ଯାଜପୁର/ଦାନଗଦୀ : କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଧୂଳିଗଡ଼ଠାରେ ଇଡ୍କୋର ଜମି ଅଧିଗ୍ରହଣକୁ ଗ୍ରାମବାସୀ ଗୁରୁବାର ଦିନ ତୀବ୍ର ବିରୋଧ କରିଛନ୍ତି। ଧୂଳିଗଡ଼ ମୌଜାରେ ୫ଶହ ଏକର ଜମି ଅଧିଗ୍ରହଣ ପାଇଁ ଇଡ୍କୋ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଏନେଇ ଗତ ଏପ୍ରିଲ ୨୬ ତାରିଖରେ ଜିଲ୍ଲା ମଙ୍ଗଳ ଅଧିକାରୀ ଧୂଳିଗଡ଼ରେ ପଲ୍ଲୀସଭା କରିବାକୁ ଦାନଗଦି ବିଡିଓଙ୍କୁ ଚିଠି ଲେଖିଥିଲେ। ଜଙ୍ଗଲ ଜମିକୁ ଅଣଜଣଙ୍ଗଲ କିସମରେ ପରିବର୍ତ୍ତନ କରିବା ପାଇଁ ପଲ୍ଲୀସଭାରେ ଅନୁମୋଦନ କରିବାକୁ ସେ ଚିଠିରେ ଦର୍ଶାଇଥିଲେ।
ତଦନୁଯାୟୀ ଗୁରୁବାର ଦିନ ଧୂଳିଗଡ଼ ସରପଞ୍ଚ ପଲ୍ଲୀସଭା ଆହୂତ କରିଥିଲେ। ଏଥିରେ ୫ଶହରୁ ଊର୍ଦ୍ଧ୍ବ ଗ୍ରାମବାସୀ ଯୋଗଦେଇ ଜମି ଅଧିଗ୍ରହଣକୁ ବିରୋଧ କରିଥିଲେ ଏବଂ ଇଡ୍କୋ କର୍ମଚାରୀମାନଙ୍କୁ ଫେରାଇ ଦେଇଥିଲେ। ସେମାନେ ଏଠାରେ ଦୁଇଶହ ବର୍ଷ ଧରି ରହୁଥିଲେ ବି ଜମ ବନ୍ଦୋବସ୍ତ ହୋଇନାହିଁ। ସେମାନେ କେବଳ ଭୋଟ ଦେଉଛନ୍ତି କିନ୍ତୁ ଜମି ଅଧିକାରୀ ମିଳିନାହିଁ ବୋଲି ଅଭିଯୋଗ କରିଥିଲେ। ଆଗ ଜମି ବନ୍ଦୋବସ୍ତ କରାଯାଉ, ତା’ ପରେ ଜମି ଅଧିଗ୍ରହଣ ଏବଂ ସମସ୍ତ ବିସ୍ଥାପିତଙ୍କୁ ଚାକିରି ଦେବାକୁ ସେମାନେ ଦାବି କରିଥିଲେ।
Follow Us