ଝାଡଖଣ୍ଡୀ ହାତୀପଲଙ୍କ ଉପଦ୍ରବ: ଘରଦ୍ୱାର ଭାଙ୍ଗି ଖାଇଲେ ଧାନ ଚାଉଳ

Advertisment
ଝାଡଖଣ୍ଡୀ ହାତୀପଲଙ୍କ ଉପଦ୍ରବ: ଘରଦ୍ୱାର ଭାଙ୍ଗି ଖାଇଲେ ଧାନ ଚାଉଳ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଅଞ୍ଚଳରେ କିଛିଦିନ ହେବ ଝାଡଖଣ୍ଡୀ ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ହାତୀପଲ ଦିନ ବେଳେ କରଞ୍ଜିଆ ରେଞ୍ଜରେ ରହୁଥିବା ବେଳେ ସନ୍ଧ୍ୟା ହେଲେ ସାହାରପଡା ସେକ୍ସନକୁ ପ୍ରବେଶ କରି ରାତି ସାରା ଆତଙ୍କ ଖେଳାଉଛନ୍ତି ।

ବୁଧବାର ବିଳମ୍ବିତ ରାତିରେ ହାତୀପଲ ଜାରକାଣିବେଡା ଗ୍ରାମର ପ୍ରତାପ ନାଏକ, ଭୁବନ ନାଏକ ଏବଂ କମଳା ନାଏକଙ୍କ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇବା ସହ ଆସବାବପତ୍ର ଦଳିଚକଟି ନଷ୍ଟ କରିଦେଇଥିବା କୁହାଯାଉଛି। ଏଥିସହ ଚଢେଇଭୋଳ ଗ୍ରାମର କଂଗ୍ରେସ ମାଝୀଙ୍କ ଘର ମଧ୍ୟ ଭାଙ୍ଗି ଦେଇଛନ୍ତି । ତ‌େବେ ପରିବାର ଲୋକେ ଘରେ ଶୋଇଥିବା ବେଳେ ଶବ୍ଦ ଶୁଣି ଉଠି ଭୟରେ ଘରୁ ବାହାରି ଯାଇଥିଲେ। ଫଳରେ ହାତୀ ଆକ୍ରମଣରୁ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ହାତୀପଲରେ ୧୧ଟି ମାଈ ହାତୀ ଥିବା ବେଳେ ୯ଟି ଦନ୍ତା ଏବଂ ୭ଟି ଛୁଆ ହାତୀ ରହିଛନ୍ତି । ଏବେ ହାତୀ ପଲ ରେଙ୍ଗାଳବେଡା ଗାଁ ନିକଟ ପୁରୁଣାପାଣି ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଛନ୍ତି ।
ଗାଁ ନିକଟରେ ହାତୀପଲ ବୁଲୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବନ ବିଭାଗ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe