ପଞ୍ଚାୟତ ନିର୍ବାଚନକୁ ୩ ମାସ ସ୍ଥଗିତ ରଖିବାକୁ ବିରୋଧୀ ଦଳଙ୍କ ଦାବି

Advertisment
ପଞ୍ଚାୟତ ନିର୍ବାଚନକୁ ୩ ମାସ ସ୍ଥଗିତ ରଖିବାକୁ ବିରୋଧୀ ଦଳଙ୍କ ଦାବି

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ଲାଗି ଗାଇଡଲାଇନ୍ ପ୍ରସ୍ତୁତ କରୁଛୁ ବୋଲି ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢୀ କହିବା ବେଳେ ପଞ୍ଚାୟତ ନିର୍ବାଚନକୁ ୩ ମାସ ସ୍ଥଗିତ ରଖିବାକୁ ବିଜେପି, କଂଗ୍ରେସ ଓ ସିପିଏମ୍ ଭଳି ବିରୋଧୀ ଦଳ ପକ୍ଷରୁ ଦାବି କରାଯାଇଛି। ଆଜି ନିର୍ବାଚନ କମିସନଙ୍କ ସର୍ବଦଳୀୟ ବୈଠକରେ ଏହି ଦାବି କରିଛନ୍ତି ବିରୋଧୀ ଦଳ।

କୋଭିଡ ସମୟରେ ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି, କୋଭିଡ ସଂକ୍ରମଣ ବ୍ୟାପୁଥିବାର ଏହି ସମୟରେ ନିର୍ବାଚନ କରାଯିବା ଉଚିତ ନୁହେଁ। ଏହାଛଡ଼ା ଓବିସି ବର୍ଗଙ୍କୁ ସଂରକ୍ଷଣ ଦିଆଯାଇନଥିବାରୁ ଏବଂ ଭୋଟର ତାଲିକାରେ ତ୍ରୁଟି ରହିଛଇ। ଏହାର ସଂଶୋଧନ କରାଯିବା ପରେ ପଞ୍ଚାୟତ ନିର୍ବାଚନ ହେବା ଉଚିତ। ଠିକ୍ ସେହିପରି ବରିଷ୍ଠ କଂଗ୍ରେସ ନେତା ଗଣେଶ୍ବର ବେହେରା କହିଛନ୍ତି ଆଦିବାସୀ ସଂପ୍ରଦାୟ ଓ ପଛୁଆ ବର୍ଗଙ୍କୁ ସେମାନଙ୍କୁ ଉପଯୁକ୍ତ ସଂରକ୍ଷଣ ଦିଆଯିବା ପରେ ପଞ୍ଚାୟତ ନିର୍ବାଚନ ହେବା ଆବଶ୍ୟକ। ଏଣେ ବିଜେଡି ନେତା ଅମର ପଟ୍ଟନାୟକ କହିଛନ୍ତି, କୋଭିଡ ଗାଇଡଲାଇନ୍ ଅନୁଯାୟୀ ପଞ୍ଚାୟତ ନିର୍ବାଚନ ହେବା ଉଚିତ।
ସେପଟେ ପଞ୍ଚାୟତ ନିର୍ବାଚନ ବନ୍ଦ କରିବାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ମାମଲା ଦାଏର କରାଯାଇଛି। ଓବିସି ବର୍ଗଙ୍କୁ ସଂରକ୍ଷଣ ଦିଆଯାଇନଥିବାରୁ ଏବଂ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ପଞ୍ଚାୟତ ନିର୍ବାଚନ କିଭଳି ହେବ ବୋଲି ଏଥିରେ ପ୍ରଶ୍ନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe