ବିରୋଧୀଙ୍କ ହୋହଲ୍ଲା ଭିିିତରେ ଆଲୋଚନା ଆରମ୍ଭ

Advertisment

ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ

ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ

୧୬୨ ପଞ୍ଚାୟତ ପାଇଁ ୧୩୭୬ ପ୍ରକଳ୍ପ ମଞ୍ଜୁର

Odisha Sun Times

ଭୁବନେଶ୍ୱର: ବଜେଟ୍‌ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଗୃହରେ ଧନ୍ୟବାଦ ପ୍ରସ୍ତାବ ଆଗତ ହୋଇଛି। ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ପ୍ରସ୍ତାବ ଆଗତ କଲା ପରେ ଉପ ମୁଖ୍ୟ ସଚେତକ ରୋହିତ ପୂଜାରୀ ତାହାକୁ ସମର୍ଥନ କରିଥିଲେ। ଆଲୋଚନା ଆରମ୍ଭ କରି ଶ୍ରୀ ଶତପଥୀ ଓଡ଼ିଶା ଅନ୍ୟ ରାଜ୍ୟଠାରୁ ବହୁ ଆଗକୁ ଯାଇଛି ବୋଲି ରାଜ୍ୟପାଳଙ୍କ ବକ୍ତବ୍ୟକୁ ଉଦ୍ଧାର କରି କହିଥିଲେ। ଆଲୋଚନା ଆରମ୍ଭ ହେବାର କିଛି ସମୟ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ବାହିନୀପତି ଠିଆ ହୋଇ କହିଲେ, ଚାଷୀମାନେ ରାଜଧାନୀରେ ଅନଶନରେ ବସିଛନ୍ତି। ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବିରେ ସେମାନେ ଦୀର୍ଘ ଦିନ ଧରି ଆନ୍ଦୋଳନ କରୁଥିଲେ ବି ସରକାର ଶୁଣୁ ନାହାନ୍ତି। ଏଠି ମିଥ୍ୟା ଆସ୍ଫାଳନ କରୁଛନ୍ତି। ଚାଷୀଙ୍କ କଥା ନ ବୁଝିବା ପର୍ଯ୍ୟନ୍ତ ଆଲୋଚନାର ମାନେ ନାହିଁ। ଏତିକିି କହିଲା ପରେ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ବିରୋଧୀଙ୍କ ହୋହଲ୍ଲା ଭିତରେ ଶାସକ ଦଳ ମୁଖ୍ୟ ସଚେତକ ଶ୍ରୀ ଶତପଥୀ ତାଙ୍କ ବକ୍ତବ୍ୟ ଜାରି ରଖିଥିଲେ। ସେ କହିଥିଲେ, ପ୍ରତିଟି କ୍ଷେତ୍ରରେ ଓଡ଼ିଶାର ବିକାଶ ହେଉଛି। ରାଜ୍ୟପାଳ ବିକାଶର ସ୍ପଷ୍ଟ ଚିତ୍ର ରଖିଛନ୍ତି। ଦାରିଦ୍ର୍ୟ ଦୂରୀକରଣ, ଦୁର୍ନୀତି ନିବାରଣ ଆଦି କାର୍ଯ୍ୟକ୍ରମ ଉଲ୍ଲେଖନୀୟ। ସବୁ ବର୍ଗର ବିକାଶ ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଚାଷ ଓ ଚାଷୀଙ୍କୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଖାଦ୍ୟଶସ୍ୟ ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟ ହୋଇପାରିଛି। ଧାନ ଉତ୍ପାଦନ ବଢ଼ିଛି। ରାଜ୍ୟ ଲଗାତର କୃଷି କର୍ମଣ ପୁରସ୍କାର ପାଉଛି। ପୂର୍ବରୁ ଓଡ଼ିଶା ନିଅଣ୍ଟିଆ ରାଜ୍ୟ ଥିଲା। ଏବେ ବଳକା ବଜେଟ୍‌ ହେଉଛି। ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ସବୁ କ୍ଷେତ୍ରରେ ଓଡ଼ିଶା ସଶକ୍ତ ହେଉଛି। ଭଲ କାମ ହେଉଥିବାରୁ ଓଡ଼ିଶାବାସୀ ସରକାରଙ୍କ ସହ ଅଛନ୍ତି। ବାରମ୍ବାର ଲୋକ ଆମକୁ ସମର୍ଥନ ଦେଉଛନ୍ତି। ସେଥିରୁ ବିରୋଧୀ ଦଳ ବୁଝିଯିବା କଥା।

ଏହି ସମୟରେ କଂଗ୍ରେସ ସଭ୍ୟମାନେ ନାରାବାଜି କରୁଥିଲେ, ‘ଚାଷୀ ମାରଣ ନୀତି ଚଳିବ ନାହିଁ’...‘ଚାଷୀଙ୍କୁ ମାରିଲା କିଏ, ନବୀନ ସରକାର ଆଉ କିଏ’। ବାଚସ୍ପତି ଗୃହ କାର୍ଯ୍ୟ ଚଳାଇ ରଖିଥିବାରୁ କଂଗ୍ରେସ ସଭ୍ୟମାନେ ଟେବୁଲ୍‌ ବାଡ଼େଇ ଜୋର୍‌ଦାର୍‌ ପ୍ରତିବାଦ କଲେ। ତେବେ ଶ୍ରୀ ଶତପଥୀଙ୍କ ବକ୍ତବ୍ୟ ସରିଲା ପରେ ବାଚସ୍ପତି କଂଗ୍ରେସ ସଭ୍ୟମାନଙ୍କୁ ଫେରିଯିବାକୁ କହିଲେ। କିନ୍ତୁ ସେମାନେ ମଧ୍ୟ ଭାଗରେ ଥାଇ ପ୍ରତିବାଦ ଜାରି ରଖିଥିଲେ। ଏହି ହୋହଲ୍ଲା ଭିତରେ ବାଚସ୍ପତି ଦୁଇଟି ଘୋଷଣା କରି ଅପରାହ୍ନ ୧ଟା ୧୦ରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe