ଓପିଜିସି ୟୁନିଟ୍‌ ୧ ବନ୍ଦ

Jsglive

ଇବର୍ଥମାଲ : ସ୍ଥାନୀୟ ବନହରପାଲି ସ୍ଥିତ ଓଡ଼ିଶା ପାଓ୍ବାର ଜେନେରେସନ୍‌ କର୍ପୋରେସନ୍‌ (ଓପିଜିସି)ର ୟୁନିଟ୍ ୧କୁ ଆଜିଠାରୁ ବନ୍ଦ କରାଯାଇଛି। ଫଳରେ ୨୧୦ ମେଗାଓ୍ବାଟ୍ ସଂପନ୍ନ ୟୁନିଟ୍‌ରୁ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇଯାଇଛି। ଓପିଜିସି କର୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଓଡ଼ିଶା ସରକାର ତଥା ଗ୍ରିଡ୍‌କୋ ଅନୁମତି କ୍ରମେ ବାର୍ଷିକ ମରାମତି ସକଶେ ଏହାକୁ ବନ୍ଦ ରଖାଯାଇଛି। ମରାମତି କାମ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ବଏଲର୍, ଟରବାଇନ୍, ଜେନେରେଟର ତଥା ଅନ୍ୟାନ୍ୟ ଯନ୍ତ୍ରପାତିରେ ମରାମତି କରାଯିବ ବୋଲି ସୂଚନା ଦିଆଯାଇଛି। ସୂଚନାଯୋଗ ଯେ, ମରାମତି ପାଇଁ ୨୦୧୭ ନଭେମ୍ବର ମାସରେ ଏହି ୟୁନିଟ୍‌କୁ ୨୪ ଦିନ ପାଇଁ ବନ୍ଦ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe