ଓଡ଼ିଶା ସିଭିଲ ସର୍ଭିସେସ୍‌ ମେନ୍‌ ପରୀକ୍ଷା ଡିସେମ୍ବରରେ, ଜାଣନ୍ତୁ କେଉଁ ବିଷୟର ପରୀକ୍ଷା କେବେ

ଓଡ଼ିଶା ସିଭିଲ ସର୍ଭିସେସ୍‌ ମେନ୍‌ ପରୀକ୍ଷା ଡିସେମ୍ବରରେ, ଜାଣନ୍ତୁ କେଉଁ ବିଷୟର ପରୀକ୍ଷା କେବେ

କଟକ: ଡିସେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଓଡିଶା ସିଭିଲ ସର୍ଭିସେସ୍‌ (ମେନ୍‌) ପରୀକ୍ଷା, ୨୦୧୯ ପାଇଁ ଓଡିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଆଜି ସମୟ ସାରଣୀ ପ୍ରକାଶ କରିଛି। ଉଲ୍ଲେଖଯୋଗ୍ୟ ଏହି ପରୀକ୍ଷା ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବାର ଥିଲା।

ଏକ ସରକାରୀ ବିବୃତ୍ତି ଅନୁଯାୟୀ ମୋଟ ୧,୮୮୦ ଜଣ ପ୍ରାର୍ଥୀ ଓଡିଶା ସିଭିଲ ସର୍ଭିସେସ୍‌ ପ୍ରାଥମିକ (ମେନ୍‌) ପରୀକ୍ଷା-୨୦୧୯ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

publive-image

ମୁଖ୍ୟ ପରୀକ୍ଷା ଦୁଇଟି ସିଟିଂରେ ଯଥା ସକାଳ ୯ଟାରୁ ମଧ୍ୟାହ୍ନ ୧୨ ଏବଂ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରକାଶ ଥାଉକି, ଦିବ୍ୟାଙ୍ଗ(ପିଡବ୍ଲୁୃୃଡି) ପ୍ରାର୍ଥୀଙ୍କୁ ପ୍ରତ୍ୟେକ ସିଟିଂରେ ଏକ ଘଣ୍ଟା ଅତିରିକ୍ତ ସମୟ ଦିଆଯିବ। ଏମାନଙ୍କ ପାଇଁ ସକାଳ ୯ଟାରୁ ଅପରାହ୍ନ ୧ଟା ଏବଂ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe