Hindustan Times
ଭୁବନେଶ୍ବର: ଆଜି ବିଧାନସଭାରେ ପୁଣି ପରୀ ମୃତ୍ୟୁକୁ ନେଇ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିଧାନସଭା ଗୃହରେ ପୋଷ୍ଟର, ବ୍ୟାନର ଦେଖାଇ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ। ଗୃହ ମଧ୍ୟଭାଗକୁ ଆସି ବିଜେପି, କଂଗ୍ରେସ ସଦସ୍ୟମାନେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି।
ଏହାପରେ ବାଧ୍ୟ ହୋଇ ବାଚସ୍ପତି ବିଧାନସଭାକୁ ପୁଣି ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି। ଏହାଛଡ଼ା ସେ ଗୃହକୁ ସୁରୁଖୁରୁରେ ଚଳାଇବା ଲାଗି ସର୍ବଦଳୀୟ ବୈଠକ ଡାକିଛନ୍ତି।
Follow Us