୫-ଟି ସଚିବଙ୍କ ଗସ୍ତକୁ ବିରୋଧ: କଂଗ୍ରେସର ବିକ୍ଷୋଭ, ଗାଡ଼ି ଉପରକୁ ଅଣ୍ଡାମାଡ଼

Advertisment

ମୁଣ୍ଡରେ କଳାପଟି ବାନ୍ଧି ବିଜେପିର ପ୍ରତିବାଦ

ମୁଣ୍ଡରେ କଳାପଟି ବାନ୍ଧି ବିଜେପିର ପ୍ରତିବାଦ

୫-ଟି ସଚିବଙ୍କ ଗସ୍ତକୁ ବିରୋଧ: କଂଗ୍ରେସର ବିକ୍ଷୋଭ, ଗାଡ଼ି ଉପରକୁ ଅଣ୍ଡାମାଡ଼

ବୌଦ୍ଧ/କଣ୍ଟାମାଳ: ବୁଧବାର ୫-ଟି ସଚିବ ଭି. କେ. ପାଣ୍ଡିଆନ ବୌଦ୍ଧ ଜିଲ୍ଲା ଗସ୍ତ ଅବସରରେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ଜିଲ୍ଲା ସଂଗ୍ରହାଳୟର ମୁଖ୍ୟ ଫାଟକରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରି ‘ପାଣ୍ଡିଆନ୍‌ ଗୋ-ବ୍ୟା​କ୍‌ ନାରାବାଜି କରାଯାଇ ଥିଲା। ଏଥିସହ ଜିଲ୍ଲା ଷ୍ଟାଡିଅମରେ ହୋଇଥିବା ମହିଳା ସମାବେଶରୁ ବାହାରି ନିର୍ମାଣାଧୀନ ଅଳତି ଘାଟକୁ ଯିବା ସମୟରେ ଷ୍ଟାଡିଅମ ସମ୍ମୁଖରେ ପାଣ୍ଡିଆନଙ୍କ କାର ଉପରକୁ ୩ ଜଣ କଂଗ୍ରେସ କର୍ମୀ ଅଣ୍ଡାମାଡ଼ କରିଥିଲେ। ଗୋଟିଏ ଅଣ୍ଡା ସେ ବସିଥିବା କାରର ବାମପାର୍ଶ୍ବର ପଛକୁ ବାଜିଥିଲା। କୁଲତାଯୋରଠାରେ ମଧ୍ୟ କଂଗ୍ରେସ ଯୁବନେତା ​ଗୋପ ମହାନନ୍ଦଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ଦଳୀୟ ପତାକା ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଜିଲ୍ଲା ସଂଗ୍ରହାଳୟ ସମ୍ମୁଖ ବିକ୍ଷୋଭ ପ୍ରଦର୍ଶନରେ ପିସିସି ସଭ୍ୟ ଗଣେଶ ପ୍ରସାଦ ଅଗ୍ରୱାଲ, ପିସିସି ସମ୍ପାଦିକା ଅମୃତି ମହାନନ୍ଦିଆ, ଅଞ୍ଜଳି ମହାନନ୍ଦିଆ, ତାରିଣୀ ଜେନା, ମୁଖ୍ୟ ପ୍ରବକ୍ତା ଶାନ୍ତନୁ ମହାପାତ୍ର, ଜିଲ୍ଲା ଉପସଭାପତି ସମରେଶ ମିଶ୍ର, ହରଭଙ୍ଗା ବ୍ଲକ୍ ସଭାପତି ପଙ୍କଜ କର୍ଣ୍ଣ, ଧୀବର ସେଲ୍ ଅଧ୍ୟକ୍ଷ ନାରାୟଣ ବେହେରା, ପ୍ରଦୀପ ପ୍ରଧାନ, ପ୍ରଭଞ୍ଜନ ବାରିକ, ବୁଦ୍ଧଦେବ ପ୍ରଧାନ, ସେବାଦଳ ମୁଖ୍ୟ କନିଷ୍କ ରାଜହଂସ, ସମ୍ପାଦକ ଅର୍ଜୁନ ମହାନନ୍ଦିଆ, ମହାଦେବ ମହାନନ୍ଦିଆ, ଝରିଆ ସାହୁ, ଆରଜିପିଆରଏସ ମୁଖ୍ୟ ସମରେନ୍ଦ୍ର ମହାକୁଳ, ଅଭିଳାଷ ସ୍ୱାଇଁ, ପ୍ରେମାନନ୍ଦ ନାୟକ, ପୌଲସ୍ତି ପ୍ରଧାନ, ଗଣେଶ ଲୌରିଆ, ଜୟନ୍ତ ବାଘ, ଶିବ ବେହେରା, ବେଣୁଧର ମେହେର, ବକୁଳ ସେଠୀ, ରୋହିତାଶ୍ୱ ବେହେରା, ଗୋପାଳ ବାଘ ଓ ଗଣ୍ଡାଧାର ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ। ତେବେ ପୁଲିସ ବିକ୍ଷୋଭକାରୀ ମାନଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲା। ସେହିଭଳି ଆମ୍ବଗାଁରେ ବିଜେପି କର୍ମକର୍ତ୍ତା ମୁଣ୍ଡରେ କଳାପଟି ବାନ୍ଧି ଓ ହାତରେ ଦଳୀୟ ପତାକା ଧରି ୫-ଟି ସଚିବଙ୍କ ଗସ୍ତକୁ ବିରୋଧ କରିଛନ୍ତି।

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କହ୍ନେଇ ଚରଣ ଡାଙ୍ଗ, ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ଓମପ୍ରକାଶ ମିଶ୍ର, ୪ ନମ୍ବର ଜୋନ୍ ଜିଲ୍ଲାପରିଷଦ ସଭ୍ୟ ରାକେଶ ତ୍ରିପାଠୀ ଓ ମଣ୍ଡଳ ସଭାପତି ପିନାକଧର ରଣା ପ୍ରମୁଖ ବିଭିନ୍ନ ନାରାଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜଳଖିଆ ପ୍ୟାକେଟ୍ ନେବାବେଳେ ଦଳାଚକଟାରେ ମହିଳା ଓ ଶିଶୁ ଆହତ ପାଣ୍ଡିଆନଙ୍କ ସଭାପରେ ଷ୍ଟାଡିଅମ ପରିସରରେ ଜଳଖିଆ ପ୍ୟାକେଟ୍ ବଣ୍ଟନ କରାଯାଇ ଥିଲା। ପ୍ରବଳ ଭିଡ଼ରେ ପ୍ୟାକେଟ ନେବାବେଳେ କୋଳରେ ଶିଶୁକୁ କାଖେଇଥିବା ଜଣେ ମହିଳା ପଡ଼ି ଯାଇଥିଲେ। ଦଳା ଚକଟାରେ ମହିଳା ଓ ଶିଶୁ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ଘଟଣାସ୍ଥଳରେ ଚପଲ ଓ ମହିଳାଙ୍କ ବାଳ ପଡ଼ିଥିବା ଦେଖାଯାଇଛି। ହେଲେ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏଭଳି କୌଣସି ମହିଳା ଓ ଶିଶୁ ଭର୍ତ୍ତି ହୋଇ ନ ଥିବା ଜଣାଯାଇଛି। ଘଟଣାପରେ ମହିଳା ଓ ଶିଶୁଙ୍କୁ ଅନ୍ୟତ୍ର ନିଆ ଯାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe