ଝ‌‌ାରପଡ଼ା‌ ଜେଲ୍‌ରେ ସଂଘବଦ୍ଧ ଆକ୍ରମଣ: ତଳିଆଙ୍କୁ ଦୋଷଦେଇ ଖସିବାକୁ ଯୋଜନା

ଝାରପଡ଼ା ଜେଲ୍‌ରୁ ବାରମ୍ବାର ମୋବାଇଲ, ଗଞ୍ଜେଇ ଓ ନିଶାଦ୍ରବ୍ୟ ଭଳି ଆଦି ଆପତ୍ତିଜନକ ସାମଗ୍ରୀ ମିଳିବା ଘଟଣା ଏବେ ଜେଲ୍ ବିଭାଗର ହୁଗୁଳା ଶାସନକୁ ପଦାକୁ ଟାଣିଆଣିଛି। ଏଡିଜି ଅମିତାଭ ଠାକୁର ନିଜେ ଜେଲ୍ ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିବା ପରେ ବି ହାତବାନ୍ଧି ବସିଛନ୍ତି।

ପୁଲିସ ହେପାଜତରୁ ବିଚାରାଧୀନ କଏଦୀ ଚମ୍ପଟ: ମଧ୍ୟାହ୍ନରେ ଫେରାର, ଅପରାହ୍ନରେ ଗିରଫ

ଭୁବନେଶ୍ବର: ଝାରପଡ଼ା ଜେଲ୍‌ରୁ ବାରମ୍ବାର ମୋବାଇଲ, ଗଞ୍ଜେଇ ଓ ନିଶାଦ୍ରବ୍ୟ ଭଳି ଆଦି ଆପତ୍ତିଜନକ ସାମଗ୍ରୀ ମିଳିବା ଘଟଣା ଏବେ ଜେଲ୍ ବିଭାଗର ହୁଗୁଳା ଶାସନକୁ ପଦାକୁ ଟାଣିଆଣିଛି। ଏଡିଜି ଅମିତାଭ ଠାକୁର ନିଜେ ଜେଲ୍ ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିବା ପରେ ବି ହାତବାନ୍ଧି ବସିଛନ୍ତି। କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସେପଟେ କଟକ ଡିଭିଜନ୍ ଜେଲ୍ ଡିଆଇଜିଙ୍କ ରିପୋର୍ଟକୁ ଶ୍ରୀ ଠାକୁର ଅପେକ୍ଷା କରିଥିବା କୁହାଯାଉଛି। ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଆସନ୍ତାକାଲି ଡିଆଇଜି ତାଙ୍କ ରିପୋର୍ଟ ଦେଇପାରନ୍ତି।

ମିଳିଥିବା ସୂଚନା ଅନୁସାରେ, ଜେଲ୍ ଗଣ୍ଡଗୋଳ ସେଠାରେ ଥିବା‌ ଗାଦିମଡ଼ା କିଛି କର୍ମଚାରୀଙ୍କ ହାତ ରହିଛି। ଦୀର୍ଘକାଳ ଧରି ରହିଥିବାରୁ ସେମାନଙ୍କର କଏଦୀଙ୍କର ସହିତ ଭିତିରି ସମ୍ପର୍କ ଥିବା ଅଭିଯୋଗ ହୋଇଛି। ଏମାନଙ୍କ ଜରିଆରେ ହିଁ କଏଦୀମାନେ ଜେଲ ମଧ୍ୟ‌ରେ ସବୁ ପ୍ରକାରର ସୁବିଧା‌ ସୁଯୋଗ ପାଉଥିବା ତଦନ୍ତ ବେଳେ ଅଭିଯୋଗ କରିଛନ୍ତି। ଏପରିକି ଟଙ୍କା‌ ଦେଲେ  ସେମାନେ ଜେଲ ମଧ୍ୟକୁ ବିଭିନ୍ନ ବେଆଇନ ସାମଗ୍ରୀ ନେଇଯାଉଥିଲେ। ସେମାନଙ୍କୁ ଟଙ୍କା ଦେଇ ଦୁର୍ଦ୍ଦାନ୍ତ କଏଦୀମାନେ ଉପରିସ୍ଥ ଅଧିକାରୀଙ୍କ ସହଯୋଗରେ ଭଲ କୋଠରି ପାଇବା ସହିତ ଜେଲ୍‌ରେ ଇଚ୍ଛା ମୁତାବକ ଅୟସରେ ରହୁଥିଲେ। ଏହାଛଡ଼ା ଟେନିସ୍‌ ବଲ୍‌ ଭିତରେ ଟଙ୍କା, ଗଞ୍ଜେଇ ଆଦି ସାମଗ୍ରୀ ଭର୍ତ୍ତି କରି ରାତିରେ ଜେଲ୍‌ ମଧ୍ୟକୁ ଫିଙ୍ଗାଯାଉଥିଲା। ଏହାକୁ ପ‌ରେ କଏଦୀ ସଂଗ୍ରହ କରି ନେଉଥିଲେ। ଡ୍ରେନ୍‌ ପାଇପ ଜରିଆରେ ବି ଜେଲ୍‌ ମଧ୍ୟକୁ ଟଙ୍କା ଓ ଅନ୍ୟ ସାମଗ୍ରୀ ପଠାଯାଉଥିବା ଜଣାପଡ଼ିଛି। 

କର୍ମଚାରୀ-କଏଦୀଙ୍କ ଭିତିରି ସମ୍ପର୍କ ଅଭିଯୋଗ
ବଡ଼ବଡ଼ିଆ ସବୁ ଜାଣି ପ୍ରଶ୍ରୟ ଦେଇଆସିଛନ୍ତି
ଆଜି ଏଡିଜିଙ୍କୁ ତଦନ୍ତ ରିପୋର୍ଟ ଦେବେ ଡିଆଇଜି

ଏଠାରେ ପ୍ରଶ୍ନ ଉଠୁଛି, ଏସବୁ ଜେଲ୍ ଅଧୀକ୍ଷକ ଓ ଜେଲର୍‌ ଜାଣିପାରୁନଥିଲେ କେମିତି? ଏ ସଂପର୍କରେ ସେ କେତେଥର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି? କି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି? ନିଜେ ଜେଲ୍ ଡିଆଇଜି ଅନୁସୁୟା ଜେନା ଏ ସଂପର୍କରେ ପୂର୍ବରୁ ଜାଣିଥିଲେ ନା ନାହିଁ? ଏସବୁ ପ୍ରଶ୍ନର ଉତ୍ତର ମିଳିପାରୁନାହିଁ।  ଅପରପକ୍ଷରେ ଦୁଇଦିନ ଧରି ପ୍ରାୟ ୧୦୦ ଜଣ କଏଦୀ ଓ କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି ଜେଲ୍ ଡିଆଇଜି। ତେବେ ବଡ଼ବଡ଼ିଆଙ୍କୁ ବାଦ୍‌ ଦେଇ ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଯୋଜନା ଚାଲିଥିବା ନେଇ ଏବେଠାରୁ କଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। 

ଅପରପକ୍ଷ‌ରେ ବିବାଦ ଝାରପଡ଼ା ଜେଲ୍‌ର ପିଛା ଛାଡ଼ୁନାହିଁ। ପୁଣି ଜଣେ କଏଦୀଙ୍କୁ ଜେଲ୍‌ କର୍ତ୍ତୃପକ୍ଷ ମାଡ଼ ମାରିଥିବା ଏନ୍ଏଚ୍‌ଆର୍‌ସିରେ ମାମଲା ହୋଇଛି। ଗତ ୩୦ ତାରିଖ ଦିନ ଡିଏଲ୍‌ଏସ୍‌ ଝାରପଡ଼ା ଜେଲ୍‌ ପରିଦର୍ଶନରେ ଯାଇଥିବା ବେଳେ ବିଚାରାଧୀନ କଏଦୀ ଜି ଗଙ୍ଗା ରେଡ୍ଡୀ ଜେଲ୍‌ କର୍ତ୍ତୃପକ୍ଷଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ଡିଏଲ୍‌ଏସ୍‌ ତଦନ୍ତ ସାରି ଫେରିବା ପରେ ମାଡ଼ ମାରି ଗଙ୍ଗାଙ୍କ ହାତ ଭାଙ୍ଗି ଦିଆ ଯାଇଥିବା ଆଇନଜୀବୀ ସୁନୀଲ କୁମାର ରଥ ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ କରିଛନ୍ତି। ଆହତ ଥିବା ସତ୍ତ୍ବେ ତାଙ୍କୁ ଡାକ୍ତରଖାନା ନିଆଯାଉନାହିଁ। ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ରଥ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe