ଯୁକ୍ତ ୨ କଲେଜ କ୍ୟାମ୍ପସ୍‌କୁ ବିଶୋଧନ ଓ ସଫେଇ କରିବାକୁ ନିର୍ଦ୍ଦେଶ

Advertisment
ଯୁକ୍ତ ୨ କଲେଜ କ୍ୟାମ୍ପସ୍‌କୁ ବିଶୋଧନ ଓ ସଫେଇ କରିବାକୁ ନିର୍ଦ୍ଦେଶ

Image Courtesy of India Today

ଭୁବନେଶ୍ୱର: ରାଜ୍ୟର ସମସ୍ତ ଯୁକ୍ତ ୨ କଲେଜ କ୍ୟାମ୍ପସ୍‌କୁ ବିଶୋଧନ ଓ ସଫେଇ କରିବାକୁ ନିର୍ଦେଶ ହୋଇଛି। ଏ ନେଇ ସବୁ ସରକାରୀ ଓ ଘରୋଇ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦେଶ ଦେଲା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। ନିର୍ଦ୍ଦେଶନାମାରେ ପରୀକ୍ଷାଗାର, କ୍ଲାସ ରୁମ, ଶୌଚାଳୟ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଏନେଇ ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ନିର୍ଦେଶ ହୋଇଛି।

publive-image

ନଭେମ୍ବର ୩୦ରେ ଡିସେମ୍ବର ମାସ ଲାଗି କୋଭିଡ୍ କଟକଣା କିଭଳି ରହିବ ସେ ନେଇ ନୂତନ ଗାଇଡଲାଇନ୍ ଜାରି କରିଥିଲେ ରାଜ୍ୟ ସରକାର। ଏହି ଗାଇଡଲାଇନରେ ଡିସେମ୍ବର ୧ରୁ ରାଜ୍ୟରେ ସମସ୍ତ ମେଡିକାଲ କଲେଜ କୋଭିଡ ଗାଇଡଲାଇନ ସହ ଖୋଲିବାକୁ ଅନୁମତି ଦେବା ସହ ବିଶ୍ୱବିଦ୍ୟାଳୟ ଓ କଲେଜ ଖୋଲିବାର ନିଷ୍ପତ୍ତି ଉଚ୍ଚଶିକ୍ଷା ବିଭାଗ ନେବ ବୋଲି ରାଜ୍ୟ ସରକାର କହିଥିଲେ। ଆଜି ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଅନୁସରଣ କରି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ସବୁ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜର ପ୍ରିନ୍ସିପାଲଙ୍କୁ ଚିଠି ଲେଖିଛନ୍ତି। ପିଏଚଡି, ଏମଫିଲ୍ ଓ ପିଜିି ଛାତ୍ରଛାତ୍ରୀଙ୍କ ପାଇଁ  କଲେଜ ଓ ବିଶ୍ବବିଦ୍ୟାଳୟର ଲାବୋରୋଟୋରିଗୁଡ଼ିକ ଖୋଲିବାକୁ ଏହି ଚିଠିରେ  ନିର୍ଦ୍ଦେଶ ଦିଆଯାଇଛି।

publive-image

ଚିଠିରେ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ପିଏଚଡି, ପିଜିି ଓ ଏମ.ଫିଲ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ୱବିଦ୍ୟାଳୟ ଓ କଲେଜର ଲାବୋରେଟୋରି ଖୋଲିବାକୁ କୁହାଯାଇଛି। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପଢ଼ୁଥିବା ଛାତ୍ରଛାତ୍ରୀ, ଯେଉଁମାନେ ଲାବୋରୋଟୋରି କାମ ଆବଶ୍ୟକ କରନ୍ତି, ସେମାନଙ୍କ ଲାଗି ଏହା ଖୋଲିବାକୁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି।  କରୋନା କଟକଣା ସହ ଲାବୋରୋଟୋରି ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ସଚିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe