଜିସିର ଶତପ୍ରତିଶତ ଅଂଶଧନ ନିଜ ହାତରେ ରଖିବାକୁ ନିଷ୍ପତ୍ତି ନେଇ ସାରିଛନ୍ତି। ମାତ୍ର ସଂଘ ଜାଣିବାକୁ ପାଉଛି ଯେ ଏଇଏସ୍‌ ଅଧୀନରେ ଥିବା କିଛି ଅଧିକାରୀ ଓପିଜିସିର ବିଭିନ୍ନ ପଦ ପଦବିରେ ରହି କାମ କରିବାର ପ୍ରୟାସ ଆରମ୍ଭ କରି ଦେଇଛନ୍ତି। ଏପିରି ହେଲେ ଏଇଏସ୍ ମ୍ୟାନେଜ୍‌ମେଣ୍ଟରେ ଥିଲାବେଳେ ସେମାନେ ଯେମିତି ଓପିଜିସିକୁ ଦୁର୍ଦିନକୁ ଠେଲି ଦେଇଥିଲେ ଏବେ ବି ସେଇଆ କରିବାର ସମ୍ଭାବନା ସୃଷ୍ଟି ହୋଇପାରେ ବୋଲି ସଂଘ ଚେତାଇ ଦେଇଛି। ଅନ୍ୟପକ୍ଷରେ ଗତ ଶନିବାର ଘଟିଥିବା ଦୁର୍ଘଟଣାର ଉଚ୍ଚସ୍ତରୀୟ ତନ୍ତ କରିବା, ଏଇଏସ୍ ମ୍ୟାନେଜମେଣ୍ଟ ପ୍ରମାଣ ନଷ୍ଟ କରିବା ସକାଶେ ଉଦ୍ୟମ କରିଥିବାରୁ ତାଙ୍କଠାରୁ ପରିଚାଳନାଗତ କ୍ଷମତା ଅବରୋଧ କରିବା, ଓପିଜିସିରେ ଯେଉଁ ଅଧିକାରୀମାନେ ଦୀର୍ଘ ୨୫ ବର୍ଷ ଧରି କାମ କରିଆସୁଛନ୍ତି ଏଇଏସ୍ ରିସୋର୍ସ ସେଆରିଂ ପର୍ସନ୍ ଭାବେ ଅଣାଯାଇ ନିଯୁକ୍ତି ଦେଇଥିବା ୧୭ ଜଣଙ୍କୁ ବାହାର କରାଯାଇ ସେମାନଙ୍କ ସ୍ଥାନରେ ଓପିଜିସି କ୍ୟାଡର୍‌ ଅଧିକାରୀଙ୍କୁ ରଖିବା ଏବଂ ଗୋଟିଏ ସଂସ୍ଥା ଗୋଟିଏ କ୍ୟାଡର୍‌ କରିବାକୁ ସଂଘ ଦାବି ଜଣାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe