ଓଡ଼ିଶା ସିଭିଲ୍‌ ସର୍ଭିସ୍‌-୨୦୨୦ ପରୀକ୍ଷା ଫଳ ପ୍ରକାଶିତ: ୩୯୨ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ, ତେଜସ୍ବିନୀ ବେହେରା ଟପ୍ପର

Advertisment
ଓଡ଼ିଶା ସିଭିଲ୍‌ ସର୍ଭିସ୍‌-୨୦୨୦ ପରୀକ୍ଷା ଫଳ ପ୍ରକାଶିତ: ୩୯୨ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ, ତେଜସ୍ବିନୀ ବେହେରା ଟପ୍ପର

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଓଡ଼ିଶା ସିଭିଲ୍‌ ସର୍ଭିସ୍‌-୨୦୨୦ ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି। ଏହି ପରୀକ୍ଷାରେ ମୋଟ ୩୯୨ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଓପିଏସ୍‌ସି ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ଉତ୍ତୀର୍ଣ୍ଣଙ୍କ ମଧ୍ୟରେ ୧୪୮ ଜଣ ଛାତ୍ରୀ ଅଛନ୍ତି। ପ୍ରଥମ ୩ଟି ସ୍ଥାନ ଛାତ୍ରୀ ଅକ୍ତଆର କରିଛନ୍ତି। ସେହିଭଳି ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୭ ଜଣ ଝିଅ ଥିବା ବେଳେ ୩ ଜଣ ପୁଅ ଅଛନ୍ତି।

ଓଡ଼ିଶା ସିଭିଲ ସର୍ଭିସ୍‌-୨୦୨୦ ପରୀକ୍ଷାରେ ତେଜସ୍ବିନୀ ବେହରା ଟପ୍ପର ହୋଇଛନ୍ତି। ଶୁଭଙ୍କରି ସୁଦେଷ୍ଣା ଦାଶ ଓ ଅନନ୍ୟା ସୃଷ୍ଟି ଶତପଥୀ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନ ହାସଲ କରିଛନ୍ତି। ଦେବବ୍ରତ କର ୪ର୍ଥ, ଦେବବ୍ରତ ମହାରଣା ୫ମ, ଅଭିସ୍ମିତା ତିୱାରୀ ୬ଷ୍ଠ, ଶୁଭଶ୍ରୀ ରଥ ୭ମ, ଶ୍ରୀତପା ମିଶ୍ର ୮ମ, ବିବେକାନନ୍ଦ ଷଡ଼ଙ୍ଗୀ ୯ମ ଓ ତପତି ରାଜ ୧୦ମ ସ୍ଥାନ ପାଇଛନ୍ତି। ଏହି ପରୀକ୍ଷାରେ ପଙ୍କଜ କୁମାର ମହାନ୍ତ ୧୧, ତନ୍ମିତା କର ୧୨, ଅଭିଜିତ ଷଡ଼ଙ୍ଗୀ ୧୩, କସ୍ତୁରୀ ପଣ୍ଡା ୧୪, ବିଭୂପ୍ରସାଦ ସିଂହ ୧୫, ବିଶ୍ବଜିତ ପଣ୍ଡା ୧୬, ହରପ୍ରିୟା ପୃଷ୍ଟି ୧୭, ରାମକୃଷ୍ଣ ସତ୍ୟରାଜ ଗୁରୁ ୧୮, ଅଣାକାର ନାୟକ ୧୯ ଓ ଲିତୁସ୍ମିତା ମିଶ୍ର ୨୦ତମ ସ୍ଥାନରେ ଅଛନ୍ତି।

୨୪ ବର୍ଷୀୟ ତେଜସ୍ବିନୀ କହିଛନ୍ତି, ପ୍ରିଲିମିନାରି ଓ ମୁଖ୍ୟ ପରୀକ୍ଷା ପାଇଁ ଭଲ ପ୍ରସ୍ତୁତି କରିଥିଲି। ଇକୋନୋମିକ୍ସ ଓ ହୋମ ସାଇନ୍ସ ଅପ୍ସନାଲ୍ ରଖିଥିଲି । ଓପିଏସ୍‌ସିରେ ପ୍ରଥମ ଉଦ୍ୟମରେ ଏହି ସଫଳତା ମିଳିଛି। ଓପିଏସ୍‌ସି ପାଇଁ ସ୍ବତନ୍ତ୍ର ଭାବେ କୋଚିଂ ନେଇ ନଥିଲି। କିନ୍ତୁ ସାକ୍ଷାତକାର ପାଇଁ ପ୍ରସ୍ତୁତ ଥିଲି। ଇକୋନୋମିକ୍ସ ଉପରେ ସାକ୍ଷାତକାର ସମୟରେ ମୋତେ ପଚରାଯାଇଥିଲା। ସାକ୍ଷାତକାର ୧୫ ମିନିଟର ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe