ଛୋଟ ତ୍ରୁଟି ପାଇଁ ଦରଖାସ୍ତ ବାତିଲ୍‌ କଲା ଓପିଏସ୍‌ସି: ଓସିଏସ୍‌ ପରୀକ୍ଷା ଦେଇପାରିବେନି ୭୦୩୯ ଆଶାୟୀ

Advertisment

ବୋଝ ହଟାଇବାକୁ ହେଉଛି ପ୍ରୟାସ!

ବୋଝ ହଟାଇବାକୁ ହେଉଛି ପ୍ରୟାସ!

ଓପିଏସ୍‌ସିରେ ସାନ୍ତାଳୀ ଭାଷା ପ୍ରଚଳନର ପ୍ରସ୍ତାବ ନାହିଁ, ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ନେଇ ଅସନ୍ତୋଷ

edexlive.com

କଟକ : ଓଡ଼ିଶା ଲୋକସେବା ଆୟୋଗ( ଓପିଏସ୍‌ସି) ପରିଚାଳନା କରୁଥିବା ପରୀକ୍ଷା ମଧ୍ୟରୁ ଅନ୍ୟତମ ତଥା ସବୁଠୁ ଉଚ୍ଚ ପଦବିର ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା(ଓସିଏସ୍‌) ପାଇଁ ଆଜି ଏକ ଏକ ଗୁରୁତ୍ବପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ନଂ ୬୨୭୬ ବଳରେ ଓପିଏସ୍‌ସି ଓଡ଼ିଶା ସିଭିଲ୍‌ ସର୍ଭିସ୍‌ (ଓସିଏସ୍‌) ପରୀକ୍ଷା ପାଇଁ ଆବେଦନ କରିଥିବା ଆବେଦନକାରୀଙ୍କ ମଧ୍ୟରୁ ୭୦୩୯ଟି ଆବେଦନକୁ ବାତିଲ ବା ନାକଚ୍ କରିଦେଇଛି। ଅର୍ଥାତ ଏହି ୭୦୩୯ଜଣ ଆଶାୟୀ ଓଡ଼ିଶା ସଭିଲ ସର୍ଭିସ ପରୀକ୍ଷାର ପ୍ରିଲିମ୍‌ ପରୀକ୍ଷା ଦେଇପାରିବେ ନାହିଁ। ଅନ୍‌ଲାଇନ୍‌ରେ ଆବେଦନ କରିଥିବା ଦରଖାସ୍ତକାରୀମ‌ାନେ କିଛି ଛୋଟ ତ୍ରୁଟି ଯୋଗୁଁ ଏହି ପରୀକ୍ଷା ଦେବାରୁ ବଂଚିତ ହୋଇଛନ୍ତି। ତେବେ ଓପିଏସ୍‌ସି ଏକକାଳୀନ ଏତେସଂଖ୍ୟକ ଆବେଦନକୁ ନାକଚ୍ କରିଦେବାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଫର୍ମପୂରଣଜନିତ ତ୍ରୁଟି ଯୋଗୁଁ ଦରଖାସ୍ତ ସବୁକୁ ନାକଚ୍ କରି ଓପିଏସ୍‌ସି ବୋଝ ହାଲୁକା କରିବା ପାଇଁ ଉଦ୍ୟମ କରୁଥିବା ଆଶାୟୀମ‌ାନେ ଅଭିଯୋଗ କରିଛନ୍ତି।

ପ୍ରକାଶ ଯେ, ୨୦୨୧-୨୨ ବର୍ଷର ଓସିଏସ୍ ପରୀକ୍ଷା ପାଇଁ ବିଜ୍ଞାପନ (ନଂ-୨୫) ପ୍ରକାଶ ପାଇଥିଲା। ଏଥିପାଇଁ ଗତ ଜାନୁଆରି ୧୦ ତାରିଖରୁ ଆବେଦନ ଆରମ୍ଭ ହୋଇଥିଲା। ଆବେଦନ କରିବାର ଶେଷ ତାରିଖ ଫେବ୍ରୁଆରି ୧୮ ତାରିଖ ରଖାଯାଇଥିଲା। ଓଡ଼ିଶା ସିଭିଲ ସର୍ଭିସ୍‌( ଗ୍ରୁପ୍‌ ଏ ଓ ବି)ର ମୋଟ ୪୦୫ ପଦବି ପାଇଁ ଏହି ବିଜ୍ଞାପନ ପ୍ରକାଶ ପାଇଥିଲା। ଏଥିପାଇଁ ଅନ୍‌ଲାଇନ୍‌ରେ ଦରଖାସ୍ତ ଆହ୍ବାନ କରାଯାଇଥିଲା। ଆଶାୟୀମାନେ ଅନ୍‌ଲାଇନ୍‌ରେ ଫର୍ମ ପୂରଣ କରିଥିଲେ। ତେବେ ଫର୍ମ ପୂରଣରେ ଅଭ୍ୟସ୍ତ ନ ଥିବାରୁ କିଛି ତ୍ରୁଟି ରହିଥିଲା। ଏହି କାରଣରୁ ଓପିଏସ୍‌ସି ଏତେସଂଖ୍ୟକ ଦରଖାସ୍ତ ବାତିଲ୍‌ କରିଛି। ଦରଖାସ୍ତ ବାତିଲର କାରଣ ମଧ୍ୟ ଓପିଏସ୍‌ସି ତାର ୱେବ୍‌ସାଇଟ୍‌ରେ ଉଲ୍ଲେଖ କରିଛି। ବ୍ୟକ୍ତିଗତ ବିବରଣୀ, ଠିକଣା ବିବରଣୀ, ଫିଜିକାଲ୍‌ ମେଜରମେଣ୍ଟ୍, ଶିକ୍ଷାଗତ ଯୋଗ୍ୟତାର ବିବରଣୀ ନଥିବା ଓ କିଛି ତଥ୍ୟ ପ୍ରମାଣପତ୍ର ଅପଲୋଡ୍ ହୋଇ ନଥିବାରୁ ଅଧିକାଂଶଙ୍କ ଦରଖାସ୍ତ ବାତିଲ୍‌ ହୋଇଥିବା ଦର୍ଶାଯାଇଛି।

ଏତେସଂଖ୍ୟକ ଦରଖାସ୍ତ ବାତିଲ୍‌ କରାଯିବାକୁ ନେଇ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେମାନଙ୍କୁ ଆବେଦନ ପାଇଁ ଆଉଥରେ ସୁଯୋଗ ଦେବାକୁ ଦାବି ହୋଇଛି। ପୂର୍ବରୁ କେବଳ ପରୀକ୍ଷା ଫି’ ଦେଉ ନଥିବା କାରଣରୁ କିଛି ଆଶାୟୀଙ୍କ ଆବେଦନ ବାତିଲ ହେଉଥିଲା। ମାତ୍ର ଏଥର ବହୁସଂଖ୍ୟାରେ ଆବେଦନ ବାତିଲ ହୋଇଛି। ତିନିସ୍ତରର ପରୀକ୍ଷା ହେଉଥିବାରୁ ଏମାନଙ୍କ ପାଇଁ ସମୟ ସୁଯୋଗ ରହିଲେ ଭଲ ହେବ। ସବୁ ଦିଗକୁ ବିଚାରକୁ ନେଇ ଏହାର ଆଉ ଥରେ ଯାଞ୍ଚ୍ କରାଗଲେ ଭଲ ହେବ ବୋଲି ଓପିଏସ୍‌ସିର ଜଣେ ପୂର୍ବତନ ସଭ୍ୟ ମତ ରଖିଛନ୍ତି। ଅନ୍‌ଲାଇନ୍‌ରେ ଆବେଦନ କରାଯାଉଥିବାରୁ ଏଭଳି ତ୍ରୁଟି ହୋଇଥିବା କଥା ଆଶାୟୀମାନେ କହିଛନ୍ତି।

ବର୍ଷବର୍ଷ ଧରି ଏହି ସମ୍ମାନଜନକ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିବା ଆଶାୟୀଙ୍କୁ ପରୀକ୍ଷାରୁ ବଂଚିତ କରା ନଯାଉ। ଏଥିପାଇଁ ତିନିସ୍ତରରେ ପରୀକ୍ଷା ହେଉଥିବା ବେଳେ ଛୋଟ ଛୋଟ ତ୍ରୁଟି ପାଇଁ ଏତେସଂଖ୍ୟକ ଆଶାୟୀଙ୍କୁ ପ୍ରିଲିମ୍‌ ପରୀକ୍ଷାରୁ ବଂଚିତ କରାଯାଉଥିବାରୁ ବୁଦ୍ଧିଜୀବୀ, ଅଭିଭାବକ ନାପସନ୍ଦ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe