ବଗଲା ଧର୍ମଶାଳା ପୁନଃରୁଦ୍ଧାର ସହ ପ୍ଳଟିଙ୍ଗ ଯୋଜନା ବାତିଲ କରାଯାଉ: ସି.ପି.ଆଇ(ଏମ)

ବଗଲା ଧର୍ମଶାଳା ପୁନଃରୁଦ୍ଧାର ସହ ପ୍ଳଟିଙ୍ଗ ଯୋଜନା ବାତିଲ କରାଯାଉ: ସି.ପି.ଆଇ(ଏମ)

ପୁରୀ: ଶ୍ରୀକ୍ଷେତ୍ର ପୁରୀକୁ ଯାତ୍ରୀ ଓ ଧର୍ମ, କର୍ମ ନିମନ୍ତେ ଆସୁଥିବା ଲୋକଙ୍କୁ କମ ଖର୍ଚ୍ଚରେ ରହଣି ନିମନ୍ତେ ଯୋଗାଇବା ଲକ୍ଷରେ ୧୯୦୫ ମସିହାରେ ଦାନରେ ପାଇଥିବା ବଗଲା ଧର୍ମଶାଳା ଜମିକୁ ଜିଲ୍ଲାପାଳ ବେଆଇନି ଭାବେ ଲଜିଂ ମାଲିକଙ୍କୁ ବିକିବା ନିନ୍ଦନୀୟ। ଲଜିଂ ହାଉସ ନାଁରେ ଥିବା ଜମି ମୁନିସିପାଲିଟି ଅଧିନକୁ ଆସିଲା। ଜିଲ୍ଲାପାଳ ମୁନିସିପାଲ ଆଇନକୁ କୋଣଠେସା କରି ତହସିଲଦାରଙ୍କୁ ନିର୍ଦେଶ ଦେଇ ଉକ୍ତ ଜମି ରାତାରାତି ରାଜସ୍ୱ ବିଭାଗ ନାଁରେ ହସ୍ତାନ୍ତର କରିବାର ଷଡ଼ଯନ୍ତ୍ର ଆଜି ପଦାରେ ପଡିଛି।

ଧର୍ମଶାଳା ଏକ ଚାରିଟେବଲ ସଂସ୍ଥା। ସେ ଉତ୍ସର୍ଗୀକୃତ ଜମିକୁ ଉତ୍ତରାଧିକାରୀ ଆଇନ କିମ୍ବା ହସ୍ତାନ୍ତର ଆଇନ ବଳରେ ବ୍ୟବସାୟ ଉଦ୍ୟେଶ୍ୟରେ ବିକ୍ରି କରିବା ଜିଲ୍ଲାପାଳଙ୍କ ପରିସର ବାହାରେ। ଆଇନର ଶାସକ ଜିଲ୍ଲାପାଳ ନିଜେ ବେଆଇନ ଭାବେ  ଛଅ ଜଣଙ୍କୁ ବଗଲା ଧର୍ମଶାଳା ଜମିକୁ ପ୍ଲଟିଙ୍ଗ କରି ବିକ୍ରିକୁ ବିରୋଧ କରି ସି.ପି ଆଇ(ଏମ)ପକ୍ଷରୁ ଆଜି ବଗଲା ଧର୍ମଶାଳା ସମୁଖରେ ପ୍ରତିବାଦ ବିକ୍ଷୋଭ କରି ବଗଲା ଧର୍ମଶାଳାକୁ ପୁନଃରୁଦ୍ଧର, ପ୍ଳଟିଙ୍ଗ ଯୋଜନା ବାତିଲ, ଛଅଟି ବିକ୍ରି କବଲ୍ଲା ରଦ୍ଦ କରିବା, ଉକ୍ତ ଜମିରେ ତ୍ରି ତଳ ପ୍ରାସାଦ କରି ଗରିବ ଲୋକଙ୍କୁ ସ୍ୱଳ୍ପ ମୂଲ୍ୟରେ ରହଣି ପାଇଁ ଆବାସ ଯୋଗାଇବା, ଏହାକୁ ଚାରିଟେବଲ ଭାବେ ମୁନିସିପାଲିଟି ପରିଚାଳନା କରିବାକୁ ଦାବି କରିଥିଲେ।

ସରକାର ଓ ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନ ନେଲେ ଦଳ ମତ ନିର୍ବିଶେଷରେ ସମସ୍ତ ଲୋକଙ୍କୁ ନେଇ ବଗଲା ସୁରକ୍ଷା ସଂଘର୍ଷ ସମିତି କରି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସି.ପି.ଆଇ ଘୋଷଣା କରତଛି। ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଶରତ କୁମାର ରାୟଗୁରୁ, ଜଗନ୍ନାଥ ଦେଓ, ପୂର୍ଣ୍ଣଚନ୍ଦ୍ର ମୁଦୁଲି, ମନୋରଞ୍ଜନ ମହାରଣା, ଯାମିନୀ ମିଶ୍ର, ବିଭୁତି ରାଉତରାୟ, ସୋମନାଥ ନାୟକ, ଜିତେନ୍ଦ୍ରିୟ ବେହେରା ଗୟାଧର ପାଣ୍ଡ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe