ବରପାଲି ରେଳ ସାଇଡିଂକୁ ବିରୋଧ : ବିଜେଡିର ପ୍ରତିବାଦ ସଭା

ସୁନ୍ଦରଗଡ଼ରେ ବିଜେଡିର ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ବରପାଲି ରେଳ ସାଇଡିଂରେ ବେଆଇନ କୋଇଲା ପରିବହନକୁ ପ୍ରତିବାଦ କରୁଥିବା ବିଧାୟକ ଯୋଗେଶ କୁମାର ସିଂ ଏବଂ ଗ୍ରାମବାସୀଙ୍କୁ ପୁଲିସ ଉଠାଇନେବା ଘଟଣାର ପ୍ରତିବାଦରେ ଏହି ସଭା କରାଯାଇଛି...

Opposition to Barpali railway siding: BJD protest meeting

Opposition to Barpali railway siding: BJD protest meeting Photograph: (sambad.in)

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ବିଜେଡିର ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ବରପାଲି ରେଳ ସାଇଡିଂରେ ବେଆଇନ କୋଇଲା ପରିବହନକୁ ପ୍ରତିବାଦ କରୁଥିବା ବିଧାୟକ ଯୋଗେଶ କୁମାର ସିଂ ଏବଂ ଗ୍ରାମବାସୀଙ୍କୁ ପୁଲିସ ଉଠାଇନେବା ଘଟଣାର ପ୍ରତିବାଦରେ ଏହି ସଭା ଅନୁଷ୍ଠିତ ହୋଇଛି ।

ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କ ନେତୃତ୍ବରେ ଆୟୋଜିତ ସଭାରେ ସୋନପୁର ବିଧାୟକ ନିରଂଜନ ପୂଜାରୀ, ନୟାଗଡ଼ ବିଧାୟକ ଅରୁଣ ସାହୁ, ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ପୁର୍ବତନ ବିଧାୟିକା ଦୀପାଳି ଦାସ, ପୁର୍ବତନ ସାଂସଦ ମଙ୍ଗଳା କିଷାନ ପ୍ରମୁଖ ସାମିଲ ହୋଇଛନ୍ତି ।

ସଭାରେ ଜିଲ୍ଲା ପ୍ରଶାସନ ଏବଂ ପୁଲିସର କାର୍ଯାନୁଷ୍ଠାନକୁ ବିରୋଧ କରାଯାଇଛି । ସୂଚନାଯୋଗ୍ୟ,ଦୀର୍ଘ ଚାରି ମାସରୁ ଉର୍ଦ୍ଧ୍ବ ଦିନ ହେଲା ସାଇଡିଂ ବିରୋଧରେ  ଆନ୍ଦୋଳନ ଜାରି ରହିଛି ।

 sundargarh | BJD 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe