ଆନନ୍ଦପୁର: ବିଭିନ୍ନ ପ୍ରଲୋଭନ ଦେଖାଇ ଲୋକମାନଙ୍କୁ ଧର୍ମାନ୍ତରୀକରଣ କରାଯାଉଥିବାବେଳେ ଏହାକୁ କେନ୍ଦ୍ରକରି ଘସିପୁରା ଥାନା ବୀରଗୋବିନ୍ଦପୁରରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ୍ ର ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଛି। ମିଳିଥିବା ସୁଚନା ଅନୁସାରେ ଜାମୁବାହାଳି ଗ୍ରାମର ରମେଶ ସିଙ୍କୁ ନାମକ ବ୍ୟକ୍ତି ଆଜି ଦିନ ସାଢେ୧୨ଟାବେଳେ ସାଇକଲରେ ମାଇକ୍ ଲଗାଇ ଏକ ନିର୍ଦ୍ଦିଷ୍ଟ ଧର୍ମ ସମ୍ପର୍କରେ ପ୍ରଚାର କରିଥିଲେ। ଏହାକୁ ସ୍ଥାନୀୟ ଲୋକମାନେ ବିରୋଧ କରି ପୁଲିସକୁ ଖବର ଦେଇଥିଲେ।
ଘସିପୁରା ପୁଲିସ୍ ପହଞ୍ଚି ରମେଶଙ୍କ ନିକଟରୁ ଧର୍ମ ପୁସ୍ତିକା, ପ୍ରଚାରପତ୍ର ଓ ସାଉଣ୍ଡ ସିଷ୍ଟମ୍ ଜବତ୍ କରିବା ସହିତ ସେଠାରୁ ଅନ୍ୟତ୍ର ପଠାଇ ଦେଇଥିଲେ। ତେବେ ସମସ୍ତ ନିୟମକୁ ଉଲ୍ଲଂଘନ କରାଯାଇ ଆଦିବାସୀ ଇଲାକାରେ ଧର୍ମାନ୍ତରୀକରଣ କାର୍ଯ୍ୟ ଚାଲିଥିବା ବେଳେ ପୁଲିସ୍ ଓ ପ୍ରଶାସନ ପକ୍ଷରୁ ଏଥିପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।
Follow Us