ଅର୍କିଡ୍ ଫୁଲ ଦେଇଛି ନୂଆ ପରିଚୟ: ୧୮୦୦ ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛନ୍ତି ପୁଷ୍ପାଞ୍ଜଳି

Advertisment

ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ଅଧୀନ ରାମଗଡ଼ ପଞ୍ଚାୟତ ଝାଟିପଦର ଗ୍ରାମର ପୁଷ୍ପାଞ୍ଜଳି ଦାଶ (୨୭)।  ନାଁ ଯେମିତି କାମ ବି ସେମିତି। ଫୁଲଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ୧୮୦୦ରୁ ଅଧିକ ମହିଳାଙ୍କୁ ଦେଖାଇଛନ୍ତି ରୋଜଗାରର ବାଟ।

ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ଅଧୀନ ରାମଗଡ଼ ପଞ୍ଚାୟତ ଝାଟିପଦର ଗ୍ରାମର ପୁଷ୍ପାଞ୍ଜଳି ଦାଶ (୨୭)।  ନାଁ ଯେମିତି କାମ ବି ସେମିତି। ଫୁଲଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ୧୮୦୦ରୁ ଅଧିକ ମହିଳାଙ୍କୁ ଦେଖାଇଛନ୍ତି ରୋଜଗାରର ବାଟ।

fsfsfsfssf

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ଅଧୀନ ରାମଗଡ଼ ପଞ୍ଚାୟତ ଝାଟିପଦର ଗ୍ରାମର ପୁଷ୍ପାଞ୍ଜଳି ଦାଶ (୨୭)।  ନାଁ ଯେମିତି କାମ ବି ସେମିତି। ଫୁଲଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ୧୮୦୦ରୁ ଅଧିକ ମହିଳାଙ୍କୁ ଦେଖାଇଛନ୍ତି ରୋଜଗାରର ବାଟ। ଏଥିସହ ମହିଳା ସଶକ୍ତୀକରଣର ବାର୍ତ୍ତାବହ ସାଜିଛନ୍ତି ପୁଷ୍ପାଞ୍ଜଳି। ସ୍ନାତକ ଡିଗ୍ରି ହାସଲ ପରେ ନିଜ ଗୋଡ଼ରେ ନ‌ିଜେ ଛିଡ଼ା ହେବାକୁ ପୁଷ୍ପାଞ୍ଜଳି ପଣ କରିଥିଲେ। ୨୦୨୩ ମସିହାରେ ହରିଜନ ମତ୍ସ୍ୟଜୀବୀ ଓ ହରପାର୍ବତୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ୧୧୩ ଜଣ ସଦସ୍ୟାଙ୍କୁ ସାମିଲ କରିଥିଲେ। ଇଣ୍ଡିଆନ୍ ବ୍ୟାଙ୍କ୍‌ରୁ ୫୫ ଲକ୍ଷ ୬୦ ହଜାର ଟଙ୍କା ଋଣ ଆଣି ୨ ଏକର ଜମିରେ ଆରମ୍ଭ କରିଥିଲେ ଅର୍କିଡ୍‌ ଫୁଲଚାଷ। ଆଜିସୁଦ୍ଧା ୫ ଲକ୍ଷ ଟଙ୍କାର ଫୁଲ ବିକ୍ରି କଲେଣି। ତାଙ୍କ ସହ ଯୋଡ଼ି ହୋଇଥିବା ୧୧୩ ଜଣ ମହିଳା ମାସକୁ ୭୦୦୦ ଟଙ୍କା ରୋଜଗାର କରିପାରୁଛନ୍ତି। ଏହି ଫୁଲର ଚାହିଦା ଅଧିକ ରହିଥିବାରୁ ବ୍ରହ୍ମପୁର, ଭୁବନେଶ୍ବର, ରାଉରକେଲା, କଟକ ଓ ବେଙ୍ଗାଲୁରୁକୁ ରପ୍ତାନି କରାଯାଉଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ କେନ୍ଦ୍ରୀୟ ଟିମ୍ ଦ୍ବାରା ବି ଏହି ଫୁଲଚାଷ ପ୍ରଶଂସିତ ‌ହୋଇଛି।

ଅର୍କିଡ୍ ଫୁଲ ଦେଇଛି ନୂଆ ପରିଚୟ 
ବର୍ଷକ‌ରେ ବିକ୍ରି ହେଲାଣି ୫ ଲକ୍ଷ ଟଙ୍କାର ଫୁଲ

ଏହାସହ ପୁଷ୍ପାଞ୍ଜଳି ୧୬୨ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ୧୭୦୦ ମହିଳାଙ୍କୁ ସ୍ବାବଲମ୍ବୀ କରିଛନ୍ତି। ଏହି ଗୋଷ୍ଠୀଗୁଡ଼ିକ ଖଲି, ଧୂପକାଠି ତିଆରି, ନଡ଼ିଆକତାରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି ସହ କାଜୁ ଓ ରାଶି ଉତ୍ପାଦନ କରୁଛନ୍ତି। ମହିଳାମାନେ ନିଜ ଘର କାମ ସାରିବା ପ‌ରେ ଏଥିରେ ସମୟ ଦେଉଛନ୍ତି। ପୁଷ୍ପାଞ୍ଜଳି କହିଛନ୍ତି ଯେ ଗାଁର ଝିଅ ହୋଇଥିବାରୁ ମହିଳାମାନଙ୍କ ଦୁଃଖକୁ ଅତି ନିକଟରୁ ଦେଖିଥିଲି। ପାଠପଢ଼ା ସରିବା ପରେ ସେମାନଙ୍କୁ ସ୍ବାବଲମ୍ବୀ କରିବା ଲାଗି ନିଷ୍ପତ୍ତି ନେଇଥିଲି। ଆଗକୁ ବି ଏହି ପ୍ରୟାସ ଜାରି ରଖିବି। ସବୁ ପ୍ରକାର ସହଯୋଗ ପାଇଁ ପ୍ରଶାସନ ଓ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଉଛି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe