ବ୍ୟାଘ୍ର ପ୍ରକଳ୍ପକୁ ବିରୋଧ: ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳର ୬ ପଞ୍ଚାୟତବାସୀ ଏକଜୁଟ୍‌

Advertisment

ବନ କର୍ମଚାରୀଙ୍କୁ ପଞ୍ଚାୟତରେ ପ୍ରବେଶ ନକରାଇବାକୁ ନିଷ୍ପତ୍ତି

ବନ କର୍ମଚାରୀଙ୍କୁ ପଞ୍ଚାୟତରେ ପ୍ରବେଶ ନକରାଇବାକୁ ନିଷ୍ପତ୍ତି

ବ୍ୟାଘ୍ର ପ୍ରକଳ୍ପକୁ ବିରୋଧ: ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳର ୬ ପଞ୍ଚାୟତବାସୀ ଏକଜୁଟ୍‌

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ବାସ କରୁଥିବା ୫ଟି ପଞ୍ଚାୟତର ଅଧିବାସୀ ଶନିବାର ଏକଜୁଟ ହୋଇ ନୂଆପଡ଼ା ବନ ଅଧିକାରୀ ଓ କର୍ମଚାରୀଙ୍କୁ ବିରୋଧ କରିଛନ୍ତି। ନୂଆପଡ଼ା ବ୍ଲକ୍‌ ସୁନାବେଡ଼ା ଅଭୟାରଣ୍ୟ ମଧ୍ୟରେ ଥିବା ଭରୁଆମୁଣ୍ଡା ପଞ୍ଚାୟତର ରାମେଶ୍ବର ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ଏଥିରେ ମୁଖ୍ୟବକ୍ତା ଭାବେ ଜିଲ୍ଲା ଆଦିବାସୀ ସଂଘ ବ୍ଲକ୍‌ ସଭାପତି ଭକ୍ତବନ୍ଧୁ ଧରୁଆ ଉପସ୍ଥିତ ଥିଲେ। ବୈଠକରେ ସୁନାବେଡ଼ା, ସୋସେଙ୍ଗ, ଭରୁଆମୁଣ୍ଡା, ମିଛାପାଲି, ଚୁଲାଭାଟ, କେରମେଲି ପଞ୍ଚାୟତର ଶତାଧିକ ଆଦିବାସୀ ମାନେ ଏକାଠି ହୋଇଥିଲେ।

ଜଙ୍ଗଲରେ ରହୁଥିବା ଆଦିବାସୀ ଓ ଅଧିବାସୀଙ୍କୁ ବନ ଅଧିକାର ନିୟମ (୨୦୦୭) ଓ ବନ ଓ ଜୀବନ ସଂରକ୍ଷଣ ନିୟମ ୧୯୭୨ ଓ ୨୦୦୬ ରେ ଏହି ଜଙ୍ଗଲରେ ରହୁଥିବା ଗ୍ରାମସଭା ଅଧିକାର ଦିଆଯାଇ ନାହିଁ। ଏଠାକାର ଅଧିବାସୀଙ୍କୁ ସରକାର ପ୍ରଲୋଭନ ଦେଖାଉଛନ୍ତି। ଭିଟାମାଟି ଛାଡ଼ି ଚାଲିଯିବାକୁ ବନ କର୍ମଚାରୀମାନେ ଧମକ ଦେଉଥିବା କଥା ଆଲୋଚନା ହୋଇଛି। ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ବନବାସୀଙ୍କୁ ଭିଟାଭାଟି ଛାଡ଼ିବାକୁ ଚାପ ପ୍ରୟୋଗ କରାଗଲେ ତୀବ୍ର ବିରୋଧ କରାଯିବ। ଅଧିକାରୀଙ୍କୁ ଜଙ୍ଗଲ ମଧ୍ୟକୁ ପ୍ରବେଶ କରାଯିବ ନାହିଁ ବୋଲି କହିଛନ୍ତି।

ସରକାର ଯଦି ବିରୋଧ କରନ୍ତି, ୫ଟି ପଞ୍ଚାୟତର ଆଦିବାସୀ ଆନ୍ଦୋଳନ କରିବା ସହ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି। ବୈଠକରେ ପବନ ସିଂହ ମାଝୀ, ଲୋକେଶ୍ବର ନେତାମ, ଅଖିଳ ଭାରତୀୟ ଆଦିବାସୀ ବିକାଶ ପରିଷଦ ସଭାନେତ୍ରୀ ମହେନ୍ଦ୍ର ନେମ୍ (ଛତିଶଗଡ଼), ବଳରାମ ମାଝୀ, ମାନସିଂହ ମାଝୀ, ବାବୁଲାଲ ସେବକ ମାଝୀ, ପଦନ ମାଝୀ, ରାଏସିଂହ ମାଝୀ ଉପସ୍ଥିତ ଥିଲେ। ପ୍ରକାଶ ଯେ ସୁନାବେଡ଼ା ଅଭୟାରଣ୍ୟକୁ ବ୍ୟାଘ୍ର ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। ଏଥିପାଇଁ ଅଭୟାରଣ୍ୟରେ ବାସ କରୁଥିବା ଆଦିବାସୀଙ୍କୁ ସେଠାରୁ ବିସ୍ଥାପିତ କରିବାକୁ ଯୋଜନା ଚାଲିଛି। କିନ୍ତୁ ଏହି ୫ଟି ପଞ୍ଚାୟତବାସୀ ବିରୋଧ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe