ଘରକୁ ବାହୁଡୁଥିବା ଛାତ୍ରଙ୍କ ମତ: କହିଲେ ବଞ୍ଚାଇଦେଲା ଜାତୀୟ ପତାକା

ଘରକୁ ବାହୁଡୁଥିବା ଛାତ୍ରଙ୍କ ମତ: କହିଲେ ବଞ୍ଚାଇଦେଲା ଜାତୀୟ ପତାକା

ଇବ୍‌ଥର୍ମାଲ: ୟୁକ୍ରେନରୁ ସୁରକ୍ଷିତ ଭାବେ ଫେରିଛନ୍ତି ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲ ଅଞ୍ଚଳର ଆଉ ୪ ଜଣ ଡାକ୍ତରୀ ଛାତ୍ର। ସ୍ବତନ୍ତ୍ର କାର୍ ଯୋଗେ ରାଜ୍ୟ ସରକାର ସମସ୍ତଙ୍କୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଆଣି ଘରେ ଛାଡ଼ିଛନ୍ତି। ସେମାନେ ହେଲେ ଷଷ୍ଠ ବର୍ଷର ଛାତ୍ର ପ୍ରହଲ୍ଲାଦ ସାହୁଙ୍କ ପୁଅ ଦେବୀ ପ୍ରସାଦ ସାହୁ , ଷଷ୍ଠ ବର୍ଷର ଛାତ୍ରୀ ରାଜରାରାମ ନାଏକଙ୍କ ଝିଅ ସ୍ବାଗତିକା ନାଏକ, ପଞ୍ଚମ ବର୍ଷର ଛାତ୍ର ଈଶ୍ବର ସାହୁଙ୍କ ପୁଅ ହରପ୍ରଭା ସାହୁ ଓ ପ୍ରଥମ ବର୍ଷର ଛାତ୍ରୀ ଶୁଭେନ୍ଦୁ ତ୍ରିପାଠୀଙ୍କ ଝିଅ ସୋନାଲି ତ୍ରିପାଠୀ।

ଶନିବାର ଛର୍ଲା ଗ୍ରାମର ଷଷ୍ଠ ବର୍ଷର ଛାତ୍ରୀ ସ୍ନେହ କୁମାର ପ୍ରାନଙ୍କ ଝିଅ ରଂଜିତା ପ୍ରଧାନ ଓ ଡାକ୍ତର ରାଜୀବ ସଂହଦେଓଙ୍କ ଝିଅ ଭାବନା ସିଂହଦେଓ ଓ ପୁଅ ପ୍ରଥମ ବର୍ଷର ଛାତ୍ର ଅକ୍ଷୟ ସିଂହଦେଓ ଫେରିଥିଲେ। ୫ ତାରିଖ ଦିନ ତିଲିଆ କଣ୍ଟାଟିକ୍ରା ଗ୍ରାମର ରାଜେନ୍ଦ୍ର କୁମାର ସାହୁଙ୍କ ପୁଅ ତଥା ପଞ୍ଚମ ବର୍ଷର ଛାତ୍ର ନେଲସନ ସାହୁ ଓ ଷଷ୍ଠ ବର୍ଷର ଛାତ୍ରୀ ଅନୁପ କୁମାର ବେହେରାଙ୍କ ଝିଅ ସ୍ମୃତିସିକ୍ତା ବେହେରା ଆସିଥିଲେ। ବନ୍ଧବାହାଲ ଅଞ୍ଚଳର ୯ ଜଣ ଛାତ୍ରଛାତ୍ରୀ ସୁରକ୍ଷିତ ଫେରିଛନ୍ତି। ମଙ୍ଗଳବାର ପହଞ୍ଚିଥିବା ପିଲା ସେମାନଙ୍କ ଅନୁଭୂତି ଓ ସଂଘର୍ଷପୂର୍ଣ୍ଣ ଯାତ୍ରା କଥା କହିଲା ବେଳେ ସବୁ ଶ୍ରେୟ ବିଶେଷକରି ଜାତୀୟ ପତାକା ତ୍ରିରଂଗାକୁ ଦେଇଛନ୍ତି।

ହରପ୍ରଭା ସାହୁ ଯେହେତୁ ସବା ଶେଷରେ ୟୁକ୍ରେନରୁ ବାହାରିଥିଲେ ତାଙ୍କ କହିବା କଥା ଯେ ଘନଘନ ବୋମାମାଡ଼, ଖାଦ୍ୟ ସଂକଟ ଓ ବିଯୁକ୍ତ ତାପମାତ୍ରା ଚିନ୍ତାଜନକ ଥିଲା। ୫ ଦିନ କାଳ ସେଠାରୁ ବାହାରି ନପାରି ଭୟଂକର ପରିସ୍ଥିତିରେ ବଙ୍କର ଭିତରେ ରହିବାକୁ ପଡ଼ିଥିଲା ବୋଲି କହିଛନ୍ତି। ଖାଇବାକୁ ପାଖରେ କଛି ନଥିଲା। ଖର୍‌କିଭରୁ  ଜୀବନକୁ ବାଜି ଲଗାଇ ୧୦ କିଲୋମିଟର ଚାଲିବାକୁ ପଡିଲା। ପରେ ବକଜାଲ୍ ପହଞ୍ଚିବାପରେ ତ୍ରିରଂଗା ଦେଖାଇ ବସରେ ଆସି ରେଲୱେ ଷ୍ଟେସନ୍‌ରେ ପହଞ୍ଚିଥିଲୁ। ଟ୍ରେନରେ ପ୍ରଥମେ ୟୁକ୍ରେନ ଲୋକଙ୍କୁ ସୁଯୋଗ ଦିଆଯାଉଥିଲା।

ପ୍ରବଳ ଭିଡ଼ ସତ୍ତ୍ବେ ଜାତୀୟ ପତାକା ଦେଖାଇ ଆମେ ଟ୍ରେନରେ ଚଢ଼ିଲୁ ଏବଂ ଛିଡ଼ା ହୋଇ ୧୦୦୬ କିଲୋମିଟର ତଥା ୨୧ ଘଣ୍ଟାର ଯାତ୍ରା ଅତିକ୍ରମ କରି ୟୁକ୍ରେନ୍‌ ସୀମା ଲିଭିବରେ ପହଞ୍ଚିଲୁ। ସେଠାରେ ଭାରତୀୟ ଦୂତାବାସର ଜଣେ ଅଧିକାରୀ ଆମର ସମସ୍ତଙ୍କୁ ଯାଞ୍ଚ କରି ଗୋଟିଏ କୋଠରିରେ ରଖିଲେ। ସବୁସ୍ଥାନରେ ସୁରକ୍ଷା ପାଇଁ ଆମକୁ ଆମର ଜାତୀୟ ପତାକା ଦେଖାଇବାକୁ ପଡୁଥିଲା। ଲିଭିବରେ ଗୋଟିଏ ଦିନ ରହିବା ପରେ ଭାତ ସରକାରଙ୍କ ସହାୟତାରେ ପୋଲାଣ୍ଡ ଗଲୁ। ପୋଲାଣ୍ଡରୁ ୬ ତାରିଖରେ ବିମାନରେ ଆସି ଦିଲ୍ଲୀରେ ପହଞ୍ଚିଲୁ।

ଦିଲ୍ଲୀରେ ଆମକୁ ଓଡ଼ିଶା ନିବାସ ଅଣାଯିବା ପରେ ରାଜ୍ୟ ସରାରକାର ଆମର ସମସ୍ତ ସୁବିଧା କରିଥିଲେ। ଏପରିକି ସ୍ବତନ୍ତ୍ର ବିମାନ ବ୍ୟବସ୍ଥା କରି ଭୁବନେଶ୍ବର ଆଣିଲେ। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଆମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଗତ କରିଥିଲେ। ୟୁକ୍ରେନ୍‌ରୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଭାତୀୟ ଜାତୀୟ ପତାକା ସୁରକ୍ଷା ଦେଇଥିବା କହିବା ସହ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe