ଦେଶରେ ପ୍ରଥମ; ଓପିଏସ୍‌ସିର ୱେବ୍‌ ପୋର୍ଟାଲ୍‌ ଉଦ୍‌ଘାଟିତ

ଗୋଟିଏ ଆକାଉଣ୍ଟ ନମ୍ବର ବ୍ୟବହାରରେ ଦେଇ ପାରିବେ ସବୁ ପରୀକ୍ଷା

ଡିସେମ୍ବର ୭ରୁ ଓଡ଼ିଶା ପ୍ରଶାସନିକ ସେବା ମୁଖ୍ୟ ଲିଖିତ ପରୀକ୍ଷା

Telegraph India

କଟକ : ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ଏକ ସ୍ବତନ୍ତ୍ର ୱେବ୍‌ ପୋର୍ଟାଲ ଆରମ୍ଭ କରାଯାଇଛି। ଆୟୋଗର ସମସ୍ତ ନିଯୁକ୍ତି ପ୍ରକ୍ରିୟାକୁ ଏହି ପୋର୍ଟାଲରେ (www.opsc.gov.in) ଛଡାଯିବ। ବିଭିନ୍ନ ନିଯୁକ୍ତର ବିଜ୍ଞାପନ, ପରୀକ୍ଷା, ଉତ୍ତର ଖାତା ମୂଲ୍ୟାଙ୍କନ, ଫଳ ପ୍ରକାଶରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ଆଣିବା ପାଇଁ ଏହି ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ରାଜ୍ୟ ସରକାରଙ୍କ ୫-ଟି ଲାଗୁ ହେବାପରେ ଆୟୋଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

କମ୍ପରେହେନ୍ସିଭ୍ ସିଲେକ୍‌ସନ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌ (ସିଏସ୍‌ଏମ୍‌ଏସ୍‌) ସାହାଯ୍ୟରେ ଆୟୋଗଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଏହି ପୋର୍ଟାଲରେ ନିଯୁକ୍ତ‌ି ପ୍ରକ୍ରିୟାରେ କମ୍‌ ସମୟ ଲାଗିବ। ପରୀକ୍ଷାର୍ଥୀ ଏହି ପୋର୍ଟାଲରେ ଥରେ ନାମ ପଞ୍ଜୀକରଣ କଲେ ଆୟୋଗଙ୍କ ତରଫରୁ ଏକ ସ୍ଥାୟୀ ଆକାଉଣ୍ଟ ନମ୍ବର (ପିପିଏସ୍‌ଏଏନ୍‌) ପ୍ରଦାନ କରାଯିବ। ସ୍ଥାୟୀ ଆକାଉଣ୍ଟ ନମ୍ବର ବ୍ୟବହାର କରି ପରୀକ୍ଷାର୍ଥୀ ଓପିଏସସି ଦ୍ବାରା ପରିଚାଳିତ ଯେ କୌଣସି ପରୀକ୍ଷା ଦେଇ ପାରିବେ। ଥରେ ଆକାଉଣ୍ଟ ନମ୍ବର ଲଗ୍‌ଇନ୍‌ କଲେ ପରୀକ୍ଷାର୍ଥୀଙ୍କର ସମସ୍ତ ତଥ୍ୟ ଆୟୋଗଙ୍କ ନିକଟକୁ ଆସିଯିବ। ଏହା ସହିତ ଉତ୍ତର ଖାତା ମୂଲ୍ୟାଙ୍କନର ଏକ ସପ୍ତାହ ମଧ୍ୟରେ ଛାତ୍ରଛାତ୍ରୀ ଏହାର ନକଲ ଏହି ୱେବ୍‌ପୋର୍ଟାଲରେ ପାଇପାରିବେ। ଏପରି ବ୍ୟବସ୍ଥା ଭାରତରେ ପ୍ରଥମ କରି ଓଡ଼ିଶା ଲୋକସେବା ଆୟୋଗ ବ୍ୟବହାର କରିଥିବା ଆୟୋଗ ପକ୍ଷରୁ ଦାବି କରାଯାଇଛି।

ଉଲ୍ଲେଖଯୋଗ୍ୟ, ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗରେ ଖାଲି ଥିବା ପଦବି ସଂଖ୍ୟା, ସଂରକ୍ଷଣ, ନିଯୁକ୍ତିର ନିୟମ, ବିଜ୍ଞାପନ, ପଞ୍ଜୀକରଣ, ପରୀକ୍ଷା କେନ୍ଦ୍ର, ଅନ୍‌ ଲାଇନ୍‌ ପ୍ରଶ୍ନ ଆଦି ପ୍ରସ୍ତୁତ କରିବାରେ ରାଜ୍ୟ ସରକାର ଓ ଆୟୋଗଙ୍କ ପାଇଁ ଦୀର୍ଘ ସମୟ ଲାଗିଥାଏ। ମାତ୍ର ଏହି ଡିଜିଟାଲ ପ୍ଲାଟ୍‌ଫର୍ମରେ କମ୍‌ ସମୟରେ ସବୁ କିଛି ହୋଇପାରିବ। ଆୟୋଗଙ୍କ କାର୍ଯ୍ୟାଳୟରେ ଅଧ୍ୟକ୍ଷଙ୍କ ଓଏସ୍‌ଡି ସୁଶାନ୍ତ କୁମାର ଦାସଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଆୟୋଗର ଅଧ୍ୟକ୍ଷ ବ୍ରିଗେଡିୟର ଲକ୍ଷ୍ମୀ ଚରଣ ପଟ୍ଟନାୟକ ୱେବ୍‌ ପୋର୍ଟାଲକୁ ଉଦ୍‌ଘାଟନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂପାଦକ କୁମୁଦ ଚନ୍ଦ୍ର ମଲ୍ଲିକ, ଯୁଗ୍ମ ସଂପାଦକ ସତ୍ୟବ୍ରତ ରାୟ, ଡେପୁଟି ସେକ୍ରେଟାରି ଯୁଧିଷ୍ଠିର ନାୟକ, ମୈତ୍ରୀ ଭଟ୍ଟାଚାର୍ଯ୍ୟ, ଶ୍ରୀପ୍ରକାଶ ପାଣି, ଅନୁରାଗ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe