ଯୁକ୍ତ୨ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ: ୨୮ ସୁଦ୍ଧା ତ୍ରୈମାସିକ ପରୀକ୍ଷା ମାର୍କ ଦିଅ

Advertisment
ସରକାରୀ ବିଏଡ୍‌ କଲେଜରେ ନାମଲେଖା ଅନିଶ୍ଚିତତା: ରାଙ୍କ୍ ‌କାର୍ଡ ଧରି ବସିଛନ୍ତି ମେଧାବୀ

Representation image

ଭୁବନେଶ୍ବର : ୨୦୨୦ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ବୋର୍ଡ ପରୀକ୍ଷା ଏପ୍ରିଲ ମାସରେ ଅନୁଷ୍ଠିତ ହେବ। ତା’ ପୂର୍ବରୁ କଲେଜଗୁଡ଼ିକ ତ୍ରୈମାସିକ ପରୀକ୍ଷାର ଥିଓରି ଓ ପ୍ରାକ୍ଟିକାଲ ମାର୍କ ଆଜି ସୁଦ୍ଧା ଦାଖଲ କରିବାକୁ କୁହାଯାଇଥିଲା। ମାତ୍ର ଅଧିକାଂଶ କଲେଜ କର୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ମାର୍କ ଦାଖଲ କରି ନ ଥିବାରୁ ମାର୍କ ଅପ୍‌ଲୋଡ୍‌ ଅବଧି ବୃଦ୍ଧି କରାଯାଇଛି। ଆସନ୍ତା ୨୮ ତାରିଖ ମଧ୍ୟରାତି ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବାକୁ ପରିଷଦ ଉପାଧ୍ୟକ୍ଷ ତୁଷାରକାନ୍ତ ତ୍ରିପାଠୀ ଆଜି ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରିଛନ୍ତି।

ମାର୍କ ଅପ୍‌ଲୋଡ୍‌ ପାଇଁ ସାମ୍‌ସ ଇ-ସ୍ପେସ୍‌ରେ ଲିଙ୍କ୍‌ ଦିଆଯାଇଛି। ଉକ୍ତ ଲିଙ୍କ୍‌ ମାଧ୍ୟମରେ କଲେଜ କର୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ମାର୍କ ଅପ୍‌ଲୋଡ୍‌ କରିପାରିବେ। ଏଥିସହ ମାର୍କ ଟାବୁଲେସନ ରେଜିଷ୍ଟର ହାର୍ଡକପିର ପ୍ରତି ପୃଷ୍ଠାରେ ସମ୍ପୃକ୍ତ ବିଷୟ ଶିକ୍ଷକ, ଡାଟା ଏଣ୍ଟ୍ରି ଅପରେଟର, ପରୀକ୍ଷା ଅଧିକାରୀ, କଲେଜ ଅଧ୍ୟକ୍ଷଙ୍କ ଦସ୍ତଖତ ରହିବ। ତାହାକୁ ଆସନ୍ତା ୪ ବର୍ଷ ପାଇଁ ସାଇତି ରଖିବେ। ପ୍ରଶ୍ନପତ୍ର ସହ ଉତ୍ତର ଖାତାଗୁଡ଼ିକ ମଧ୍ୟ ଆସନ୍ତା ୩ ବର୍ଷ ଲାଗି ସାଇତି ରଖିବା ଲାଗି କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦେଶ ଦିଆଯାଇଛି। ତେବେ ବର୍ତମାନ ସମୟରେ ପିଲାଙ୍କ ମାର୍କ ଦାଖଲ କରିବାର ଆବଶ୍ୟକତା ରହିଛି। ଯଦି ଏଥିରେ କୌଣସି ପ୍ରକାର ଅବହେଳା କରାଯାଏ ତେବେ ତାହାକୁ ଗୁରୁତ୍ବର ସହ ନିଆଯିବ ବୋଲି ଗତ ୭ ତାରିଖରେ କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe