ପଞ୍ଚଭୂତରେ ଲୀନ ହେଲେ କମଳା: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ

ପଞ୍ଚଭୂତରେ ଲୀନ ହେଲେ କମଳା: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ

ଜୟପୁର: ଜୈବିକ କୃଷିକୁ ପ୍ରୋତ୍ସାହନ, ବିଭିନ୍ନ କିସମର ଦେଶୀ ଧାନ ଓ ଅନ୍ୟାନ୍ୟ ଶସ୍ୟ ବିହନ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅନ୍ତର୍ଜାତୀୟ ସ୍ତର‌ରେ ସୁନାମ ଅର୍ଜନ କରିଥିବା ପଦ୍ମଶ୍ରୀ କମଳା ପୂଜାରୀ ପଞ୍ଚଭୂତରେ ଲୀନ ହୋଇଛନ୍ତି। ଜୟପୁର ବ୍ଲକ ପାତ୍ରପୁଟ ଗାଁରେ ଭୂମିଆଁ ସଂପ୍ରଦାୟର ପରମ୍ପରା ଅନୁସାରେ ଶେଷକୃତ୍ୟ ସଂପନ୍ନ ହୋଇଛି। ଗାର୍ଡ ଅଫ୍‌ ଅନର୍‌ ପରେ ବଡ଼ପୁଅ ଦୁର୍ଯୋଧନ ପୂଜାରୀ ମୁଖାଗ୍ନି ଦେଇଥିଲେ। ସକ‌ାଳେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ପହଞ୍ଚି କମଳାଙ୍କ ଅନ୍ତିମ ଦର୍ଶନ କରିଥିଲେ। ଏଠାରୁ ଶୋଭାଯାତ୍ର‌ାରେ ପାର୍ଥିବ ଶରୀର ପାତ୍ରପୁଟସ୍ଥିତ ଘରକୁ ଯାଇଥିଲା। ବାସଭବନରେ ପରମ୍ପରା ଅନୁସାରେ ସମସ୍ତ ବିଧି ପରେ ଅନ୍ତିମ ଯାତ୍ରା ଆରମ୍ଭ ହୋଇଥିଲା।

ପାତ୍ରପୁଟ ଶ୍ମଶାନରେ ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇଥିଲା। କମଳାଙ୍କ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ପୁଅଙ୍କୁ ଜାତୀୟ ପତାକା ହସ୍ତାନ୍ତର କରାଯାଇଥିଲା। ଶେଷକୃତ୍ୟରେ କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଏସ୍‌ପି ଅଭିନବ ସୋନକାର, ଜୟପୁର ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା, ଜୟପୁର ତହସିଲଦାର ମୋନାଲିସା ଆଚାର୍ଯ୍ୟୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ସୁଶାନ୍ତ କୁମାର ଦାଶ, ବିଡିଓ ଶକ୍ତିପ୍ରସାଦ ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରୀତିସୁଧା ଜେନା, ଏସ୍‌ଡିପଓ ଅଙ୍କିତ ବର୍ମ‌ା, ସଦର ଥାନା ଅଧିକାରୀ ଈଶ୍ବର ତାଣ୍ଡି, କୋରାପୁଟ ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ଜୟପୁର ପୌରାଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ଓ ଡା. ମୁକ୍ତିକାନ୍ତ ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe