ଇବ୍ଥର୍ମାଲ : ଝାରସୁଗୁଡା ଜିଲ୍ଲା ବନହରପାଲିସ୍ଥିତ ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ (ଓପିଜିସି)ର ୧ମ, ୨ୟ, ୩ୟ ଓ ୪ର୍ଥ ୪ଟି ୟୁନିଟ୍ ସଚଳ ହେବା ଫଳରେ ଦୈନିକ ପ୍ରାୟ ୧୩୫୦ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ହେଉଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ ୧ମ ଓ ୨ୟ ୟୁନିଟ୍ ଦ୍ବୟ ୪୨୦ ମେଗାୱାଟ୍ ସଂପନ୍ନ ହୋଇଥିବାବେଳେ ୩ୟ ଓ ୪ର୍ଥ ୟୁନିଟ୍ରୁ ୧୩୨୦ ମେଗାୱାଟ ବିଦ୍ୟୁତ ଉତ୍ପନ୍ନ ହେବାର କ୍ଷମତା ରହିଛି। ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ଓପିଜିସି ୧୭୪୦ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ କରିବା କଥା। ହେଲେ ପ୍ରଥମ ଦୁଇ ୟୁନିଟ୍ ୮୦ ଦଶକର ପ୍ଲାଣ୍ଟ୍ ଏବଂ ପରବର୍ତ୍ତୀ ଦୁଇ ପ୍ଲାଣ୍ଟ ୨୦୧୯ରେ ଉଦ୍ଘାଟିତ। ଏହାମଧ୍ୟରେ ଓପିଜିସି ଯେଭଳି ସମସ୍ୟା ମଧ୍ୟରେ ଗତି କରିଛି ଓ ୩ୟ ଏବଂ ୪ ର୍ଥ ୟୁନିଟ୍ର ନିମ୍ନମାନ କାମ ହେତୁ ପ୍ଲାଣ୍ଟଗୁଡ଼ିକ ବନ୍ଦ ହେବାଫଳରେ ଉତ୍ପାଦନ ଅନେକ ମାତ୍ରାରେ ବିଗିଡି ଯାଇଥିଲା। ଗତବର୍ଷ ସରକାର ୧୦୦ ପ୍ରତିଶତ ନିଜ ହାତକୁ ନେବା ପରେ ୩ୟ ଓ ୪ ର୍ଥ ୟୁନିଟ୍ରେ ସୁଧାର ଆଣିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଫଳସ୍ବରୂପ ପ୍ଲାଣ୍ଟ ଦ୍ବୟରୁ ୧୩୨୦ ମେଗାଓ୍ବାଟ ବିଦ୍ୟୁତ୍ ଉତ୍ପାଦନ ସମ୍ଭବ ହେଉଛି। ତେବେ ୟୁନିଟ ୪ ପ୍ରାୟ ୬ ଶହ ମେଗାଓ୍ବାଟ ଉପରେ ଓ ୟୁନିଟ୍ ୩ ୪ ଶହ ମେଗାୱାଟ ଉପରେ ବିଦ୍ୟୁତ୍ ଉତ୍ପାଦନ କରୁଥିବା ଅଧିକାରୀସ୍ତରରେ କୁହାଯାଇଛି। ଗତ ୬ ତାରିଖରେ ୟୁନିଟ୍ ୧ ବଏଲର ଟ୍ୟୁବ୍ ଲିକେଜ ହେବାରୁ ଅଚଳ ହୋଇପଡିଥିଲା। ୟୁନିଟ୍ ୨କୁ ବାର୍ଷିକ ମରାମତି ସକାଶେ ଗତ ଜାନୁଆରି ୧୪ରୁ ବନ୍ଦ କରା ଯାଇଥିଲା। ଫଳରେ ୪୨୦ ମେଗାଓ୍ବାଟ ଉତ୍ପାଦନ ଠପ୍ ହୋଇଯାଇଥିଲା। ଏବେ ୟୁନିଟ୍ ଦ୍ବୟକୁ ଠିକ୍ କରାଯାଇଥିବାରୁ ତାହା ଚାଲିଲାଣି ଓ ୟୁନିଟ ୧ ଦେଢଶହ ମେଗାୱାଟ ଏବଂ ୟୁନିଟ ୨ ୧୮୦ ମେଗାଓ୍ବାଟ ବିଦ୍ୟୁତ୍ ଉତ୍ପାଦନ କରୁଥିବାରୁ ସମୁଦାୟ ପାୱାରପ୍ଲାଣ୍ଟରେ ୧୩୫୦ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ହେଉଥିବା କୁହାଯାଇଛି।
ପ୍ରକାଶ ଯେ ଗ୍ରିଡକୋ ସହିତ ଓପିଜିସିର ପିପି ୯୨୮ ମେଗାୱାଟ୍ର ଥିବାରୁ ଏବେ ଓପିଜିସି ପ୍ରତ୍ୟେହ ୫୦ ମେଗାୱାଟ ବିଦ୍ୟୁତ୍ ଖୋଲାବଜାରରେ ବିକ୍ରି କରିବାକୁ ସକ୍ଷମ ହୋଇଛି। ଏହି ପରିପ୍ରେକ୍ଷୀରେ ଅନ୍ଲାଇନ୍ ଟ୍ରେଡିଂ ଜରିଆରେ ଓପିଜିସି ପ୍ରତିଦିନ ୫୦ ମେଗାୱାଟ୍ ବିଦ୍ୟୁତ୍ ନିଜେ ବିକ୍ରି କରୁଥିବା ଜନସଂପର୍କ ଅଧିକାରୀ ହିମାଂଶୁ ବେହେରା କହିଛନ୍ତି।
Follow Us