ସବୁ ଆଇନଜୀବୀଙ୍କ ତଥ୍ୟ ଦେବାକୁ ନିର୍ଦ୍ଦେଶ

Advertisment
ଆଇନଜୀବୀ ସଂଘ ନିର୍ବାଚନ : ବାର୍ ପରିସରରେ ଉତ୍ସବ ଆୟୋଜନ ପାଇଁ ସମାବେଶ ଉପରେ କଟକଣା

Sambad English

କଟକ: ରାଜ୍ୟର ସମସ୍ତ ବାର‌୍‌ ଆସୋସିଏସନ ଅଧୀନରେ କାର୍ଯ୍ୟରତ ଆଇନଜୀବୀଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ବାର‌୍‌ ଆସୋସିଏସନ୍‌ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୁପ୍ରିମ୍‌କୋର୍ଟ ଇ-କମିଟି ପକ୍ଷରୁ ଏପରି ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ କୁହାଯାଇଛି।

ସୂଚନା ଅନୁସାରେ, ଆଇନଜୀବୀଙ୍କ ସମ୍ପର୍କିତ ସମସ୍ତ ତଥ୍ୟକୁ ଆଇନଜୀବୀମାନେ ରାଜ୍ୟ ଆଇନଜୀବୀ ପରିଷଦର ୱେବ୍‌ସାଇଟ୍‌ରେ ଆସନ୍ତା ନଭେମ୍ବର ୪ ତାରିଖ ସୁଦ୍ଧା ଅପ୍‌ଲୋଡ୍‌ କରିବେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଏକ ୱେବ୍‌ସାଇଟ୍‌‌ ତିଆରି କରାଯାଇଥିବା ପରିଷଦର ସମ୍ପାଦକ ଜେ.କେ ସାମନ୍ତସି˚ହାର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe