ଜୁନ୍‌ ୧୯ରେ ଅର୍ବାନ ବ୍ୟାଙ୍କ ନିର୍ବାଚନ; ସଭାପତି ଓ ନିର୍ଦ୍ଦେଶକ ଆସନ ହାତେଇବାକୁ ରଣନୀତି

Advertisment

୧୫ ନିର୍ଦ୍ଦେଶକ ବାଛିବେ ୨୦, ୯୦୦ ଭୋଟର, ପ୍ରତି ସମ୍ବିଧାନରେ ରହିଛନ୍ତି ୧୩୯୯ ଭୋଟର

୧୫ ନିର୍ଦ୍ଦେଶକ ବାଛିବେ ୨୦, ୯୦୦ ଭୋଟର, ପ୍ରତି ସମ୍ବିଧାନରେ ରହିଛନ୍ତି ୧୩୯୯ ଭୋଟର

ଜୁନ୍‌ ୧୯ରେ ଅର୍ବାନ ବ୍ୟାଙ୍କ ନିର୍ବାଚନ; ସଭାପତି ଓ ନିର୍ଦ୍ଦେଶକ ଆସନ ହାତେଇବାକୁ ରଣନୀତି

ରାଉରକେଲା: ସବୁ କଳ୍ପନାଜଳ୍ପନାର ପୂର୍ଣ୍ଣଚ୍ଛେଦ ପଡିଛି। ଦୁଇ ବର୍ଷ ପରେ ଅର୍ଥାତ୍‌ ଆସନ୍ତା ଜୁନ୍‌ ୧୯ରେ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ରାଉରକେଲା ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କ ନିର୍ବାଚନ। ଏଥିପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନ ତାରିଖ ଘୋଷଣା ପରେ ସଭାପତି ଓ ନିର୍ଦ୍ଦେଶକ ଆସନ ଦଖଲ କରିବାକୁ ଅଂଶଦାରୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଚଳିତ ନିର୍ବାଚନରେ ଦୁଇ କିମ୍ବା ତିନିଟି ପ୍ୟାନେଲ୍‌ ନିଜର ପ୍ରାର୍ଥୀପ୍ରାର୍ଥିନୀଙ୍କୁ ଛିଡା କରୁଥିବା ଜଣାପଡିଛି। କେଉଁ ପ୍ୟାନେଲ୍‌ରେ କିଏ କିଏ ଛିଡା ହେଉଛନ୍ତି ଜଣାପଡି ନାହିଁ। ତଥାପି ବିଗତ ନିର୍ବାଚନରେ ଛିଡା ହୋଇଥିବା କିଛି ନିର୍ଦ୍ଦେଶକ ଓ ସଭାପତି ପୁଣି ଥରେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି। ଏସବୁ ଦୃଷ୍ଟିକୋଣରୁ ଚଳିତ ନିର୍ବାଚନ ବେଶ୍‌ ସରଗରମ ହେବାର ସମ୍ଭାବନା ରହିଛି। ତେବେ ନିର୍ବାଚନରେ କେଉଁ ପ୍ୟାନେଲ୍‌ ବୋର୍ଡ ଗଠନ କରୁଛି ? ସଭାପତି ପଦ କିଏ ହାତେଉଛି ? ତାକୁ ନେଇ ବ୍ୟାଙ୍କର ଅଂଶୀଦାରଙ୍କ ମଧ୍ୟରେ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି।

ସେପଟେ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକାରଙ୍କୁ ନିର୍ବାଚନ ଅଧିକାରୀ ଦାୟିତ୍ବ ଦିଆଯାଇଛି। ରାଉରକେଲା ଅର୍ବାନ-କୋ ଅଭରେଟିଭ୍‌ ବ୍ୟାଙ୍କର ମୋଟ ୨୦ ହଜାର ୯୦୦ ଅଂଶୀଦାର (ଭୋଟର) ରହିଛନ୍ତି। ସେମାନେ ମୋଟ ୧୫ ନିର୍ଦ୍ଦେଶକଙ୍କୁ ବାଛିବେ। ପ୍ରତ୍ୟେକ ନିର୍ଦ୍ଦେଶକଙ୍କ ପାଇଁ ଗୋଟିଏ ଲେଖାଏଁ ସମ୍ବିଧାନ କରାଯାଇଛି। ପ୍ରତ୍ୟେକ ସମ୍ବିଧାନରେ ୧୩୯୯ ଭୋଟର ରହିଛନ୍ତି। ୧୫ ନିର୍ଦ୍ଦେଶକଙ୍କ ମଧ୍ୟରୁ ଗୋଟିଏ ଏସ୍‌ସି, ଗୋଟିଏ ଏସ୍‌ଟି, ଗୋଟିଏ ଓବିସି/ଏସ୍‌ଇବିସି ଓ ଅନ୍ୟ ଦୁଇଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଅନ୍ୟ ୧୦ଟି ସମ୍ବିଧାନ ଅଣସଂଣକ୍ଷିତ ରହିଛି।

ପ୍ରତିଦ୍ବନ୍ଦିତା କରିବାକୁ ଯାଉଥିବା ନିର୍ଦ୍ଦେଶକମାନେ ଅସାନ୍ତା ୨୯ରୁ ୩୧ତାରିଖ ପର୍ଯ୍ୟନ୍ତ (ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୨ଟା) ମଧ୍ୟରେ ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ନାମାଙ୍କନପତ୍ର ଦାଖଲ କରିବେ। ଜୁନ୍‌ ୫ରେ ନାମାଙ୍କନ ପତ୍ର ପ୍ରତ୍ୟାହାର, ୬ରେ ପ୍ରାର୍ଥୀଙ୍କ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ଆସନ୍ତା ୧୯ ଜୁନ୍‌ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ। ସେହି ଦିନ ଗଣତି ପରେ ଫଳାଫଳ ଘୋଷଣା କରାଯିବ। ଭୋଟ ଗ୍ରହଣ ପାଇଁ ଚାରିଟି ଭୋଟଗ୍ରହଣ କେନ୍ଦ୍ର କରାଯାଇଛି। ସମ୍ବିଧାନ ୧ରୁ ୪ ପର୍ଯ୍ୟନ୍ତ ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟ, ସମ୍ବିଧାନ ୫ରୁ ୭ ପର୍ଯ୍ୟନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଉଦିତନଗର, ସମ୍ବିଧାନ ୮ରୁ ୧୩ ପର୍ଯ୍ୟନ୍ତ ମ୍ୟୁନିସିପାଲ କଲେଜ, ସମ୍ବିଧାନ ୧୪ ଓ ୧୫ ପାଇଁ ଉଦିତନଗର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି। ଉଲ୍ଲେଖଯୋଗ୍ୟ, ଗତ ୨୦୧୫ ଫେବ୍ରୁଆରିରୁ ୨୦୨୦ ଫେବ୍ରୁଆରି ପର୍ଯ୍ୟନ୍ତ ଅର୍ଥାତ୍‌ ୫ ବର୍ଷ ପରିଚାଳନା ବୋର୍ଡ ରହିଥିଲା। ବୋର୍ଡ ଭଙ୍ଗ ପରେ ଅତିରିକ୍ତ ଜିଲ୍ଲାପାଳ ବୋର୍ଡ ପରିଚାଳନା ବୋର୍ଡ ମୁଖ୍ୟ ଦାୟିତ୍ବରେ ରହିଥିଲେ। ବିଗତ ଦିନରେ ରାଜେଶ ମହାପାତ୍ର, ଆଦିତ୍ୟ ମହାପାତ୍ର, ପ୍ରଶାନ୍ତ ସେଠୀ, ଥବିର ମିଶ୍ର ପ୍ରମୁଖ ଅର୍ବାନ୍‌ ବ୍ୟାଙ୍କର ସଭାପତି ଦାୟିତ୍ବ ତୁଲାଇଛନ୍ତି। ‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe