ଠିପି ଖୋଲା ମଦ ଦୋକାନକୁ ବିରୋଧ

ଠିପି ଖୋଲା ମଦ ଦୋକାନକୁ ବିରୋଧ

ରଗଡ଼ି : କୋରେଇ ବ୍ଲକ୍‌ ତୁଳତୀ ପଞ୍ଚାୟତ ରହେମାନପୁର ମୌଜାରେ ପ୍ରସ୍ତାବିତ ଠିପିଖୋଲା ମଦଦୋକାନକୁ ପଞ୍ଚାୟତର ଇସଲାମପୁର ଗ୍ରାମବାସୀ ଓ କେତେକ ମହିଳା ଏସଏଚଜି ପକ୍ଷରୁ ବିରୋଧ କରାଯାଇଛି। ଏହାକୁ ତୁରନ୍ତ ବାତିଲ କରିବା ପାଇଁ ଯାଜପୁର ଜିଲ୍ଲାପାଳ, ଯାଜପୁର ଅବକାରୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ପ୍ରସ୍ତାବିତ ମଦ ଦୋକାନ ପାଖରେ ଏକ ଉଚ୍ଚ ବିଦ୍ୟାଳୟ, ଜଗନ୍ନାଥ ମଠ ଓ ଏକ ମସଜିଦ୍‌ ରହିଛି। ମଦ ଦୋକାନ ଖୋଲିଲେ ଛାତ୍ରଛାତ୍ରୀ, ଶ୍ରମିକ ଓ ପଥଚାରୀ ପ୍ରଭାବିତ‌ ହେବେ। ପୂର୍ବତନ ସରପଞ୍ଚ ଦୀପ୍ତିମୟୀ କୁଅଁରଙ୍କ ନେତୃତ୍ଵରେ ସ୍ଵର୍ଣ୍ଣଲତା ପଣ୍ଡା, ରାଜଶ୍ରୀ କୁଅଁର, ଶୁକରି ବେହେରା, ସତ୍ୟଭାମା କୁଅଁର, ଅନୁପମା ପଣ୍ଡା, ଦମୟନ୍ତୀ ଦାସ, ପ୍ରମିଳା କୁଅଁର, ସୁଲୋଚନା ରାଉତ, ମହମ୍ମଦ ହାକିମ ଖାଁ, ନସୀମ ଅହମ୍ମଦ, ନୌସାଦ ଖାଁ ଓ ନସିବା ଖାତୁନଙ୍କ ସମେତ ଶତାଧିକ ଲୋକ ଅବକାରୀ ଅଧୀକ୍ଷକଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଏହାର ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଅବକାରୀ ଅଧୀକ୍ଷକ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ପୂର୍ବତନ ସରପଞ୍ଚ ଶ୍ରୀମତୀ କୁଅଁର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe