ଲାକ୍ଷାଧିକ ଟଙ୍କାର ଅଫିମ ଜବତ କଲା ପୁଲିସ, ୨ ଗିରଫ

Advertisment
ଲାକ୍ଷାଧିକ ଟଙ୍କାର ଅଫିମ ଜବତ କଲା ପୁଲିସ, ୨ ଗିରଫ

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ଉଟୁଣିଆମୁଣ୍ଡା ଗ୍ରାମରୁ ବେଆଇନ ଅଫିମ ଚାଷ ବଗିଚା ନଷ୍ଟ କରିବା ସହ ଲକ୍ଷାଧିକ ଟଙ୍କାର ଅଫିମ ଜବତ କରିଛି ଦେବଗଡ ଥାନା ପୁଲିସ। ଏହି ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଉଟୁଣିଆମୁଣ୍ଡା‌ ଗ୍ରାମର ଦୁର୍ଗା ଲୁହୁରା(୨୪) ଓ ଶୁକରାମ ମୁଣ୍ଡା(୧୯)। ସୂଚନା ଅନୁଯାୟୀ, ଉଟୁଣିଆମୁଣ୍ଡା ଗ୍ରାମରେ ବେଆଇନ ଭାବେ ଅଫିମ ଚାଷ ହେଉଥିବା ନେଇ ଦେବଗଡ ଥାନା ପୁଲିସ ସୂଚନାପାଇ ଅତର୍କିତ ଭାବେ ଚଢ଼ଉ କରିଥିଲା।

ଉଟୁଣିଆମୁଣ୍ଡା ନିକଟରେ ଥିବା ନାଳ କଡ଼ର ଜମିରେ ଦୁର୍ଗା ଝାଡଖଣ୍ଡର ବୁରୁହାତୁ ଅଂଚଳର ଶୁକରାମଙ୍କ ସହାୟତାରେ ଏକ ଜମିରେ ଅଫିମ ଚାଷ ଆରମ୍ଭ କରିଥିଲେ। ପୁଲିସ ଆଜି ଉକ୍ତ ସ୍ଥାନ ଚଢ଼ଉ କରିବା ସହିତ ଅଫିମ ନଷ୍ଟ କରିଥିଲା। ଏନଡିପିଏସ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ଦୁର୍ଗା ଓ ସହଯୋଗୀ ସୁଖରାମକୁ ପୁଲିସ ଗିରଫ କରିଛି। ଖବରପାଇ ଦେବଗଡ ଏସପି ରାଜକିଶୋର ପାଇକରା‌ୟ ଉକ୍ତ ସ୍ଥାନରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଚଢ଼ଉରେ ଏସଡିପିଓ ପ୍ରତ୍ୟୁଷ ମହାପାତ୍ର, ଦେବଗଡ଼ ଥାନା ଅଧିକାରୀ ସୁରେନ୍ଦ୍ର ନାୟକଙ୍କ ସମେତ ଥାନାର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe