ମୁଣ୍ଡ ବିନ୍ଧା କଲାଣି ଧାନ କିଣା ଅଡୁଆ, ସରକାରଙ୍କୁ ବିଶ୍ବାସକୁ ନେବାକୁ ବିରୋଧୀ ନାରାଜ

Advertisment

ଘଣ୍ଟାକରେ ପୁଳା ପୁଳା ପ୍ରଶ୍ନ ଫିଙ୍ଗି ଘାଣ୍ଟିଲେ

ଘଣ୍ଟାକରେ ପୁଳା ପୁଳା ପ୍ରଶ୍ନ ଫିଙ୍ଗି ଘାଣ୍ଟିଲେ

୨୯ରୁ ବିଧାନସଭା ଅଧିବେଶନ, ଆଜିଠୁ ବିଧାନସଭା ପରିସରରେ ହେବ କରୋନା ପରୀକ୍ଷା

ଭୁବନେଶ୍ବର: ଧାନ ବିକ୍ରି ପ୍ରସଙ୍ଗକୁ ନେଇ ଅକଳରେ ପଡ଼ିଛନ୍ତି ରାଜ୍ୟ ସରକାର। ଯେତେ ଯାହା କଲେ ବି ମୁକୁଳି ପାରୁନାହାନ୍ତି। ଗତକାଲି ଏହି ପ୍ରସଙ୍ଗକୁ ନେଇ ବିଧାନସଭା ଅଚଳ ହୋଇପଡିଥିଲା। ଆଜି ପୂର୍ବାହ୍ନରେ ବିରୋଧୀ କଂଗ୍ରେସ ଓ ବିଜେପି ଦଳର ବିଧାୟକମାନେ ସମାନ ପ୍ରସଙ୍ଗକୁ ନେଇ ପୁଣି ଥରେ ହଟ୍ଟଗୋଳ କଲେ। ଗୃହରେ ବ୍ୟାନର ପ୍ରଦର୍ଶନ କରି କମ୍ପାଇଲେ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୋଟିଏ ସେକେଣ୍ଡ ମଧ୍ୟ ଗୃହ ଚଳାଇ ପାରିଲେନି। ପୂର୍ବାହ୍ନ ୧୧ଟା ୩୦ ଯାଏ ମୁଲତବୀ କରାଗଲା। ସମାଧାନର ରାସ୍ତା କାଢ଼ିବା ଲାଗି ବାଚସ୍ପତି ଆଜି ଆଉଥରେ ସର୍ବଦଳୀୟ ବୈଠକରେ ଆଲୋଚନା କଲେ। ୧୨ଟା ୫୦ ପର୍ଯ୍ୟନ୍ତ ହୋଇଥିବା ଆଲୋଚନା ପରେ ବାଚସ୍ପତିଙ୍କୁ ପୁଣି ରୁଲିଂ ଦେବାକୁ ପଡ଼ିଲା। ବାଚସ୍ପତି କହିଥିଲେ ଯେ ଟୋକନକୁ ନେଇ ଧାନ କିଣାରେ ଉପୁଜିଥିବା ସମସ୍ୟା ସଂପର୍କରେ କାଲିଠୁ ଯୋଗାଣ ମନ୍ତ୍ରୀ ଜିଲ୍ଲାଵାରୀ ସଭ୍ୟଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି। ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ ସରକାର କିଣିବେ। କିଣିବାର ଯଥେଷ୍ଟ ଆଗରୁ ଚାଷୀଙ୍କୁ ଟୋକନ ଦିଆଯିବ। ବାଚସ୍ପତିଙ୍କ ଆଶ୍ବାସନା ପରେ ଗୃହ ସ୍ବାଭାବିକ ହୋଇଛି। ହେଲେ ବିରୋଧୀ ଏମିତି ଭାବେ ସରକାରଙ୍କୁ ପୁଣି କାଠଗଡାକୁ ଟାଣି ନେଇଛନ୍ତି ଯେ ଗାଁ ଗଣ୍ଡାରେ ସରକାର-ବିରୋଧୀ ହାଵା ବଢିବା ଲାଗି କ୍ଷେତ୍ର ପ୍ରସ୍ତୁତ ହୋଇଛି। ଧାନ କିଣାରେ ଟିକିନିଖି କେଳେଙ୍କାରୀ ସଂପର୍କରେ ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ବିରୋଧୀ ଏମିତି ବଖାଣିଥିଲେ ଯେ ସମ୍ପୂର୍ଣ୍ଣ ଗୃହ ସ୍ତବ୍ଧ ହୋଇ ତାକୁ ଶୁଣିଥିଲେ। ଗୃହରେ ଉପସ୍ଥିତ ଥିବା ବିଜେଡି ବିଧାୟକମାନେ ମଧ୍ୟ ବିରୋଧୀଙ୍କ ଅଭିଯୋଗକୁ ଟାଳିଦେବା ଲାଗି ଆଗ୍ରହ ଦେଖାଇ ନଥିଲେ କି ପ୍ରତିବାଦ କରିନଥିଲେ।

ସର୍ବଦଳୀୟ ବୈଠକ ପରେ ଅଚଳାବସ୍ଥା ଦୂର ହେଲା
ମାର୍ଚ୍ଚ ୩୦ ଯାଏ ଧାନ କିଣା ହେବ: ବାଚସ୍ପତି

ଗୃହ ସ୍ବାଭାବିକ ହେବା ପରେ ଶୂନ୍ୟକାଳରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ସରକାରଙ୍କ ଅଡୁଆ ବଢାଇ ଦେଇଥିଲେ। ଅଭିଯୋଗ କରିଥିଲେ େଯ ଧାନ କିଣା ପ୍ରସଙ୍ଗରେ ସରକାରଙ୍କ ଦୁଇଟି ଉତ୍ତର ସରକାରଙ୍କ ସାମ୍ନାକୁ ଆସିଛି। େଗାଟିଏ ହେଲା, ନଭେମ୍ବରରୁ ମାର୍ଚ୍ଚ ୨୦ ତାରିଖ ମଧ୍ୟରେ ଖରିଫ୍ ଧାନ ସଂଗ୍ରହ ହେବ। ଦ୍ବିତୀୟଟିରେ ସରକାର କହିଛନ୍ତି ଯେ ନଭେମ୍ବରରୁ ଏପ୍ରିଲ ୩୦ ତାରିଖ ଯାଏ ରାଜ୍ୟରେ ଧାନ କିଣାଯିବ। ଏ ମଧ୍ୟରୁ କେଉଁଠି ଠିକ୍ ପ୍ରଥମେ ବାଚସ୍ପତି କୁହନ୍ତୁ। ବାସ୍ତବରେ ବାଚସ୍ପତି ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ଧାନ କିଣିବା ଲାଗି ଯେଉଁ ନିଷ୍ପତ୍ତି ସଂପର୍କରେ ଶୁଣାଇଲେ, ତାଦ୍ବାରା ଏ ସମୟ ସୀମା କମିଲା ନା ବଢିଲା? ଶ୍ରୀ ସାଲୁଜା ଆହୁରି କହିଥିଲେ ଯେ ଚଳିତବର୍ଷ ୧୨ଲକ୍ଷ ୩୫ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି। ୫୦ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ କିଣିବା ଲାଗି ସରକାରୀ ଲକ୍ଷ୍ୟ ରଖାଯାଇଛି। ଗତବର୍ଷ ୧୦ଲକ୍ଷ ୧୧ହଜାର ଚାଷୀ ପଂଜୀକୃତ ହୋଇଥିଲେ, ଯେଉଁମାନେ କି ୬୫ଲକ୍ଷ ୫୫ ହଜାର ଟନ୍ ଚାଉଳ ବିକ୍ରି କରିଥିଲେ। ଗତଥର ଠାରୁ ଏଥର ୨ଲକ୍ଷ ୨୪ ହଜାର ଚାଷୀ ଅଧିକ ଧାନ କିଣା ପ୍ରକ୍ରିୟାରେ ଭାଗ ନେଇଥିବା ବେଳେ ୧୫ଲକ୍ଷ ୫୫ ଟନ୍ ଚାଉଳ କୋଟା ଯଦି କମାଇ ଦିଆଯାଇଛି। ଏପରିସ୍ଥଳେ ଚାଷୀ ଧାନ ନେଇ କେଉଁଠାକୁ ଯିବ ବୋଲି ଶ୍ରୀ ସାଲୁଜା ପ୍ରଶ୍ନ କରିଥିଲେ।

ପରିସଂଖ୍ୟାନ ରଖି ସେ ଆହୁରି କହିଥିଲେ ଯେ ଏବେ ସୁଦ୍ଧା ୪୮ଲକ୍ଷ ୨୦ ହଜାର ଟନ୍ ଧାନ କିଣା ସରିଲାଣି। ଅର୍ଥାତ୍ ୧ଲକ୍ଷ ୮୦ ହଜାର କ୍ବିଣ୍ଟାଲ ଧାନ ଟାର୍ଗେଟ ଠାରୁ ପଛରେ ରହିଛି। ସେପଟେ ୪ଲକ୍ଷ ଚାଷୀ ଏଯାଏ ଧାନ ବିକ୍ରି କରିନାହାନ୍ତି। ଏହି ଚାଷୀଙ୍କ ଧାନ କିଏ ନେବ? ଗତବର୍ଷ ବଲାଙ୍ଗୀର ଜିଲ୍ଲାରେ ମରୁଡି ହୋଇଥିବା ବେଳେ ସୋମବାର ବୈଠକରେ ଏହି ଜିଲ୍ଲାରେ ଅଧିକ ୩୩ ପ୍ରତିଶତ ଧାନ କିଭଳି କିଣାଗଲା, େସ େନଇ ମଧ୍ୟ ପ୍ରଶ୍ନ କରିଥିଲେ ସାଲୁଜା। ବିଧାୟକମାନଙ୍କୁ ବୋକା ବନାଇବାକୁ ଉଦ୍ୟମ ଚାଲିଥିବା ନେଇ ସେ ଅସନ୍ତୋଷ ଝାଡିବା ସହିତ ବାହାର ରାଜ୍ୟରେ ଧାନ ବିକ୍ରି କରିବା ଲାଗି ଚାଷୀକୁ ଅନୁମତି ଦିଆଯାଉ ବୋଲି ଦାବି କରିଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ବୈଧାନିକ ପ୍ରଶ୍ନ ଉତ୍‌ଥାପନ ଛଳରେ କହିଥିଲେ ଯେ ଦଲାଲର ଧାନ ଆଗରୁ କିଣାସରିଛି। କିନ୍ତୁ ପ୍ରକୃତ ଚାଷୀଙ୍କ ଧାନ ଘରେ ଓ ମଣ୍ଡିରେ ପଡିରହିଛି। ଅଧିକାଂଶ ପାକ୍ସରେ କମ୍ପ୍ୟୁଟରୀକରଣରେ ତ୍ରୁଟି ଦେଖାଦେଇଛି। ଚାଷୀ ତାହାର ତଥ୍ୟ ଦେଇସାରିଛି। ଏଥିରେ ଚାଷୀର ଭୁଲ କେମିତି? ଅନଲାଇନରେ ପଞ୍ଜୀକରଣ ହୋଇପାରୁ ନଥିବା ଲାଗି କିଏ ଦାୟୀ? ଏ ସମସ୍ୟା ଉଠାଇଲେ ରାଜନୀତି ହେଉଥିବା ଶାସକ ଦଳ କହୁଛି। ଗତକାଲି ବିଧାନସଭାର ସମୟ ନଷ୍ଟ ହୋଇଛି। ଏ କଥା ସ୍ବୀକାର କରୁଛୁ। ହେଲେ ଚାଷୀଙ୍କ ଲାଗି ସ୍ବର ଉଠାଇବା କଣ ଭୁଲ୍?

ଶ୍ରୀ ନାୟକ ଆହୁରି କହିଥିଲେ ଯେ ଏବେ ବର୍ଷା କାରଣରୁ ଧାନ ମଣ୍ଡିରେ ଚାଷୀ ହନ୍ତସନ୍ତ ହେଉଛନ୍ତି। ମଣ୍ଡିରେ ଶହ ଶହ କ୍ବିଣ୍ଟାଲ ଧାନ ପଡିରହିଛି। କେବଳ କଳାହାଣ୍ଡିରେ ୨ଲକ୍ଷ କ୍ବିଣ୍ଟାଲରୁ ଅଧିକ ପଡିରହିଛି, ଯେତେବେଳେ କି ପ୍ରଶାସନ ମାତ୍ର ୯୪ ହଜାର କ୍ବିଣ୍ଟାଲ ଥିବା କହୁଛି। ବିରୋଧୀ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ବାଚସ୍ପତି ଅନେକ ରୁଲିଂ େଦଉଛନ୍ତି। ମାତ୍ର ଏହି ରୁଲିଂକୁ କିଏ ମାନୁଛି? ସରକାର ଏହାକୁ ଆଦୌ ଗୁରୁତ୍ବ ଦେଉନାହାନ୍ତି, ଏହାର ଅନେକ ନଜିର ରହିଛି। ସରକାରଙ୍କ ଉପରେ ଆମର ବିଶ୍ବାସ ନାହିଁ। ଗତକାଲି ଯେଉଁ ବୈଠକ ହୋଇଥିଲା, ସେଥିରେ ଗୋଟିଏ ପ୍ରତିଶ୍ରୁତି ସରକାରଙ୍କ ଠାରୁ ମଗାଯାଇଥିଲା। ତାହା ହେଉଛି ମିଲର ବା ଏଜେଣ୍ଟ ଅନୁପସ୍ଥିତିରେ ଧାନ କିଣା ହେବ। ହେଲେ ସରକାର ଦେଇପାରିଲେ ନାହିଁ। ମିଲ୍ ମାଲିକ ଉପସ୍ଥିତିରେ କିଣାଯାଉଛି ଓ ୨ରୁ ୧୪ େକଜି ପର୍ଯ୍ୟନ୍ତ କଟାଯାଉଛି। ଚାଷୀ ମନା କଲେ ଧାନ ଫେରସ୍ତ କରି ଦିଆଯାଉଛି। ବାଚସ୍ପତି ଗୃହରେ କହିବା ଦରକାର ଯେ ତାଙ୍କ ନିର୍ଦେଶ ଯଦି ସରକାର ମାନୁନାହାନ୍ତି, ତେବେ ଏଥିପାଇଁ କି ଦଣ୍ଡବିଧାନ ରହିଛି। ମନ୍ତ୍ରୀଙ୍କ ଆଲୋଚନା କେବଳ େଲାକ ଦେଖାଣିଆ ଓ ଆନ୍ତରିକତା ନଥିଲା ବୋଲି ଶ୍ରୀ ମିଶ୍ର ସମାଲୋଚନା କରିଥିଲେ।

ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର, ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ, ମୁକେଶ ମହାଲିଙ୍ଗ, ଭାସ୍କର ମଢେଇ ପ୍ରମୁଖ ଆେଲାଚନାରେ ଭାଗ ନେଇ ରାଜ୍ୟ ସରକାରଙ୍କ ଧାନ କିଣା ନୀତିର କଡ଼ା ସମାେଲାଚନା କରିଥିଲେ। ଧାନ କିଣା େକ୍ଷତ୍ରରେ କେଳେଙ୍କାରୀ କେଉଁଠାରେ ପହଞ୍ଚିଲାଣି, ସେ ନେଇ ବିଧାୟକ ଶ୍ରୀ ବାହିନୀପତିଙ୍କ ଗୋଟିଏ ଉଦାହରଣ ଗୃହରେ ନିରବତା ଖେଳାଇ ଦେଇଥିଲା। ଗୋଟିଏ ଗାଁର ଯେଉଁ ୪୪ଟି ଆକାଉଣ୍ଟକୁ ସେ ଯାଞ୍ଚ ପାଇଁ ଦେଇଥିଲେ, ସେଥିରେ ୪୩ଟି ନକଲି ଥିଲା ଓ ସରକାର ଥାନାରେ ଏତଲା ଦେବା ପାଇଁ ନିର୍ଦେଶ ଦେଇଥିବା ବେଳେ ଅଧିକାରୀମାନେ ଏଯାଏ କାର୍ଯ୍ୟାନୁଷ୍ଠାନ ନେଇନଥିବା ସେ ଗୃହକୁ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe