ମୁଲତବୀ ପ୍ରସ୍ତାବ ଗ୍ରହଣ ନକରିବା ପରେ ବାଚସ୍ପତିଙ୍କ ଚ୍ୟାମ୍ବର ଘେରାଉ କଲେ ବିରୋଧୀ

Advertisment
ମୁଲତବୀ ପ୍ରସ୍ତାବ ଗ୍ରହଣ ନକରିବା ପରେ ବାଚସ୍ପତିଙ୍କ ଚ୍ୟାମ୍ବର ଘେରାଉ କଲେ ବିରୋଧୀ

ଭୁବନେଶ୍ୱର: ବିଧାନସଭାରେ ବାଚସ୍ପତିଙ୍କ ଚ୍ୟାମ୍ବର ଘେରାଉ କରିଛନ୍ତି  ବିରୋଧୀ । ଖଣି ଦୁର୍ନୀତି ସଂକ୍ରାନ୍ତରେ  ମୁଲତବୀ ପ୍ରସ୍ତାବ ଗ୍ରହଣ ନ କରିବା ପରେ ବିରୋଧୀ ଦଳର ସଦସ୍ୟମାନେ ଏଭଳି କରିଥିବା ଜଣାପଡିଛି | ଯେ ପର୍ଯ୍ୟନ୍ତ ମୁଲତବୀ ପ୍ରସ୍ତାଵକୁ ସମ୍ମତି ପ୍ରଦାନ ନ କରିଛନ୍ତି ସେ ପର୍ଯ୍ୟନ୍ତ ଆମେ ଘେରାଉ କରିବୁ ବୋଲି କହିଛନ୍ତି ବିରୋଧୀ ଦଳ । ଚାମ୍ବର ଭିତରେ ଉଭୟ ବିଜେପି ଓ କଂଗ୍ରେସ ସଭ୍ୟମାନେ ଘେରାଉ କରି ରଖିଛନ୍ତି। ଏହାପରେ ବାଚସ୍ପତି ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଳତବୀ ରଖିଛନ୍ତି।

ଉଲ୍ଲେଖଯୋଗ୍ୟ, କଂଗ୍ରେସର ହଟ୍ଟଗୋଳ ପରେ ଗୃହକାର୍ଯ୍ୟକୁ ଦିନ ୧୧.୩୦ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିଲା | ଖଣି ଦୁର୍ନୀତି ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଦେଇଥିଲା କଂଗ୍ରେସ | ହେଲେ ବାଚସ୍ପତି ଏହି ପ୍ରସ୍ତାବ ଗ୍ରହଣ ନକରିବାରୁ କଂଗ୍ରେସ ଦଳର ବିଧାୟକମାନେ ପ୍ରଶ୍ନକାଳ ସମୟରେ ହଙ୍ଗାମା କରିବା ଆରମ୍ଭ କରିଥିଲେ | ଗୃହ ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ |

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ରାଜ୍ୟରେ ୧ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଛି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଏନେଇ କଂଗ୍ରେସ ପକ୍ଷରୁ ମୁଲତବୀ ଆଲୋଚନା ପାଇଁ ନୋଟିସ ଦିଆଯାଇଥିଲା। ସରକାର ଖଣି ଦୁର୍ନୀତି ଆଲୋଚନା ଡରୁଛନ୍ତି। ସେଥିପାଇଁ ଆଲୋଚନାରୁ ଦୂରେଇ ରହୁଛନ୍ତି ସରକାରୀ ଦଳ। ତେବେ ବାଚସ୍ପତି ଏହାକୁ ସାଂପ୍ରତିକ ପ୍ରସଙ୍ଗ ନୁହେଁ ଦର୍ଶାଇ ନୋଟିସ ଅଗ୍ରାହ୍ୟ କରିଥିଲେ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି।

ସେପଟେ ବିଜେଡି ବିଧାୟକ ପ୍ରତାପ ଦେବ ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଚାଷୀ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀଙ୍କର ଆନ୍ତରିକତା ନାହିଁ।
ମରୁଡି ପ୍ରସଙ୍ଗ ଉଠାଇଲେ ସରକାର ଆଲୋଚନ କୁ ଆସିଲେ, ଋଣ ଓ ସାର ପ୍ରସଙ୍ଗ କାହିଁକି ଉଠଉ ନାହାନ୍ତି ବିରୋଧୀ ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି।
ବିରୋଧୀ ପଳାୟନ ପନ୍ଥୀ ଓ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି, ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି, ବିରୋଧୀ ଲୁଚକାଳି ଖେଳୁଛନ୍ତି ବୋଲି କହିଛନ୍ତି ପ୍ରତାପ ଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe