ଓପିଜିସି ୟୁନିଟ୍‌ ୨ ଅଚଳ

ଓପିଜିସିରେ ପୁଣି ଧଳା ହାତୀ ପୋଷିବାକୁ ଚକ୍ରାନ୍ତ

ଇବ୍‌ଥର୍ମାଲ : ଝାରସୁଗୁଡ଼ା ଜିଲ୍ଲା ବନହରପାଲିସ୍ଥିତ ଓପିଜିସି ତାପଜ ବିଦ୍ୟୁତ୍‌ କେନ୍ଦ୍ର ୟୁନିଟ ୨ ଶନିବାର ମଧ୍ୟାହ୍ନରେ ଅଚଳ ହୋଇଯିବା ପରେ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ ହୋଇଯାଇଛି। ବଏଲର୍‌ ଟ୍ୟୁବ୍ ଲିକେଜ୍ ହେବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇ୨୧୦ ମେଗାଓ୍ବାଟ୍ ବିଦ୍ୟୁତ୍‌ ଉତ୍ପାଦନ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ସୂଚନାଯୋଗ୍ୟ ଯେ ୟୁନିଟ୍ ୨ର ଉଚିତ ରକ୍ଷଣାବେକ୍ଷଣ ସକାଶେ ଗତ ଜାନୁଆରି ୧୪ ତାରିଖଠାରୁ ୩୦ରୁ ଅଧିକ ଦିନ ପର୍ଯ୍ୟନ୍ତ ବନ୍ଦ ରାଖଯାଇ ବାର୍ଷିକ ମରାମତି କରାଯାଇଥିଲା। କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇ ବାର୍ଷିକ ମରାମତି ବେଳେ ପ୍ଲାଣ୍ଟର ସମସ୍ତ ଯନ୍ତ୍ରକୁ ମରାମତି କରାଯାଏ। ହେଲେ ପରିତାପର ବିଷୟ ଯେ ବାର୍ଷିକ ମରାମତି ଅଳ୍ପ ଦିନ ଭିତରେ ୟୁନିଟ୍ ୨ ପୁଣି ଅଚଳ ହୋଇଛି।

ବାରମ୍ବାର ବଏଲର୍‌ ଟ୍ୟୁବ୍‌ ଲିକେଜ୍‌ ହେଉଥିବାରୁ ମରାମତି କାମର ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଗରୁ ମଧ୍ୟ ଏପରି ଘଟଣା ବାରମ୍ବାର ଘଟିଛି। ପ୍ରକୃତ ରକ୍ଷଣା ବେକ୍ଷଣ ଅଭାବ ଏହାର ମୂଳ କାରଣ ବୋଲି ବାରମ୍ବାର ବିଭିନ୍ନ ଫୋରମରେ ଅଭିଯୋଗ ହୋଇଛି। ୟୁନିଟ୍ ୨କୁ ଠିକ୍ କରିବାକୁ ୭୨ ଘଣ୍ଟା ସମୟ ଲାଗିବ ବୋଲି ଓପିଜିସି ଜନସଂପର୍କ ଅଧିକାରୀ ହିମାଂଶୁ ବେହେରା କହିଛନ୍ତି। ଏବେ ଯେହେତୁ ଓପିଜିସି ଶହେ ପ୍ରତିଶତ ରାଜ୍ୟ ସରକାରଙ୍କ ହାତରେ, ତେଣୁ ସରକାର ଏଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe