କଳାବ୍ୟାଜ୍ ପିନ୍ଧିଲେ ଓପିଜିସି ଅଫିସର୍ସ ଓ କର୍ମଚାରୀ

Advertisment
କଳାବ୍ୟାଜ୍ ପିନ୍ଧିଲେ ଓପିଜିସି ଅଫିସର୍ସ ଓ କର୍ମଚାରୀ

ଭୁବନେଶ୍ବର: ବିଭିନ୍ନ ଦାବି ନେଇ ଆଜି ଠାରୁ କଳାବ୍ୟାଜ୍ ପରିଧାନ କରିଛନ୍ତି ଓପିଜିସି ଅଫିସର୍ସ ଓ କର୍ମଚାରୀ। ଗତ ୮ତାରିଖରେ ସାଧାରଣ ପରିଷଦ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ମୁତାବକ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଓପିଜିସି ଅଫିସର୍ସ ଆସୋସିଏସନ, ଓପିଜିସି ଏମ୍ପ୍ଲଇଜ୍‌ ୟୁନିଅନ୍‌ ଓ ଆଇଟିପିଏସ୍‌ ଏମ୍ପ୍ଲଇଜ୍‌ ୟୁନିଅନ୍‌ର ଅଧିକାରୀ ଓ କର୍ମଚାରୀମାନେ ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଆଜି ଠାରୁ କଳା ବ୍ୟାଜ୍‌ ପିନ୍ଧି ସେମାନେ କାମ କରୁଛନ୍ତି। ପୂର୍ବରୁ ଶକ୍ତି ବିଭାଗ ସହ ବାରମ୍ବାର ଆଲୋଚନା ହୋଇଥିଲେ ମଧ୍ୟ ସେମାନଙ୍କ ଦାବି ପୂରଣ କ୍ଷେତ୍ରରେ କୌଣସି ସୁଫଳ ମିଳିନାହିଁ। ଏଣୁ ସଂଘ ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନେଇଥିବା ଓପିଜିସି ଅଫିସର୍ସ ଆସୋସିଏସନ ସଭାପତି ବୀରେନ୍ଦ୍ର ସାହ, ସାଧାରଣ ସମ୍ପାଦକ ଧରଣୀଧର ବେହେରା, ଓପିଜିସି ଏମ୍ପ୍ଲଇଜ୍‌ ୟୁନିଅନ୍‌ ସଭାପତି ଉମାବଲ୍ଲଭ ରଥ, ସାଧାରଣ ସମ୍ପାଦକ ପ୍ରଶାନ୍ତ ହୋତା ଓ ଆଇଟିପିଏସ୍‌ ଏମ୍ପ୍ଲଇଜ୍‌ ୟୁନିଅନ୍‌ ସଭାପତି ରୋହିତ ପୂଜାରୀ ଓ ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ପ୍ରଧାନ ପ୍ରମୁଖ ସୂଚନା ଦେଇଛନ୍ତି।

ସମସ୍ତ ସଂଘର ୧୩ ଦଫା‌ ଦାବି ମଧ୍ୟରେ ୭ମ ବେତନ କମିସନ କରିଥିବା ସୁପାରିସ ପୂର୍ଣ୍ଣ ମାତ୍ରାରେ କାର୍ଯ୍ୟକାରୀ କରିବା, ସମାନ କାମକୁ ସମାନ ଦରମା, ସରକାରଙ୍କ ପେନସନ ଯୋଜନା ଅନୁସାରେ ଓପିଜିସିରେ ପେନସନ ଯୋଜନା କାର୍ଯ୍ୟକାରୀ କରିବା, ଅବସରଗ୍ରହଣ କରିଥିବା କର୍ମଚାରୀଙ୍କ ମେଡିକାଲ ପଲିସିକୁ ୮୦ବର୍ଷକୁ ସଂପ୍ରସାରଣ, ଆଇଟିପିଏସ୍‌ରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସାଇଟ୍ ଭତ୍ତା ପ୍ରଦାନ, ବିଭିନ୍ନ ଦଳରେ ଓପିଜିସି କ୍ୟାଡର ଏକ୍‌ଜିକ୍ୟୁଟିଭକୁ ନିଯୁକ୍ତ କରିବା, ମ୍ୟାନେଜମେଣ୍ଟର ଅନୁରୋଧରେ କର୍ମଚାରୀଙ୍କୁ କର୍ପୋରେଟ୍ କାର୍ଯ୍ୟାଳୟକୁ ବଦଳି, ଏଇଏସ୍‌ ରିସୋର୍ସକୁ ହଟାଇବା, କନିଷ୍ଠ ସହକାରୀଙ୍କୁ ବରିଷ୍ଠ ସହକାରୀ ପଦବିକୁ ପଦୋନ୍ନତି ଦିଆଯିବା ପ୍ରମୁଖ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe