ଜୁନ୍‍ ୧୫ ସୁଦ୍ଧା ୨୫ ହଜାର ଜଳ ଅମଳ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ

ଜୁନ୍‍ ୧୫ ସୁଦ୍ଧା ୨୫ ହଜାର ଜଳ ଅମଳ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ

The Logical Indian

ଭୁବନେଶ୍ୱର : ଜୁନ୍‌ ୧୫ ତାରିଖ ସୁଦ୍ଧା ରାଜ୍ୟର ପୌରାଞ୍ଚଳଗୁଡ଼ିକରେ ଆଉ ୨୫ ହଜାର ଜଳ ଅମଳ ସଂରଚନା ପ୍ରକଳ୍ପ କାର୍ଯ୍ୟ ସମୂର୍ଣ୍ଣ ହେବ। ପ୍ରତି ୱାର୍ଡରେ ଥିବା ଖୋଲା ସ୍ଥାନ ଓ ଛାତ ଉପରେ ଯେଭଳି ଶତ ପ୍ରତିଶତ ପ୍ରକଳ୍ପ ପ୍ରତିଷ୍ଠା ହେବ, ତାହା ନିଶ୍ଚିତ କରିବାକୁ ସମସ୍ତ ପୌରାଧିକାରୀ ଓ କମିସନରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ଏହି ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବା ଅବସରରେ ରାଜ୍ୟ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ଯେଉଁ ସବୁ ଜଳ ଅମଳ ପ୍ରକଳ୍ପ ନିର୍ମାଣ ହୋଇଥିଲା, ତାହାର ଅବସ୍ଥା କ’ଣ ଅଛି ଓ ଠିକ୍‌ରେ ରକ୍ଷଣାବେକ୍ଷଣ କରାଯାଉଛି କି ନାହିଁ, ଆଜିର ଏହି ସମୀକ୍ଷା‌ରେ ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ଜଳ ଅମଳ ପ୍ରକଳ୍ପ ସମେତ ମୁକ୍ତା, ଜାଗା ମିସନ୍‌, ଆହାର, ଏଲ୍‌ଇଡି ଷ୍ଟ୍ରିଟ୍ ଆଲୋକ ବ୍ୟବସ୍ଥା ଓ ପରିମଳ ଆଦିର ସମୀକ୍ଷା ମଧ୍ୟ କରାଯାଇଛି। ପୌରାଞ୍ଚଳଗୁଡ଼ିକରେ ଚଳା ଯାଉଥିବା ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ସହ ପ୍ରକଳ୍ପଗୁଡ଼ିକୁ ଧାର୍ଯ୍ୟ ସମୟରେ ସମାପ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ପୌରାଞ୍ଚଳରେ ଥିବା ବସ୍ତିକୁ ବିଜୁ ଆଦର୍ଶ କଲୋନିରେ ରୂପାନ୍ତର କରିବା ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରିବା ସହ ଗୋଷ୍ଠୀ ଶୌଚାଳୟ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ୧୮୦୦ ୱାର୍ଡରେ ୨୨ ହଜାର ୮୯ଟି ସ୍ଥାନ ଚିହ୍ନଟ ହୋଇସାରିଛି। ଅବଶିଷ୍ଟ ପ୍ରକଳ୍ପ ପାଇଁ ଜାଗା ଚିହ୍ନଟ କରିବା ସହ ପ୍ରକଳ୍ପ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ଅର୍ଥ ପରାମର୍ଶଦାତା ତଥା ସ୍ୱତନ୍ତ୍ର ସଚିବ ସଞ୍ଜୟ ପରମାଣିକ, ଅତିରିକ୍ତ ସଚିବ କଲ୍ୟାଣ ରଥ ଓ ପ୍ରଭାତ ମହାପାତ୍ରଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ଯୁଗ୍ମ ସଚିବ ତଥା ‘ସୁଡା’ ନିର୍ଦ୍ଦେଶକ ସାରଦା ପଣ୍ଡା ସ୍ୱାଗତଭାଷଣ ଦେଇଥିବା ବେ‌େଳ‌ ମହାନଗର ନିଗମଗୁଡ଼ିକର କମିସନର, ‘ଡୁଡା’ ପ୍ରକଳ୍ପ ନିର୍ଦ୍ଦେଶକ ଓ ପୌରନିର୍ବାହୀ ଅଧିକାରୀମାନେ ଭର୍ଚୁଆଲ ମୋଡ୍‌ରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe